ଆଞ୍ଚଳିକ କୂଅରେ ପଡ଼ି ବୃଦ୍ଧ ମୃତ Angul OnlineMay 22, 2022May 22, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ଅଙ୍ଗାରବନ୍ଧ କୁମ୍ଭାରସାହି ଗାଁରେ ଆଜି ଜଣେ ବୃଦ୍ଧ କୂଅରେ ଖସି ପଡ଼ି ପ୍ରାଣ ହରାଇଛନ୍ତି । ସୂଚନା ଅନୁସାରେ, କୁମ୍ଭାରସାହି ଗ୍ରାମର ୮୦ ବର୍ଷୀୟ ପ୍ରାଣବନ୍ଧୁ ଦାସ ରାତି ପ୍ରାୟ ୧୦ ଟା ବେଳେ ଘର ସମ୍ପୁଖରେ ଥିବା କୂଅ ନିକଟରେ ବସିବା ପାଇଁ ଯାଇଥିଲେ । କୂଅ ନିକଟରେ ସେ ଥିବା ବେଳେ ହଠାତ କୂଅ ଭିତରକୁ ଗଳି ପଡ଼ିଥିଲେ । କୂଅ ଗଭୀର ଥିବାରୁ ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରିବାକୁ ସାହସ କରିପାରିନଥିଲେ । ଗ୍ରାମବାସୀଙ୍କ ଠାରୁ ଖବର ପାଇ ଅନୁଗୁଳ ଦମକଳ ବାହିନୀ ପହଞ୍ଚି ତାକୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । Advertisement
ଆଖୁ ଖାଇବାକୁ ଆସି ହାତୀ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ । ଆଖୁ ଖାଇବାକୁ ଯାଇ ବିଲରେ ଦିଆ ଯାଇଥିବା ବିଦ୍ୟୁତ ତାରବାଡରେ ଲାଗି ହାତୀର…
ଉତ୍କଳ ଡି କୋଲ ବ୍ଲକ୍ ନିମନ୍ତେ ଗ୍ରାମବାସୀଙ୍କ ସହ ତ୍ରିପାକ୍ଷିକ ବୈଠକ ଅନୁଗୁଳ – ନାଲ୍କୋର ଉତ୍କଳ ଡି କୋଲ ବ୍ଲକ୍ ପାଇଁ ଛେଣ୍ଡିପଦାର ରାଇଝରଣ ଗ୍ରାମବାସୀଙ୍କୁ ନେଇ କମ୍ପାନୀ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନର ଏକ ତ୍ରିପାକ୍ଷିକ ବୈଠକ…
ସମର୍ପଣ ଏକାଡେମୀର ତୃତୀୟ କ୍ୟାମ୍ପସ୍ ଉଦ୍ଘାଟିତ ଅନୁଗୁଳ – ଅଗ୍ରଣୀ ଶିକ୍ଷାନୁଷ୍ଠାନ ‘ସମର୍ପଣ ଏକାଡେମୀ’ର ତୃତୀୟ କ୍ୟାମ୍ପସ୍ ଗୁରୁବାର ଅନୁଗୁଳ ସହରର ମାଟିଆସାହି ଠାରେ ଉଦ୍ଘାଟିତ ହୋଇଛି । ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର…