ହାତୀ ନେଲା ଆଉ ଏକ ଜୀବନ

ଅନୁଗୁଳ = ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଆଉ ଜଣଙ୍କ ଜୀବନ ଯାଇଛି । ଶୁକ୍ରବାର ସନ୍ଧ୍ୟାରେ ହାତୀ ଆକ୍ରମଣରେ ଲଙ୍ଗୁଳିଆବେଡା ଗାଁରେ ହାତୀ ଆକ୍ରମଣ କରିବା ଫଳରେ ଗାଁର ବ୍ରଜବନ୍ଧୁ ସାହୁ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ ଲଙ୍ଗୁଳିଆବେଡା ଗାଁର ବ୍ରଜବନ୍ଧୁ ସାହୁ ନାମକ ଜଣେ ବ୍ୟକ୍ତି ଗାଁ ମୁଣ୍ଡରେ ଥିବା ଏକ ମଠ ନିକଟକୁ ଯାଇଥିଲେ । ତେବେ ସେଠାରେ ପୂର୍ବରୁ ହାତୀ ଥିବା ସୂଚନା ଗାଁ ଲୋକଙ୍କ ପାଖରେ ନଥିବାରୁ ବ୍ରଜବନ୍ଧୁ ମଧ୍ୟ ଜାଣି ପାରି ନଥିଲେ । ହଠାତ ମଠ ନିକଟରେ ଏକ ହାତୀ ବ୍ରଜବନ୍ଧୁଙ୍କୁ ଆକ୍ରମଣ କରିଥିଲା । ଯାହା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ମଧ୍ୟ ଦେଖା ଦେଇଥିଲା ।

Advertisement

Leave a Reply

Your email address will not be published. Required fields are marked *