ଅପରାଧ ଦିନ ଦ୍ଵିପହରରେ ଘରେ ପଶି କଳାକନା ବୁଲାଇଲେ ଚୋର Angul OnlineJune 11, 2022June 11, 2022 ଅନୁଗୁଳ – ଅନୁଗୁଳ ସହରରେ ପ୍ରତ୍ୟେକ ଦିନ ଲୁଟେରାଙ୍କ ଉତ୍ପାତ କେଉଁଠି ନା କେଉଁଠି ଦେଖିବାକୁ ମିଳୁଛି । ଆଜି(ଶନିବାର) ଅନୁଗୁଳ ଉପକଣ୍ଠ ଗୀତାଗ୍ରାମରେ ଘରେ କେହି ନ ଥିବାର ସୁଯୋଗ ନେଇ ଲୁଟେରା ମାନେ ଘରେ କଳାକନା ବୁଲାଇଛନ୍ତି । ସୂଚନା ଅନୁସାରେ , ଗୀତାଗ୍ରାମର ଶାଶ୍ଵତ କୁମାର ଦାସଙ୍କ ପରିବାର ଆଜି ଅପରାହ୍ନ ଚାରିଟା ବେଳେ ତାଳଚେରସ୍ଥିତ ଭାଇ ଘରକୁ ଯାଇଥିଲେ । ସେମାନେ ଯିବା ବେଳେ ଘର ଭିତର ଓ ବାହାର ଗେଟକୁ ତାଲା ପକାଇଥିଲେ । କିନ୍ତୁ ସନ୍ଧ୍ୟାରେ ଫେରିବା ବେଳକୁ ଘରର ମୁଖ୍ୟ ଗ୍ରୀଲ ଓ ଭିତର କବାଟ ଖୋଲା ଥିଲା । ଘର ଭିତରକୁ ଯାଇ ଦେଖିବା ବେଳକୁ ଆଲମାରୀ ଭଙ୍ଗା ଯାଇଥିବା ବେଳେ ସେଥିରେ ଥିବା ନଗଦ ୫୦ ହଜାର ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଯାଇଥିବା ଦେଖିଥିଲେ । ଏ ଦେଖି ସେ ଅନୁଗୁଳ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । Advertisement
ବିପୁଳ ପରିମାଣର କଫ୍ ସିରପ୍ ଓ ବ୍ରାଉନ୍ ସୁଗାର ଜବତ ସମଲ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ପୂଲିସ ବିଭିନ୍ନ ଜାଗାରେ ଚଢାଉ କରି ବିପୁଳ ପରିମାଣର କଫ୍ ସିରପ୍ ଓ ବ୍ରାଉନ୍ ସୁଗାର…
ଘର ମାଲିକ ଶୋଇଥିବା ବେଳେ କଳା କନା ବୁଲେଇଲେ ଦୁର୍ବୃତ୍ତ ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ନୂଆମୌଜା ପଞ୍ଚାୟତ ଶରଧାପୁର ଗ୍ରାମର ତଳ ସାହିରେ ଘରେ ମାଲିକ ଶୋଇଥିବା ବେଳେ ଦୁର୍ବୃତ୍ତ କଳା କନା ବୁଲାଇଛନ୍ତି…
ନୀଳାଚଳ ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି ଉଦ୍ୟମ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ଥାନା ଦୁର୍ଗାପୁରସ୍ଥିତ ନୀଳାଚଳ ଗ୍ରାମ୍ୟବ୍ୟାଙ୍କ ଝରକା ଭାଙ୍ଗି ବିଳମ୍ବିତ ରାତିରେ ଡକାୟତି ଉଦ୍ୟମ ହୋଇଛି । ସୂଚନା ଅନୁସାରେ ,…