ମୁଖ୍ୟ ଖବର ଭସାଣି ବେଳେ ଦୁର୍ଘଟଣା – ୫ ଆହତ Angul OnlineOctober 23, 2021October 23, 2021 କଣିହାଁ – ଭସାଣି ବେଳେ ଦୁର୍ଘଟଣା । ଭସାଣିରେ ଯାଉଥିବା ଟ୍ରାକ୍ଟର ଧକ୍କାରେ ୫ ଗୁରୁତର । ଅନୁଗୁଳ ଜିଲ୍ଲା କଣିହାଁ , ଗଣ୍ତମାଳା ଗ୍ରାମରେ ଏଭଳି ଘଟଣା ଘଟିଯାଇଛି । ସୂଚନା ଅନୁସାରେ ଗତକାଲି ରାତିରେ ଗ୍ରାମରେ ଲକ୍ଷ୍ମୀପୂଜା ଭସାଣି ଚାଲିଥିବା ବେଳେ ହଠାତ ଟ୍ରାକ୍ଟର ଧକ୍କା ଦେବାରୁ ୫ଜଣ ଗୁରୁତର ଆହତ ହୋଇଛନ୍ତି । ଟ୍ରାକ୍ଟର ଡ୍ରାଇଭର ଭସାଣି ସମୟରେ ଗାଡି ଛାଡି ତଳକୁ ଓହ୍ଲାଇଥିବା ବେଳେ ସେ ଅଞ୍ଚଳର ଜୈନେକ ନିଶା ଶକ୍ତ ଯୁବକ ହଠାତ୍ ଟ୍ରାକ୍ଟରଟିକୁ ଦୃତଗତିରେ ଆଗକୁ ନେଇ ଯାଇଥିଲେ । ଫଳରେ ଭସାଣିରେ ଯାଉଥିବା ଲୋକମାନଙ୍କ ଉପରେ ଟ୍ରାକ୍ଟରଟି ମାଡି ଯାଇଥିଲା । ଫଳରେ ପାଞ୍ଚ ଜଣ ଗୁରୁତର ହୋଇଥିଲେ । ଗଣ୍ତମାଳା ଗ୍ରାମପଞ୍ଚାୟତର ସରପଞ୍ଚ କୁନି ଦେହୁରୀ ଆହତ ବ୍ୟକ୍ତିମାନଙ୍କୁ ଖମାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ । ସେଠାରେ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଜଣକୁ କଟକ ବଡ ଡାକ୍ତରଖାନା ଓ ଅନ୍ୟ ତିନିଜଣଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ରେଙ୍ଗାଳି ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । Advertisement
ପୋଲ ତଳକୁ ଖସି ପଡିଲା ଟ୍ରକ – ଜଣେ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ବହ୍ଲର ଛକ ନିକଟରେ ଜଣଙ୍କୁ ଧକ୍କା ଦେଇ ପୋଲ ଉପରୁ ନାଳକୁ ଏକ କୋଇଲା ବୋଝେଇ ଟ୍ରକ ଓଲଟିପଡିବା ଫଳରେ…
ହାତୀ ଆକ୍ରମଣରେ ବୃଦ୍ଧ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ପୁଣି ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ବନ୍ତଳା ରେଞ୍ଜ କନ୍ତମେଘ ଗାଁରେ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ହାତୀ…
ଦୁର୍ଘଟଣାରେ ତିନି ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ମୂଷାପାପୁଲି ଛକ ନିକଟରେ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ମୁତକ ମାନଙ୍କ ମଧ୍ୟରୁ…