ରାଜନୀତି ବିଜେଡ଼ିକୁ ଆଉ ଏକ ଝଟକା – ଦଳ ଛାଡିଲେ ଜିଲ୍ଲା ପରିଷଦ Angul OnlineDecember 17, 2021December 17, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବିଜେଡିକୁ ଗୋଟିଏ ପରେ ଗୋଟିଏ ଝଟକା ମିଳୁଛି । ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳରୁ ୩ ଜଣ ବରିଷ୍ଠ ସଦସ୍ୟଙ୍କ ଇସ୍ତଫା ଦେବା ଘଟଣା ସାଧାରଣରେ ବେଶ ଆଲୋଚନାର ବିଷୟ ପାଲଟିଛି । ପୂର୍ବରୁ ଆଠମଲ୍ଲିକ ବିଧାୟକ ସଞ୍ଜିବ ସାହୁ ଇସ୍ତଫା ଦେବା ସହ ଭାରତୀୟ ଜନତା ପାର୍ଟୀରେ ଯୋଗ ଦେଇଥିଲେ । ପରେ ପରେ ଅନୁଗୁଳ ବ୍ଲକର ପୂର୍ବତନ ଉପାଧ୍ୟକ୍ଷ, ବର୍ତ୍ତମାନର ବନ୍ତଳା ପଞ୍ଚାୟତର ସମିତି ସଭ୍ୟ ତଥା ଜିଲ୍ଲା ବିଜେଡିର ସମ୍ପାଦକ ଦୁର୍ଗାଚରଣ ପ୍ରଧାନ ଦଳ ଛାଡିଥିଲେ । ଆଜି ପୁଣି ଆଉ ଜଣେ ନେତା ତଥା ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ଏବଂ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ପାଲଲହଡା ୨୩ ନମ୍ବର ଜୋନ ଜିଲ୍ଲା ପରିଷଦ ଶ୍ରୀ ଇନ୍ଦ୍ରମଣି ଗଡନାୟକ ଅନୁଗୁଳର ଏକ ହୋଟେଲରେ ଏକ ସାମ୍ବାଦିକ ସମ୍ମିଳନୀରେ ବ୍ୟକ୍ତି ଗତ କାରଣରୁ ସେ ଇସ୍ତଫା ଦେଉଛନ୍ତି ବୋଲି ପ୍ରକାଶ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ , ଶ୍ରୀ ଗଡନାୟକ ୧୯୯୫ ରୁ ସକ୍ରିୟ ରାଜନୀତିରେ ଥିବା ବେଳେ ୨୩ ନମ୍ବର ଜିଲ୍ଲା ପରିଷଦ ଜୋନରୁ ନିର୍ବାଚିତ ହୋଇଥିଲେ । ତେବେ ତାଙ୍କୁ ଦଳରେ ଉପଯୁକ୍ତ ମର୍ଯ୍ୟାଦା ମିଳୁନଥିବା ଯୋଗୁଁ ସେ ଏଭଳିଆ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଚି । କର୍ମୀ ଓ ଶୁଭେଛୁଙ୍କ ସହ ବିଚାର ବିମର୍ଷ ପରେ ତାଙ୍କ ଭବିଷ୍ୟତ ନେଇ କାର୍ଯ୍ୟପନ୍ଥା ସ୍ଥିର କରିବେ ବୋଲି ଶ୍ରୀ ଗଡନାୟକ ସାମ୍ବାଦିକମାନଙ୍କୁ ଜଣାଇଛନ୍ତି । Advertisement
ହଜାର ହଜାର ସମର୍ଥକଙ୍କ ସହ ପଦ୍ମ ଧରିଲେ ସଞ୍ଜୀବ ଭୁବନେଶ୍ୱର – ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ । ନିଜର ହଜାର ହଜାର ସମର୍ଥକଙ୍କ ସହ ସେ ବିଜେପିରେ ସାମିଲ ହୋଇଛନ୍ତି । ବିଜେପି…
ସୁଦିପଙ୍କୁ ନଗର କଂଗ୍ରେସ ସଭାପତି ଦାୟିତ୍ଵ ଅନୁଗୁଳ – ଅନୁଗୁଳ ଜିଲ୍ଲାର ଉଦୀୟମାନ ଯୁବ ନେତା ସୁଦିପ୍ ମିଶ୍ର (ଲାଟା) ଙ୍କ ଗୁରୁତ୍ୱ କଂଗ୍ରେସ ଦଳରେ ବଢିବାକୁ ଲାଗିଛି । ସୁଦିପ୍ ପୁର୍ବରୁ ଛାତ୍ର…
ବିଧାୟକଙ୍କ ଘରେ ଅଚିହ୍ନା ଯୁବତୀ, ରାତିସାରା ହଟହଟା ଅନୁଗୁଳ- ରାତି ଅଧରେ ରଙ୍ଗବତୀଙ୍କୁ ନେଇ ଜିଲ୍ଲାର ରାଜନୈତିକ ମହଲରେ ଆଲୋଚନା ପର୍ଯ୍ୟାଲୋଚନା ଜାରୀ ରହିଛି । ଅନୁଗୁଳ ଜିଲ୍ଲାର ଜଣେ ବିଧାୟକଙ୍କ କାର୍ନାମାକୁ ନେଇ ଚର୍ଚ୍ଚା…