ମୁଖ୍ୟ ଖବର ଅଗ୍ନିକାଣ୍ଡରେ ନବସନ୍ଦା କାର୍ଯ୍ୟାଳୟ ଭସ୍ମୀଭୂତ Angul OnlineSeptember 11, 2021September 11, 2021 ଛେଣ୍ଡିପଦା – ଜଳିଗଲା ନବସନ୍ଦାମାନଙ୍କ କାର୍ଯ୍ୟାଳୟ । ଅନୁଗୁଳ ଜିଲ୍ଲା ଛେଣ୍ତିପଦା ତହସିଲ ଅଫିସ ନିକଟରେ ଥିବା ନବସନ୍ଦା କାର୍ଯ୍ୟାଳୟରେ ଭୋର ୩ ଟା ସମୟରେ ଅଗ୍ନିକାଣ୍ଡ ହୋଇଥିଲା । ଫଳରେ ସେଠାରେ ଥିବା ୪ ବଖରା ଘରରେ ଜଳି ଯାଇଛି । ଅଗ୍ନିକାଣ୍ଡ ଦେଖି ସ୍ଥାନୀୟ ଲୋକେ ଅଗ୍ନୀଶମ ବାହିନୀକୁ ଖବର ଦେଇ ଥିଲେ । ଖବର ପାଇ ଅଗ୍ନୀଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । କିନ୍ତୁ ସେତେବେଳକୁ ନବସନ୍ଦା ଘର ଗୁଡିକ ଜଳି ପୋଡି ପାଉଁଶ ହୋଇ ଯାଇଥିଲା । ଅଗ୍ନିକାଣ୍ଡରେ କୌଣସି କାଗଜପତ୍ର କିମ୍ବା ଅନ୍ୟକିଛି ନଷ୍ଟ ହୋଇ ନଥିବା ଜଣା ପଡ଼ିଥିବା ବେଳେ ଅଗ୍ନିକାଣ୍ତର କାରଣ ଜଣା ପଡି ନାହିଁ । Advertisement
ଟ୍ରେନ ଧକ୍କାରେ ଖୁଡି-ପୁତୁରା ମୃତ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଜାମ୍ବୁନାଳୀ ଗାଁ ନିକଟରେ ଏକ ଅଘଟଣ ଘଟି ଯାଇଛି । ରେଳ ଧାରଣା ପାର ହେଉଥିବା ବେଳେ ଟ୍ରେନ…
ଶୈଳଶ୍ରୀକ୍ଷେତ୍ରରେ ରଥଯାତ୍ରା – ଲକ୍ଷାଧିକ ଭକ୍ତଙ୍କ ସମାଗମ ଅନୁଗୁଳ – ଅନୁଗୁଳ ଶୈଳଶ୍ରୀକ୍ଷେତ୍ରରେ ଘୋଷଯାତ୍ରା ମହା ଆଡମ୍ବରରେ ପାଳିତ ହୋଇଛି । କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ହେଲା ରଥଯାତ୍ରା ପାଳନ କରା ଯାଇ…
କଲରାପତରିଆ ବାଘ ଆକ୍ରମଣରେ ଦୁଇଜଣ ଆହତ ଅନୁଗୋଳ – ଅନୁଗୋଳ ଜିଲ୍ଲା ବନ୍ତଳା ରେଞ୍ଜ୍ କୃଷ୍ଣଚକ୍ରଗଡରେ ବାଘ ଆକ୍ରମଣରେ ଦୁଇ ଗୁରୁତର ହୋଇଥିବା ଜଣା ପଡିଛି । ସୂଚନା ଅନୁସାରେ , କୃଷ୍ଣଚକ୍ରଗଡ ଗ୍ରାମର…