ମୁଖ୍ୟ ଖବର ଦୁର୍ନୀତି ଅଭିଯୋଗ କରି ତଳେ ବସି ଧାରଣା ଦେଲେ ଓକିଲ Angul OnlineJuly 12, 2022July 12, 2022 ତାଳଚେର – ତହସିଲ ଅଫିସ ତଳେ ବସି ଓକିଲଙ୍କ ଧାରଣା । ଅନୁଗୁଳ ଜିଲ୍ଲା ତାଳଚେର ତହସିଲ ଅଫିସରେ ବ୍ୟାପକ ଦୁର୍ନୀତି ହେଉଛି । ତହସିଲ ଅଫିସରେ କିଛି କାମ ପଡିଲେ ବାରମ୍ବାର ଦୌଡ଼ି ବାକୁ ପଡୁଛି । ବିନା ଲାଞ୍ଚରେ କାମ ହେଉନି । ଏଭଳି ଅଭିଯୋଗ କରି ତାଳଚେରର ଜଣେ ବରିଷ୍ଠ ଓକିଲ ପ୍ରତାପ ପ୍ରଧାନ ଆଜି ତହସିଲ ଅଫିସ ତଳେ ବସି ଧାରଣା ଦେଇଥିଲେ । ଓକିଲ ପ୍ରତାପ ପ୍ରଧାନଙ୍କ କହିବା କଥା ତାଳଚେର ତହସିଲ ଅଫିସ ସମ୍ପୂର୍ଣ୍ଣ ଭାବରେ ଦୁର୍ନୀତିରେ ବୁଡି ରହିଛି । ଏଠାରେ ସାଧାରଣ ଲୋକଙ୍କ କାମ ହେଉ ନାହିଁ । କିଛି ବି କାମ ଥିଲେ ଅନେକ ଦିନ ଧରି ଅଫିସ ଆସିବାକୁ ପଡୁଛି । ତା ସତ୍ବେ , କିଛି ଲାଞ୍ଚଖୋର ମନୋବୃତି ଥିବା କର୍ମଚାରୀ ଲାଞ୍ଚ ନ ନେଲେ କାମ କରୁ ନାହାନ୍ତି । ଏହାର ପ୍ରତିବାଦରେ ସେ ଧାରଣା ଦେଇଥିଲେ । Advertisement
୪ ଡକାୟତ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ୪ ଡ଼କାୟତଙ୍କୁ ଗିରଫ କରିଛି । ଏହି ଚାରିଜଣ ଡକାୟତଙ୍କୁ ପୁଲିସ ଗିରଫ କରିବାସହ ତାଙ୍କଠାରୁ ୨୧ହଜାର ଟଙ୍କା…
ହାତୀ କଙ୍କାଳ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ଏକ ହାତୀର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ଜଙ୍ଗଲ ଭିତରେ ଏକ ହାତୀ କେବେଠାରୁ ମରି ପଡିଥିବା ବେଳେ…
ବିପୁଳ ପରିମାଣର ମଦ ଓ ଡିଜେଲ ଓ ଗୁଟଖା ଜବତ ଅନୁଗୁଳ – ଅନୁଗୁଳ ଜିଲା ନିଶା ଶିଳ୍ପାଞ୍ଚଳ ଥାନା ପିତାବଳି ଛକରେ ଆଜି (ମଙ୍ଗଳବାର ) ସ୍ପେସିଆଲ ସ୍କ୍ବାର୍ଡର ଟିମ ଚଢାଉ କରି ବିପୁଳ ପରିମାଣର ବିଦେଶୀ…