ଅପରାଧ ଘର ମାଲିକଙ୍କୁ ମାଉଜର ଓ ଭୁଜାଲିରେ ଆକ୍ରମଣ କରି ଲୁଟ Angul OnlineFebruary 22, 2023February 22, 2023 ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ବନମାଳିପୁର ଗାଁରେ ସଶସ୍ତ୍ର ଡକାୟତି ହୋଇଛି । ଭୁଜାଲି ଓ ବନ୍ଧୁକ ଦେଖାଇବା ସହ ଘର ମାଲିକଙ୍କୁ ଭୁଜାଲିରେ ଆକ୍ରମଣ କରି ଟଙ୍କା ସୁନା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ସୂଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ ୮ ଟା ବେଳେ ଗାଁର କାଠିଆ ସାହୁ ଓ ତାଙ୍କ ପତ୍ନୀ ଘରେ ଥିବା ବେଳେ ତିନି ଜଣ ଦୁର୍ବୃତ୍ତ ଘର ଆଗକୁ ଆସି ପାଣି ମାଗିଥିଲେ । ପାଣି ପିଇବା ବାହାନାରେ କାଠିଆଙ୍କୁ ଘର ନିର୍ମାଣ କାମ କଥା ବୁଝାବୁଝି କରି ଘର ଭିତରକୁ ପଶି ଯାଇଥିଲେ । ଆଉ ହଠାତ ଭୁଜାଲି ଓ ବନ୍ଧୁକ ଦେଖାଇ କାଠିଆ ଏବଂ ତାଙ୍କ ପତ୍ନୀଙ୍କୁ ଭୟଭୀତ କରି ଟଙ୍କା ସୁନା ମାଗିଥିଲେ । କାଠିଆ ପ୍ରତିବାଦ କରିବାରୁ କାଠିଆଙ୍କ ମୁଣ୍ଡ ଓ ହାତକୁ ଭୁଜାଲିରେ ଆକ୍ରମଣ କରିବା ସହ ତାଙ୍କ ପତ୍ନୀଙ୍କୁ ମଧ୍ୟ ମାଡ଼ ମାରିଥିଲେ । ପରେ ଘରେ ଥିବା ଟଙ୍କା ନେବା ସହ କାଠିଆଙ୍କ ସ୍ତ୍ରୀଙ୍କ ବେକରେ ଥିବା ମଙ୍ଗଳସୁତ୍ର ନେଇ ଚମ୍ପଟ ମାରିଥିଲେ । ଗଲା ବେଳକୁ ସେମାନେ ସେମାନଙ୍କ ଭୁଜାଲି ଓ ପିସ୍ତଲ ଛାଡି ପଳାଇଥିବା ଜଣା ପଡ଼ିଛି । ଖବର ପାଇ ତାଳଚେର ପୁଲିସ ଘଟଣା ସ୍ଥଳରେ ପହଞ୍ଚି କାଠିଆଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ତଦନ୍ତ କରୁଛି । Advertisement
ଭେଣ୍ଡିଂ ଜୋନ୍ରେ ନିଶା କାରବାର – ଦମ୍ପତି ଗିରଫ ଅନୁଗୁଳ – ଅନୁଗୁଳ ଥାନା ପୁଲିସ୍ ଟାଉନ୍ ହାଇସ୍କୁଲ ସାମ୍ନା ପରିତ୍ୟକ୍ତ ଭେଣ୍ଡିଂ ଜୋନ୍ରେ ଚଢ଼ାଉ କରି ୮ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି । ଏଥି…
ନେତାଙ୍କ ଆପତ୍ତିଜନକ ଫଟୋ ଭାଇରାଲ ପାଲଲହଡା – ବିଜେପି ମଣ୍ଡଳ ଯୁବ ସଭାପତିଙ୍କ ଆପତ୍ତି ଜନକ ଫୋଟୋ ଭାଇରାଲ । ଅଞ୍ଚଳର ଜଣେ ଵିବାହିତା ମହିଳାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ମୋବାଇଲରୁ…
୮ ଗ୍ରାମରୁ ଉର୍ଦ୍ଧ ବ୍ରାଉନ ସୁଗାର ସହ ଦୁଇ ବ୍ରାଉନସୁଗାର ବେପାରୀ ଗିରଫ ବଅଁରପାଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନାର ନାଲକୋ ଆଲୁମିନିୟମ ପାର୍କ ଅଞ୍ଚଳରୁ ଦୁଇ ବ୍ରାଉନସୁଗାର ବେପାରୀ କାବୁ କରିବାରେ ସଫଳତା ପାଇଚି ବଅଁରପାଳ ପୁଲିସ ।…