ମୁଖ୍ୟ ଖବର ଯୁବ ଡାକ୍ତରଙ୍କ ଅକାଳ ବିୟୋଗ Angul OnlineOctober 13, 2021October 13, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କାର୍ଯ୍ୟରତ ଜଣେ ଯୁବ ଡାକ୍ତରଙ୍କ ଅକାଳ ବିୟୋଗ ହୋଇଛି । ମୃତ ଡାକ୍ତର ଜଣଙ୍କ ହେଲେ ଅନୁଗୁଳ ଜିଲ୍ଲା ତଳମୂଳ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ପ୍ରଣୟ କୁମାର ପ୍ରଧାନ । ସେ ବ୍ରେନ ଟ୍ୟୁମର ରୋଗରେ ପୀଡିତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ବ୍ରେନ୍ ଟ୍ୟୁମର ଅସ୍ତ୍ରୋପଚାର ପରେ ତାଙ୍କ ଅବସ୍ଥା ବିଗିଡିବାକୁ ଲାଗିଥିଲା । ଶେଷରେ ବୁଧବାର ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୪ ବର୍ଷ ହୋଇଥିଲା । ଜଣେ ଯୁବ ଡାକ୍ତର ଏବଂ ମେଳାପୀ ବ୍ୟକ୍ତି ଭାବେ ସେ ସ୍ଥାନୀୟ ଅଞ୍ଚଳରେ ବେଶ ପରିଚିତ ଥିଲେ । ତାଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । Advertisement
ନାଳରୁ ନରକଙ୍କାଳ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଭୋକିଲାପାଳ ନିକଟରେ ଥିବା ବଉଳିନାଳ ନିକଟରୁ ଆଜି ଏକ ନର କଙ୍କାଳ ପଡିଥିବା ଦେଖିବାକୁ ମିଳିଥିଲା । ଏହି…
ହତ୍ଯାକାରୀକୁ ଗିରଫ ଦାବୀରେ ଜାତିୟ ରାଜପଥ ଅବରୋଧ ଅନୁଗୋଳ – ଅନୁଗୋଳ ସହର ହୁଲୁରିସିଂହା ଠାରେ ଗତକାଲି ସନ୍ଧ୍ୟାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିବା ଘଟଣାରେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଛି । ସହର…
ପାରିବାରିକ କଳହରୁ ସ୍ୱାମୀର ଯୌନାଙ୍ଗ କାଟିଦେଲା ସ୍ତ୍ରୀ ଅନୁଗୁଳ – ସ୍ୱାମୀ – ସ୍ତ୍ରୀ ଝଗଡାରେ ସ୍ୱାମୀର ଯୌନାଙ୍ଗ କାଟିଦେଲା ସ୍ତ୍ରୀ । ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଗ୍ରାମର ଦାଣ୍ଡିଆ ସାହିରେ…