ଅପରାଧମୁଖ୍ୟ ଖବର ବିଦ୍ୟୁତ କର୍ମଚାରୀଙ୍କୁ ମାଡ ମାରି ଗିରଫ ହେଲେ ହୋଟେଲ ମାଲିକ Angul OnlineJanuary 17, 2021January 17, 2021 ଅନୁଗୁଳ – ଚୋରୀ କରି ବିଦ୍ୟୁତ ବ୍ୟବହାର କରୁଥିଲେ , ଆଉ ସେହି ବେନିୟମ ବିଦ୍ୟୁତ କନେକସନ କାଟିବାକୁ ଯାଇଥିବା ବେଳେ ବିଦ୍ୟୁତ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ଏଭଳି ଘଟଣା ଅନୁଗୁଳ ସହରରେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବିଦ୍ୟୁତ କର୍ମଚାରୀଙ୍କୁ ଆକ୍ରମଣ ଅଭିଯୋଗରେ ଜଣେ ହୋଟେଲ ମାଲିକ ସମେତ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ହୋଟେଲ୍ ଆଇ ନମ୍ରର ମାଲିକ ନରୋତ୍ତମ ମହାନ୍ତି ( ୫୦ ) ଓ ଅମଲାପଡ଼ାର ଆଶିଷ କୁମାର ଦାସ ( ୪୫ ) । ପୋଲିସ ଉଭୟଙ୍କୁ କୋର୍ଟ ଚାଲାଣ କରିଥିଲା ପୋଲିସ । ତେବେ ପରେ ନରୋତ୍ତମ ଏବଂ ଆଶିଷଙ୍କୁ ପରେ କୋର୍ଟରୁ ଜାମିନ ମିଳିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଅମଲାପଡ଼ା ସପ୍ତମ ଲେନ୍ରେ ଥିବା ହୋଟେଲ ଆଇ ନମ୍ରରେ ବେଆଇନ୍ ଭାବେ ବିଦ୍ୟୁତ୍ ସଂଯୋଗ କରାଯାଇଥିଲା । ଚୋରା ବିଦ୍ୟୁତ୍ ନେଇ ଏତେ ବଡ ହୋଟେଲରେ ବ୍ୟବହାର କରାଯାଉଥିବା ବେଳେ ମନଇଚ୍ଛା ବିଦ୍ୟୁତ୍ ବ୍ୟବହାର ହେଉଥିଲା । ଏନେଇ ଅଭିଯୋଗ ପାଇବା ପରେ ଗତକାଲି ଟାଟା ପାୱାରର ଏଡିଓଙ୍କ ନିର୍ଦ୍ଦେଶ କ୍ରମେ ସଂଯୋଗ କାଟିବାକୁ ବିଦ୍ୟୁତ୍ କର୍ମଚାରୀ ତପନ କୁମାର ପଣ୍ଡା ତାଙ୍କ ସହକର୍ମୀଙ୍କୁ ଧରି ହୋଟେଲକୁ ଯାଇଥିଲେ । ବିଦ୍ୟୁତ୍ ଖୁଣ୍ଟରୁ ସଂଯୋଗ ବିଛିନ୍ନ କରିବା ବେଳେ ହୋଟେଲ ମାଲିକ ଶ୍ରୀ ମହାନ୍ତି ପହଞ୍ଚି ବିଦ୍ୟୁତ୍ କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏପରିକି ସହଯୋଗୀ ଆଶିଷଙ୍କୁ ଧରି ବିଦ୍ୟୁତ୍ କର୍ମଚାରୀଙ୍କୁ ମାରପିଟ୍ କରିଥିଲେ । ସ୍ଥାନୀୟ ଲୋକ ସେଠାରେ ରୁଣ୍ଡ ହେବା ସହ ବିଦ୍ୟୁତ୍ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ । ଆକ୍ରମଣର ଶିକାର ହୋଇଥିବା ତପନ କୁମାର ପଣ୍ଡା ଓ ଦୁଇ ସହକର୍ମୀ ଏନେଇ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ୍ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରି ଦୁଇ ଅଭିଯୁକ୍ତକୁ ଗିରଫ କରିଥିଲା । ଅପରପକ୍ଷରେ ବିଦ୍ୟୁତ୍ ବିଭାଗ ସୂଚନା ମୁତାବକ , ହୋଟେଲ ଆଇ ନମ୍ର ୨୦୧୬ ମସିହାରୁ ବିଦ୍ୟୁତ୍ ଚୋରି କରି ମନଇଚ୍ଛା ବିଦ୍ୟୁତ୍ ଅପଚୟ କରିଥିବା କୁହା ଯାଇଛି । ତେବେ ଅନୁଗୁଳର ପ୍ରମୁଖ ସ୍ଥାନ , ତା ପୁଣି ରାସ୍ତା ପାର୍ଶ୍ବରେ ଏହି ହୋଟେଲ ଚୋରା ବିଦ୍ୟୁତ୍ ସଂଯୋଗରେ କିଭଭଳି ଚାଲିଥିଲା ତାହା ପ୍ରଶ୍ନବାଛି ସୃଷ୍ଟି କରିଛି । ବିଦ୍ୟୁତ୍ ବିଭାଗର ନିର୍ଦ୍ଦିଷ୍ଟ କିଛି ଅଧିକାରୀ ଓ କର୍ମଚାରୀଙ୍କ ଜାଣତରେ ଏହି କାରବାର ଚାଲିଥିବା ସାଧାରଣରେ ଚର୍ଚ୍ଚା ହେଉଛି । Advertisement
ଜନ୍ତୁ ଶିକାର ବେଳେ ସାଙ୍ଗ ଗୁଳିରେ ସାଙ୍ଗର ମୃତ୍ୟୁ ପାଲଲହଡ଼ା – ଜଙ୍ଗଲକୁ ବାରହା ଶିକାର କରିବାକୁ ଯାଇଥିବା ବେଳେ ସାଥୀ ଶିକାରୀ ଗୁଳିମାଡ଼ରେ ଯୁବକଙ୍କ ମୃତ୍ୟୁ । ମଙ୍ଗଳବାର ରାତିରେ ଖାମାର ଥାନା ରୋହିଲା ରୁଗୁଡ଼ି…
ପ୍ରେମ ପରେ ଦୁଷ୍କର୍ମ , ପ୍ରତାରଣା – ଯୁବକ ଗିରଫ ଅନଗୁଳ – ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିବା ଅଭିଯୋଗରେ ଟାଉନ୍ ଥାନା ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ, ଦୀପକ…
ଏଟିମ ଭାଙ୍ଗି ଟଙ୍କା ଲୁଟ ଉଦ୍ୟମ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲାକୁ ପୁଣି ଥରେ ଏଟିଏମ ଲୁଟେରାଙ୍କ ଲୋଲୁପ ଦୃଷ୍ଟି ପଡିଛି । ଗତ ଦୁଇ ବର୍ଷ ତଳେ ବାରମ୍ବାର ଏଟିଏମ ଭାଙ୍ଗି ଲୁଟ…