ଅନୁଗୁଳ ଡାଇରି ମହିଳା ଶିଶୁ ବିକାଶ ବିଭାଗର କାର୍ଯ୍ୟର ସମୀକ୍ଷା କଲେ ଗୃହ କମିଟି Angul OnlineNovember 23, 2021November 23, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କିଭଳି ଚାଲିଛି ମହିଳା ଶିଶୁ ବିକାଶ ବିଭାଗର କାର୍ଯ୍ୟ ତାର ସମୀକ୍ଷା କରିଛି ଓଡ଼ିଶା ବିଧାନସଭା ଗୃହ କମିଟି । ଓଡିଆ ବିଧାନସଭାର ମହିଳା ଶିଶୁ ବିକାଶ ଗୃହ କମିଟିର ୬ ଜଣ ସଦସ୍ୟ ଚିକିଟି ବିଧାୟିକା ଉଷା ଦେବୀଙ୍କ ଅଧକ୍ଷତାରେ ଅନୁଗୁଳ ଜିଲ୍ଲା ଗସ୍ତ କରି ଜିଲା ପ୍ରଶାସନ ସହ ଆଲୋଚନା କରିଛନ୍ତି । ଅନୁଗୁଳ ପ୍ରଦକ୍ଷଣ ଗୃହ ଠାରେ କମିଟି ସଦସ୍ୟ ମାନେ ଜିଲ୍ଲାପାଳ , ଜିଲା ଆରକ୍ଷୀ ଅଧିକ୍ଷକ ଓ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ,ଶିଶୁ ସୁରକ୍ଷା , ସମାଜ ମଙ୍ଗଳ ଅଧିକାରୀ ମାନଙ୍କ ସହ ମହିଳା ଶିଶୁ ମାନଙ୍କ ପାଇଁ ଆସୁଥିବା ବିଭିନ୍ନ ସରକାରୀ ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି ତାହା ପଚାରି ବୁଝିଛନ୍ତି । ଏହା ସହ ପ୍ରସୂତି ମହିଳା ମାନନଙ୍କର ଉପଯୁକ୍ତ ଯତ୍ନ ନିଆ ଯାଉଛି କି ନାହିଁ , ନବଜାତ ଶିଶୁ ଏବଂ ଅଙ୍ଗନବାଡ଼ି ସେଣ୍ଟର ବନ୍ଦ ଥୁବାରୁ ସେଠାରେ ପଡୁଥିବା ପିଲା ମାନକୁ ଖାଦ୍ୟ ଦିଆଯାଉଛି କି ନାହିଁ , ମମତା ଯୋଜନାରେ ପ୍ରସୂତି ଉପକାର ପାଉଛନ୍ତି କି ନାହିଁ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲାରେ ସବୁ କାର୍ଯ୍ୟ ଠିକଠାକ ଚାଲିଥିବାରୁ କମିଟି ସନ୍ତୋଷ ପ୍ରକାଶ କରିଛି । ଏହା ସହ ଅପପୃଷ୍ଟିର ଶିକାର ହେଉଥିବା ପିଲାମାନଙ୍କ ପ୍ରତି ବିଶେଷ ଗୁରୁତ୍ଵଦେବାକୁ ଅଧ୍ୟକ୍ଷା ପରାମର୍ଶ ଦେଇଥିଲେ । ପର୍ଯ୍ୟବେକ୍ଷଣ ଗୃହରେ ରହୁଥିବା ଅନ୍ତେବାସୀମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ନିମନ୍ତେ ସେମାନଙ୍କର ଦକ୍ଷତା ବୃଦ୍ଧି କରିବା କାର୍ଯ୍ୟକ୍ରମକୁ ସଦସ୍ୟାମାନେ ପ୍ରଶଂସା କରିଥିଲେ । ଏଚ୍.ଆଇ.ଭି ଝିଅପିଲା ମାନଙ୍କୁ ବର୍ଷକୁ ଦିଆଯାଉଥିବା ଅନୁକମ୍ପା ରାଶି ୨ହଜାର ଟଙ୍କା ପରିବର୍ତ୍ତେ ୫ ହଜାର ଟଙ୍କା ଦେବାକୁ ସରକାରଙ୍କୁ ସୁପାରିଶ କରିବାକୁ ସଦସ୍ୟାମାନେ ପରାମର୍ଶ ଦେଇଛନ୍ତି । ଏହି କମିଟିରେ ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ, ବିଧାୟିକା ଶ୍ରୀମତୀ କୁସୁମ ଟେଟେ, ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ, ବିଧାୟିକା ଶ୍ରୀମତୀ ସୂର୍ଯ୍ୟାମଣୀ ବୈଦ୍ୟ, ବିଧାୟିକା ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ଗସ୍ତରେ ଆସିଥିଲେ । କମିଟି ଅଧକ୍ଷା ଉଷା ଦେବୀ ସୂଚନା ଦେଇଛନ୍ତି, କହିଛନ୍ତି ଜିଲ୍ଲାରେ ସରକାରଙ୍କ ସମସ୍ତ ଯୋଜନା ବେଶ ଭଲ ଭାବରେ କାର୍ଯ୍ୟକାରୀ ହେଉଛି । Advertisement
ଚୁମ୍ବକୀୟ ମଣିଷ – ଦେହରେ ଲାଗି ରହୁଛି ଲୁହା ତାଳଚେର – କରୋନା ଟିକା ନେବା ପରେ ଶରୀରରେ ଚୁମ୍ବକୀୟ ଶକ୍ତି ବଢିଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଭିଡିଓ ଭାଇରାଲ ପରେ ଏବେ ଅନୁଗୁଳ…
ଭାଙ୍ଗିଲା ୧୦ ବର୍ଷର ରେକର୍ଡ – ଅନୁଗୁଳ ସବୁଠୁ ଉତ୍ତପ୍ତ ଅନୁଗୁଳ – ଓଡ଼ିଶାର ଉତ୍ତପ୍ତ ସହର ହୋଇଛି ଅନୁଗୁଳ । ରବିବାର ସହରର ତାପମାତ୍ରା ୪୦.୧ ଡିଗ୍ରୀ ରେକର୍ଡ଼ କରାଯାଇଛି । ଏହା ରାଜ୍ୟର ସବୁଠୁ ଅଧିକ…
ନବକୃଷ୍ଣ ଚୌଧୁରୀଙ୍କର ୩୭ ତମ ପୂଣ୍ୟ ତିଥି ପାଳିତ * ନବକୃଷ୍ଣ ଥିଲେ ଜଣେ ରାଜନୈତିକ ସନ୍ଥ * ଓଡ଼ିଶାର ରାଜନୀତି ଓ ଅର୍ଥନୀତି କ୍ଷେତ୍ରରେ ବହୁ ଐତିହାସିକ ସଂସ୍କାର ଆଣିଥିବା ମୁଖ୍ୟମନ୍ତ୍ରୀ ଅନୁଗୁଳ – ଅନଗୁଳ…