ମୁଖ୍ୟ ଖବର ଅନୁଗୁଳରେ କାଳବୈଶାଖୀର ତାଣ୍ଡବ Angul OnlineJune 14, 2022June 14, 2022 ଅନୁଗୁଳ – ଅନୁଗୁଳରେ କାଳବୈଶାଖୀ । ସାମାନ୍ୟ ବର୍ଷା ସାଙ୍ଗକୁ ଜୋରରେ ପବନ । ମାତ୍ର ଅଳ୍ପ ସମୟର ପବନରେ ଅନୁଗୁଳ ସହରରେ ବ୍ୟାପକ ଭଙ୍ଗାରୁଜା ହୋଇଛି । ରାସ୍ତା ଉପରେ ବଡ ବଡ ଗଛ ଟଳି ପଡିଥିଲା । ଫଳରେ ସହରର ଅନେକ ରାସ୍ତା ଅବରୋଧ ହୋଇ ପଡି ରହିଥିଲା । ଏହା ସହ ଅନେକ ସ୍ଥାନରେ ବିଦ୍ୟୁତ ତାର ଓ ଖୁଣ୍ଟ ମଧ୍ୟ ଛିଣ୍ଡି ପଡିଛି । ଫଳରେ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା । ଅନେକ ସ୍ଥାନରେ ଛୋଟ ଛୋଟ ଦୋକାନ ଉପରେ ମଧ୍ୟ ଗଛ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଥିବା ବେଳେ ଗୋଟିଏ ଦୁଇଟି କାର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଅନୁଗୁଳ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପହଞ୍ଚି ଗଛ ଗୁଡିକୁ କାଟି ରାସ୍ତା ସଫା କରୁଥିବା ବେଳେ ବିଦ୍ୟୁତ ବିଭାଗ କର୍ମଚାରୀ ମାନେ ପହଞ୍ଚି ମରାମତି କରୁଛନ୍ତି । Advertisement
ଜାତୀୟ ରାଜପଥ ର ସୁରକ୍ଷା ପାଇଁ ଯଜ୍ଞ ଅନୁଗୁଳ – ଜାତୀୟ ରାଜପଥ ୫୫ ପାଇଁ ହୋମଯଜ୍ଞର ଆୟୋଜନ କଲେ ଅନୁଗୁଳ ସଚେତନ ନାଗରିକ । ରାଜପଥର ଦୁରାବସ୍ଥା ଯୋଗୁଁ ନିରୀହ ଜନସାଧାରଣଙ୍କ ଜୀବନ ଯାଉଛି…
ହାତୀ ଆକ୍ରମଣରେ ମୃତ୍ୟୁ ହେଲେ ମିଳିବ ୧୦ ଲକ୍ଷ – ନବମାଳତୀ ସ୍ମୃତି ପୀଠ ପାଇଁ ଯାହା ଟଙ୍କା ଅବଶ୍ୟକ ଦିଆଯିବ – ମୁଖ୍ୟମନ୍ତ୍ରୀ ଅନୁଗୁଳ – ଆଜିଠାରୁ ଆରମ୍ଭ ହୋଇଛି ଅନୁଗୁଳ ମହୋତ୍ସବ । ମୁଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ମହୋତ୍ସବର ଉଦଘାଟନ…
ଥାନା ଅଧିକାରୀଙ୍କୁ ଅସଭ୍ୟ ଗାଳି କଲେ ଯୁବକ – ଅଡିଓ ଭାଇରାଲ ଅନୁଗୁଳ – ଥାନା ଅଧିକାରୀଙ୍କୁ ଗାଳି , ମା’ ଭଉଣୀଙ୍କୁ ବି ଛାଡ଼ିଲେନି । ଏମିତି ଭାଷାରେ ଗାଳି ଯେ, କାନରେ ହାତ ଦେବାକୁ ପଡ଼ିବ ।…