ଆଞ୍ଚଳିକ ଉଦଘାଟିତ ହେଲା ଫୁଲପଡା ବିଦ୍ୟୁତ ସବ-ଷ୍ଟେସନ Angul OnlineAugust 9, 2021August 9, 2021 ବଅଁରପାଳ -(AO)- ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଫୁଲପଡା ପାଖରେ ନିର୍ମାଣ ହୋଇଥିବା ବିଦ୍ୟୁତ ସବ-ଷ୍ଟେସନକୁ (ତଳମୂଳ ଶାସନ) ଓଡିଶା ବିଧାନସଭାର ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ଉଦଘାଟନ କରିଛନ୍ତି । ଉପ ବାଚସ୍ପତିଙ୍କ ଦୀର୍ଘ ଦିନର ପ୍ରଚେଷ୍ଟା ପରେ ଏହି ସବ-ଷ୍ଟେସନଟି ନିର୍ମାଣ ହୋଇଥିଲା । ବାରମ୍ବାର ବିଦ୍ୟୁତ ବିଭ୍ରାଟ ପାଇଁ ମହିଧରପୁର , ତଳମୂଳ , ତଳମୂଳ ଶାସନ, ଫୁଲପଡା ଓ ସାନ୍ତରାପୁର ‘ଖ’ ପଞ୍ଚାୟତର ଲୋକମାନେ ବିଭିନ୍ନ ପ୍ରକାରର ଅସୁବିଧା ଭୋଗୁଥିଲେ । ସାମାନ୍ୟ ବର୍ଷା ପବନ ହେଲେ ଦିନ ଦିନ ଧରି ବିଦ୍ୟୁତ ସେବା ବାଧାପ୍ରାପ୍ତ ହେଉଥିଲା । ଲୋକମାନଙ୍କର ଏହି ସମସ୍ୟାକୁ ଦେଖି ଏହି ସବ-ଷ୍ଟେସନକୁ ନିର୍ମାଣ କରା ଯାଇଥିଲା । ଏହି ଫୁଲପଡା ୩୩/୧୧ ସବ ଷ୍ଟେସନ (ତଳମୂଳ ଶାସନ) ଉଦଘାଟିତ ହେବା ଫଳରେ ମହିଧରପୁର, ଗଡ଼ ତଳମୂଳ , ତଳମୂଳ ଶାସନ, ଫୁଲପଡା ଓ ସାନ୍ତରାପୁର ‘ଖ’ର ଲୋକମାନେ ଉପକୃତ ହୋଇପାରିବେ । ସବ ଷ୍ଟେସନ ଉଦଘାଟନ କାର୍ଯ୍ୟକ୍ରମରେ ବଅଁରପାଳ ବ୍ଲକ ବିଜେଡି ସଭାପତି ବିଜୟ କୁମାର ନାଥ, ଟିପିସିଓଡିଏଲ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିତେନ୍ଦ୍ର ପାତ୍ର , ଟିପିସିଓଡିଏଲର ଏସଡିଓ , କନିଷ୍ଠ ଯନ୍ତ୍ରୀ , ବିଦ୍ୟୁତ ବିଭାଗର ବିଭିନ୍ନ ଅଧିକାରୀ ବୃନ୍ଦ , ଯୁବ ନେତା ଅରୁଣାଭ ସିଂହ ଆଦି ଉପସ୍ଥିତ ଥିଲେ । Advertisement
କେନାଲରୁ ନାବାଳକର ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ସହର ଅମଲାପଡା ଦେଇ ଯାଇଥିବା କେନାଲରୁ ଆଜି ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର କରା ଯାଇଛି । ମୃତ ନାବାଳକ ଜଣଙ୍କ ପଶ୍ଚିମବଙ୍ଗ…
ପଞ୍ଚାୟତିରାଜ ଦିବସରେ ସମ୍ମାନିତ ହେଲେ ବିଭିନ୍ନ ପଞ୍ଚାୟତ ଅନୁଗୁଳ – ସ୍ଥାନୀୟ ବିଜୁମଇଦାନ ଠାରେ ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ୨୦୨୫ ମହସମାରୋହ ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଅନୁଗୁଳ ବିଧାୟକ ଶ୍ରୀ…
ଓକିଲଙ୍କ କଲମ ଛାଡ଼ ଆନ୍ଦୋଳନ ଅନୁଗୁଳ – ବ୍ରହ୍ମପୁରର ବିଶିଷ୍ଟ ଆଇନଜୀବୀ, ସମାଜସେବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳିକରି ହତ୍ୟା କରାଯାଇଛି । ଏହାର ପ୍ରତିବାଦରେ ସାରା ରାଜ୍ୟରେ ଆଜି…