ତାଳଚେର ସାର କାରଖାନା କାମ ଶୀଘ୍ର ସାରିବା ଉପରେ ଗୁରୁତ୍ବ ଦେଲେ ପରିଚାଳନା ନିର୍ଦେଶକ

ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସାର କାରଖାନା ପୁନଃରୁଦ୍ଧାର କାମର ଅଗ୍ରଗତି ନେଇ ଏକ ଉଚ୍ଚସ୍ତରୀୟ ଟିମ୍ ସମୀକ୍ଷା କରିଛି । ସୂଚନା ଅନୁସାରେ ତାଳଚେର ଫର୍ଟିଲାଇଜର ପରିଚାଳନା ନିର୍ଦେଶକ ସଚ୍ଚିଦାନନ୍ଦ ଯାଦବଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ ଟିମ୍ ଆଜି ତାଳଚେରସ୍ଥିତ ପ୍ରକଳ୍ପକୁ ଆସି ପରିଦର୍ଶନ କରିବା ସହ ଅଗ୍ରଗତି ନେଇ ସମୀକ୍ଷା କରିଥିଲେ । ଟିଏଫ୍ଏଲ୍ ସଞ୍ଚାଳନ ନିର୍ଦେଶକ ସଞ୍ଜୟ ଆରୋରା, ଅର୍ଥ ବିଭାଗ ନିର୍ଦେଶକ ଅଭିଜିତ୍ ଗୋସ୍ବାମୀ, ମହାପ୍ରବନ୍ଧକ ପଞ୍ଚାନନ ହଳଧର, ବଳବନ୍ତ ଗୋସେଇଁ ପ୍ରମୁଖଙ୍କ ଉପସ୍ଥିତିରେ ସେ ପ୍ରକଳ୍ପର ସମୀକ୍ଷା କରିବା ପରେ ପ୍ରକଳ୍ପର ଅଗ୍ରଗତି ସନ୍ତୋଷଜନକ ବୋଲି ପରିଚାଳନା ନିର୍ଦେଶକ ସଚ୍ଚିଦାନନ୍ଦ ଯାଦବ କହିଥିଲେ । ବର୍ତ୍ତମାନ ସୁଦ୍ଧା ଏଫସିଆଇ ପରିସର ଭିତର ଅଞ୍ଚଳ ସମତୁଲ କରା ଯିବା ସହ ପାଚେରି ମରାମତି କାମ ସଋ ଯାଇଛି । ପ୍ଲାଣ୍ଟର ସୁରକ୍ଷା ବ୍ୟବସ୍ଥା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୱାଚ୍ ଟାୱାର ସହ ପରିମଳ ବ୍ୟବସ୍ଥା ପାଇଁ ବ୍ୟବସ୍ଥା କରା ଯାଇଛି ବର୍ତ୍ତମାନ ପାଇଁ ଆବଶ୍ୟକୀୟ ରାସ୍ତା କାମ ମଧ୍ୟ ସଂପୂର୍ଣ୍ଣ ହୋଇ ସାରିଛି ୨୦୨୩ ମସିହା ଶେଷ ସୁଦ୍ଧା କାମ ସାରିବା ସମ୍ପୁର୍ଣ୍ଣ ପରେ ପ୍ଳାଣ୍ଟ କାର୍ଯ୍ୟକ୍ଷମ ହୋଇ ପାରିବ ବୋଲି ରକ୍ଷା ଯାଇଥିବା ଲକ୍ଷ୍ୟ ସଫଳ ହୋଇ ପାରିବ ବୋଲି ମଧ୍ୟ ସେ କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page