ଆଞ୍ଚଳିକ ପାଣିରେ ବୁଡି ବୃଦ୍ଧା ମୃତ Angul OnlineSeptember 3, 2021September 3, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପିପଳବାହାଳ ଗାଁରେ ପାଣିରେ ବୁଡି ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ଘଟଣାରୁ ପ୍ରକାଶ ପିପଳବାହାଳ ଗ୍ରାମର ଜେମା ପ୍ରଧାନ ଗୁରୁବାର ସକାଳେ ବିରି ତୋଳିବାକୁ ଘର ଠାରୁ ୨କିମି ଦୂରରେ ଥିବା ବଗିଚାକୁ ଯାଇଥିଲେ । କିନ୍ତୁ ସଂଧ୍ୟା ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକ ଓ ଗ୍ରାମବାସୀ ବହୁ ଖୋଜାଖୋଜି କରିବା ପରେ ଗାଁ ନିକଟସ୍ଥ ବାବାଜି ଦରହ ପାଣିରେ ପଡିଥିବା ଦେଖିବାକୁ ପାଇଥିଲେ । ପରିବାର ଲୋକମାନେ ତାଙ୍କୁ ତୁରନ୍ତ ଛେଣ୍ଡିପଦା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ହେଲେ ସେତେବେଳକୁ ଜେମାଙ୍କର ମୃତ୍ୟୁ ହୋଇ ସାରିଥିଲା । ଖବର ପାଇ ପୁଲିସ ଶବକୁ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି । Advertisement
ଅଜଣା ଗାଡି ଧକ୍କାରେ ସାଇକେଲ ଆରୋହି ମୃତ ବଅଁରପାଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଣ୍ଠିଗାଡ଼ିଆ ଗ୍ରାମର ଜଣେ ସାଇକେଲ ଚାଳକ ଅଜଣା ଗାଡି ଧକ୍କାରେ ମୃତ ଘଟିଛି । ସୂଚନା ଅନୁସାରେ…
ଦୁର୍ଘଟଣାରେ ଓକିଲ ଗୁରୁତର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ କୋଶଳା ତାରିଣୀ ପୀଠ ପାଖରେ ଶନିବାର ରାତିରେ ଏକ ଦୁର୍ଘଟଣା ଘଟିଛି । ଏଥିରେ ଥିବା ଚାଳକ…
କୂଅ ଭିତରୁ ଉଦ୍ଧାର ହେଲା ଅଜଗର ଅନୁଗୁଳ – କୂଅ ଭିତରୁ ଉଦ୍ଧାର ହେଲା ପାଞ୍ଚ ଫୁଟର ଅଜଗର । ଅନୁଗୁଳ ଜିଲ୍ଲା ଜରପଡ଼ା ଅନ୍ତର୍ଗତ ସଦାନନ୍ଦପୁର ରଣଜିତ ଦେହୁରୀଙ୍କ କୂଅ ଭିତରେ ପାଞ୍ଚ…