ଆଞ୍ଚଳିକ ପାଣିରେ ବୁଡି ବୃଦ୍ଧା ମୃତ Angul OnlineSeptember 3, 2021September 3, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପିପଳବାହାଳ ଗାଁରେ ପାଣିରେ ବୁଡି ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ଘଟଣାରୁ ପ୍ରକାଶ ପିପଳବାହାଳ ଗ୍ରାମର ଜେମା ପ୍ରଧାନ ଗୁରୁବାର ସକାଳେ ବିରି ତୋଳିବାକୁ ଘର ଠାରୁ ୨କିମି ଦୂରରେ ଥିବା ବଗିଚାକୁ ଯାଇଥିଲେ । କିନ୍ତୁ ସଂଧ୍ୟା ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକ ଓ ଗ୍ରାମବାସୀ ବହୁ ଖୋଜାଖୋଜି କରିବା ପରେ ଗାଁ ନିକଟସ୍ଥ ବାବାଜି ଦରହ ପାଣିରେ ପଡିଥିବା ଦେଖିବାକୁ ପାଇଥିଲେ । ପରିବାର ଲୋକମାନେ ତାଙ୍କୁ ତୁରନ୍ତ ଛେଣ୍ଡିପଦା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ହେଲେ ସେତେବେଳକୁ ଜେମାଙ୍କର ମୃତ୍ୟୁ ହୋଇ ସାରିଥିଲା । ଖବର ପାଇ ପୁଲିସ ଶବକୁ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି । Advertisement
ଫୁଡ୍ ଫର ଲାଇଫ୍ କାର୍ଯ୍ୟକ୍ରମରେ ଅସହାୟଙ୍କୁ ଖାଦ୍ୟ ବଣ୍ଟନ ଅନୁଗୁଳ – ଅନ୍ତଃରାଷ୍ଟ୍ରୀୟ କୃଷ୍ଣ ଭାବନାମୃତ ସଂଘ (ଇସ୍କନ୍) ଅନୁଗୁଳ ପକ୍ଷରୁ ରବିବାର ସୌଭାଗ୍ୟ ନଗର ବସ୍ତି, ତାମ୍ରିତ୍ କଲୋନୀ, ଅନୁଗୋଳ ରେ ଫୁଡ୍ ଫର ଲାଇଫ୍…
ୟୁନିୟନ ପାଇଁ ଶ୍ରମ କାର୍ଯ୍ୟାଳୟ ଆଗରେ ଧାରଣା ଅନୁଗୁଳ – ଶ୍ରମିକ ସଙ୍ଘ କରିବାକୁ ଯାଇ ଦୋଛକିରେ ପଡି ଯାଇଛନ୍ତି ଶ୍ରମିକ । ଗୋଟିଏ ପଟେ କାମ କରୁଥିବା ସଂସ୍ଥା ହଇରାଣ କରୁଥିବା ବେଳେ ଲେବର…
ଜଣେ ଲୋକ ଏକ ଘଣ୍ଟା ଅଟକାଇଲେ ଟ୍ରେନ ନାଲକୋନଗର – ଅନୁଗୁଳ ଜିଲ୍ଲା ନାଲକୋ ଦ୍ୱାରା ଜମି ହରା କ୍ଷତିଗ୍ରସ୍ତଙ୍କୁ ସରକାରୀ ନିୟମ ଅନୁଯାୟୀ ଥଇଥାନ ଓ କମ୍ପାନୀରେ ନିଯୁକ୍ତି ଦାବି କରି ଆଜି ଜଣେ…