ରାଜନୀତି ସରପଞ୍ଚଙ୍କୁ କାର୍ଯ୍ୟ ହସ୍ତାନ୍ତର କରୁନାହାନ୍ତି ପିଇଓ – ଜିଲ୍ଲାପାଳଙ୍କୁ ଫେରାଦ Angul OnlineMarch 15, 2022March 15, 2022 ଅନୁଗୁଳ – ତ୍ରିସ୍ତରୀୟ ନିର୍ବାଚନ ସଦ୍ୟ ସମାପ୍ତ ହୋଇଥିବା ବେଳେ ନବ ନିର୍ବାଚିତ ସରପଞ୍ଚ ମାନେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବ ସରପଞ୍ଚଙ୍କ ପରେ ଦାୟିତ୍ୱରେ ଥିବା ପଞ୍ଚାୟତ ଏକଜୁକ୍ଟିଭ ଅଫିସରମାନେ ସରପଞ୍ଚଙ୍କୁ କାର୍ଯ୍ୟ ହସ୍ତାନ୍ତର କରିଛନ୍ତି । ହେଲେ ଅନୁଗୁଳ ଜିଲ୍ଲା ଶିମିଳିପାଳ ଗ୍ରାମ ପଞ୍ଚାୟତର ସରପଞ୍ଚ ଦାୟିତ୍ୱ ନେଇଥିବା ବେଳେ ତାଙ୍କୁ କାର୍ଯ୍ୟ ହସ୍ତାନ୍ତର କରୁ ନାହାନ୍ତି । ଏ ନେଇ ନବ ନିର୍ବାଚିତ ସରପଞ୍ଚ ଗିରିଶ ଚନ୍ଦ୍ର ପ୍ରଧାନ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଗିରିଶଙ୍କ କହିବା କଥା ସେ ନିର୍ବାଚିତ ହେବା ପରେ ବର୍ତ୍ତମାନ ସୁଦ୍ଧା ତାଙ୍କୁ କାର୍ଯ୍ୟଭାର ଦିଆ ଯାଇ ନାହିଁ । ଶିମିଳିପାଳ ପଞ୍ଚାୟତର ପଞ୍ଚାୟତ ଏକଜୁକ୍ଟିଭ ଅଫିସର ତାଙ୍କୁ କ୍ୟାଶ ବୁକ , ପାସ ବୁକ , ଜଏନ କରିବା ରେଜିଷ୍ଟର ତଥା ଅନ୍ୟ ଆନୁସଙ୍ଗିକ ରେଜିଷ୍ଟରରେ ଦସ୍ତଖତ କରିବାକୁ ଦେଲେ ନାହିଁ କି ଦେଖିବାକୁ ମଧ୍ୟ ଦେଲେ ନାହିଁ । ଓଲଟା ଜଏନ କରିବାକୁ ଏଭଳି କୌଣସି ବିଧି ନାହିଁ ବୋଲି କହିଲେ । ନିରାଶ ହୋଇ ଗିରିଶ ଛେଣ୍ଡିପଦା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ , ପଞ୍ଚାୟତ ଏକଜୁକ୍ଟିଭ ଅଫିସରଙ୍କୁ ଫୋନ କରିଥିଲେ ମଧ୍ୟ ସେ ନ ଉଠାଇ ନଥିଲେ । ବଂର ସେ ଏକ ଗାଲୁଆ ବ୍ୟକ୍ତି , ଫୋନ ଉଠାନ୍ତି ନାହିଁ କହି ଗିରିଶଙ୍କୁ ଫେରାଇ ଦେଇଥିଲେ । ଏଥିପାଇଁ ଗିରିଶ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆଉ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅନୁରୋଧ କରିଛନ୍ତି । ତେବେ ଏ ନେଇ ବିଡ଼ିଓଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ । Advertisement
ଦଳ ବିରୋଧି କାର୍ଯ୍ୟ ପାଇଁ ଦଳରୁ ବିଦାହେଲେ ଦୁଇ କର୍ମକର୍ତ୍ତା ଅନୁଗୁଳ – ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ଦୁଇ ଜଣ ବରିଷ୍ଠ କର୍ମକର୍ତ୍ତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବନ କରା ଯାଇଛି ।…
ପ୍ରଥମ ଦିନରେ ୫୪୫ ଜଣଙ୍କ ନାମାଙ୍କନ ଅନୁଗୁଳ – ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ…
କୃଷକ ହତ୍ୟା ଓ ପ୍ରିୟଙ୍କାଙ୍କୁ ଗିରଫ ପ୍ରତିବାଦ – କଂଗ୍ରେସର ଧାରଣା ଅନୁଗୁଳ – ଲକ୍ଷ୍ମୀପୁରରେ କୃଷକଙ୍କୁ ହତ୍ୟା ଓ ମୃତକଙ୍କ ପରିବାରକୁ ଦେଖା କରିବାକୁ ଯିବା ବେଳେ ପ୍ରିୟଙ୍କା ଗାନ୍ଧୀଙ୍କୁ ଗିରଫ କରିବା ପ୍ରତିବାଦରେ ଅନୁଗୁଳ ଜିଲ୍ଲା କଂଗ୍ରେସ…