ମୁଖ୍ୟ ଖବର କାଜୁ ଜଙ୍ଗଲରେ ବିଷ ପିଇଲେ ପ୍ରେମୀଯୁଗଳ – ଉଧାର କଲେ ଗ୍ରାମବାସୀ Angul OnlineJune 12, 2022June 12, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ଥାନା ଅଞ୍ଚଳର ପ୍ରେମୀ ଯୁଗଳ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଗ୍ରାମବାସୀ ଉଦ୍ଧାର କରିଥିବା ଜଣାପଡିଛି । ସୂଚନା ଯେ , ଜରପଡା ଥାନା ଅଞ୍ଚଳର ଜୈନେକ ବିବାହିତା ମହିଳାଙ୍କ ସ୍ବାମୀ ଓଡିଶା ବାହାରେ ଚାକିରୀ କରନ୍ତି । ଘରେ ଦୁଇଟି ଛୋଟ ଝିଅ ସହ ମହିଳା ଏକାକି ଘରେ ରହୁଥିଲେ । ଏହି ମହିଳା ଜଣକ ପାଖ ସାହିର ଜଣେ ଯୁବକଙ୍କ ପ୍ରେମରେ ଉବୁଟୁବୁ ହୋଇଥିଲେ । ଝିଅ , ସ୍ବାମୀ ପରିବାର କଥା ଭୁଲି ଯୁବକ ଜଣକର ସାନିଧ୍ୟ ପାଇବା ପାଇଁ ମହିଳା ଜଣକ ନିଜ ଲକ୍ଷ୍ମଣରେଖା ଡେଇଁ ଅବାଧ ମିଳାମିଶା କରିଥିଲେ । ଏ ନେଇ ଉଭୟଙ୍କ ପରିବାର ପକ୍ଷରୁ ବାରଣ କରିଥିଲେ । ଏଥିପାଇଁ ପ୍ରେମୀଯୁଗଳ ସକାଳେ ଘରୁ କେଉଁ ଆଡେ ପଳାଇଯାଇଥିଲେ । ଗ୍ରାମ ନିକଟସ୍ଥ ରେଳଧାରଣା ନିକଟରେ ଥିବା କାଜୁ ବଗିଚାରେ ପ୍ରେମି ଯୁଗଳ ଗୁରୁତର ଅବସ୍ଥାରେ ପଡଥିବା ଦେଖିବା ସହିତ ସେମାନେ ଆତ୍ମହତ୍ୟା କରିବା ପାଇଁ ବିଷ ପିଇଥିବା ପ୍ରକାଶ କରିଥିଲେ । ଏ ନେଇ ଗ୍ରାମବାସୀ ପ୍ରେମୀଯୁଗଳଙ୍କ ପରିବାର ବର୍ଗଙ୍କୁ ଖବର ଦେଇଥିଲେ । ପରେ ଦୁହିଁଙ୍କୁ ଅନୁଗୁଳ ଡାକ୍ତରଖାନା ନିଆ ଯାଇଥିଲା । ସେଠାରେ ପ୍ରେମିକର ଅବସ୍ଥା ଗୁରତର ଥିବାରୁ ଡାକ୍ତର ତାଙ୍କୁ ଚିକିତ୍ସା ପାଇଁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିବା ବେଳେ ପ୍ରେମିକା ଜଣଙ୍କ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଏ ନେଇ ଖବର ଲେଖା ହେବା ସୁଦ୍ଧା ଜରପଡା ଥାନାରେ କୈାଣସି ମାମଲା ରୁଜୁ ହୋଇନଥିବା ଜଣାପଡିଛି । Advertisement
ଶୈଳ ଶ୍ରୀକ୍ଷେତ୍ରରେ ଦିନ ୨:୩୦ ରେ ହେବ ରଥ ଟଣା ଅନୁଗୋଳ – ଆସନ୍ତା ୨୦ ତାରିଖରୁ ରଥଯାତ୍ରା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଯଥାରୀତି ନୀତି ଅନୁସାରେ ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଅନୁଷ୍ଠିତ…
ନିଖୋଜ ନାବଳକକୁ ବଳି ସନ୍ଦେହ – ପୁଲିସ ଗାଡି ଜାଳିଦେଲେ ଉତ୍ତ୍ଯକ୍ତ ଲୋକେ ଅନୁଗୋଳ – ଆଠମଲ୍ଲିକ ବାରିଣୀ ଜଙ୍ଗଲରୁ ନାବାଳକଙ୍କ କ୍ଷତ ବିକ୍ଷତ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ନାବାଳକ ଜଣଙ୍କ ଗୋଡ଼ ହାତ ଆଦି…
ଓକିଲ ସଂଘ ନିର୍ବାଚନ – ଦିଲ୍ଲୀପ , ନଗେନ ଓ ସୁଶାନ୍ତ ସଭାପତି ଅନୁଗୋଳ – ୱାନ ବାର ୱାନ ଭୋଟ ଅନୁଯାୟୀ ଆଜି ରାଜ୍ୟର ବିଭିନ୍ନ ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି । ଏହି କ୍ରମରେ ଅନୁଗୋଳ…