ଜାଲି ପିଇଟି ଶିକ୍ଷକଙ୍କ ସଂଖ୍ୟା ବଢୁଛି – ଉଚ୍ଚ ସ୍ତରୀୟ ତଦନ୍ତ ଆବଶ୍ୟକ

ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ନକଲି ପିଇଟି ଶିକ୍ଷକଙ୍କ ସଂଖ୍ୟା କେବଳ ଯେ ୧୦ ତା ନୁହେଁ ଏହାର ସଂଖ୍ୟା ଅଧିକ ରହିଛି ଗତକାଲି ୧୦ ଜଣ ପିଇଟି ଶିକ୍ଷକ ଜାଲ ପ୍ରମାଣପତ୍ର ଦେଇ ଚାକିରି କରିଥିବା ଅନୁଗୁଳ ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ସାହୁ ଥାନାରେ ଅଭିଯୋଗ କରିଥିଲେ ତେବେ ଏହି ୧୦ ଜଣ ବାଦ ଆଉ ଦୁଇ ଜଣ ପିଇଟି ଓ ୩ ଜଣ ପ୍ରାଇମେରୀ ଶିକ୍ଷକ ମଧ୍ୟ ଜାଲିଆତି କରିଥିବା ଜଣା ପଡିଛି ବୋଲି ଜିଲ୍ଲା ଶିକ୍ଷାଧିକାରୀ କରିଛନ୍ତି । ଏ ନେଇ ଅଧିକ ତଦନ୍ତ ଜାରି ରହିଛି ଜାଲ ପ୍ରମାଣପତ୍ର ଦେଇ ଚାକିରି କରିଥିବା ଶିକ୍ଷକଙ୍କ ସଂଖ୍ୟା ଆହୁରି ଅଧିକ ଥିବା ବୋଲି ଆଶା କରା ଯାଉଛି ତେବେ ଏତେ ସଂଖ୍ୟାରେ ଜାଲ ସାର୍ଟିଫିକେଟ କେଉଁଠୁ ଆସିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବିଶ୍ଵସ୍ତ ସୂତ୍ରରୁ ଜଣା ପଡିଛି ଯେ ଢେଙ୍କାନାଳ ଜିଲ୍ଲାର ଜଣେ ବ୍ୟକ୍ତି ମୋଟା ଅଙ୍କର ଟଙ୍କା ନେଇ ଏହି ସବୁ ନକଲି କାଗଜପତ୍ର ତିଆରି କରି ଦେଇଛନ୍ତି । ତେବେ ଏ ସମ୍ପର୍କରେ ପୁଲିସ କିମ୍ବା ଉଚ୍ଚ ସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି । ଅଧିକ ତଦନ୍ତ କରି ଜାଲ କାଗଜପତ୍ର ତିଆରି କରିଥିବା ବ୍ୟକ୍ତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।  

Advertisement

Leave a Reply

Your email address will not be published. Required fields are marked *

You cannot copy content of this page