ଆଞ୍ଚଳିକ ଉଦଘାଟିତ ହେଲା ଫୁଲପଡା ବିଦ୍ୟୁତ ସବ-ଷ୍ଟେସନ Angul OnlineAugust 9, 2021August 9, 2021 ବଅଁରପାଳ -(AO)- ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଫୁଲପଡା ପାଖରେ ନିର୍ମାଣ ହୋଇଥିବା ବିଦ୍ୟୁତ ସବ-ଷ୍ଟେସନକୁ (ତଳମୂଳ ଶାସନ) ଓଡିଶା ବିଧାନସଭାର ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ଉଦଘାଟନ କରିଛନ୍ତି । ଉପ ବାଚସ୍ପତିଙ୍କ ଦୀର୍ଘ ଦିନର ପ୍ରଚେଷ୍ଟା ପରେ ଏହି ସବ-ଷ୍ଟେସନଟି ନିର୍ମାଣ ହୋଇଥିଲା । ବାରମ୍ବାର ବିଦ୍ୟୁତ ବିଭ୍ରାଟ ପାଇଁ ମହିଧରପୁର , ତଳମୂଳ , ତଳମୂଳ ଶାସନ, ଫୁଲପଡା ଓ ସାନ୍ତରାପୁର ‘ଖ’ ପଞ୍ଚାୟତର ଲୋକମାନେ ବିଭିନ୍ନ ପ୍ରକାରର ଅସୁବିଧା ଭୋଗୁଥିଲେ । ସାମାନ୍ୟ ବର୍ଷା ପବନ ହେଲେ ଦିନ ଦିନ ଧରି ବିଦ୍ୟୁତ ସେବା ବାଧାପ୍ରାପ୍ତ ହେଉଥିଲା । ଲୋକମାନଙ୍କର ଏହି ସମସ୍ୟାକୁ ଦେଖି ଏହି ସବ-ଷ୍ଟେସନକୁ ନିର୍ମାଣ କରା ଯାଇଥିଲା । ଏହି ଫୁଲପଡା ୩୩/୧୧ ସବ ଷ୍ଟେସନ (ତଳମୂଳ ଶାସନ) ଉଦଘାଟିତ ହେବା ଫଳରେ ମହିଧରପୁର, ଗଡ଼ ତଳମୂଳ , ତଳମୂଳ ଶାସନ, ଫୁଲପଡା ଓ ସାନ୍ତରାପୁର ‘ଖ’ର ଲୋକମାନେ ଉପକୃତ ହୋଇପାରିବେ । ସବ ଷ୍ଟେସନ ଉଦଘାଟନ କାର୍ଯ୍ୟକ୍ରମରେ ବଅଁରପାଳ ବ୍ଲକ ବିଜେଡି ସଭାପତି ବିଜୟ କୁମାର ନାଥ, ଟିପିସିଓଡିଏଲ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିତେନ୍ଦ୍ର ପାତ୍ର , ଟିପିସିଓଡିଏଲର ଏସଡିଓ , କନିଷ୍ଠ ଯନ୍ତ୍ରୀ , ବିଦ୍ୟୁତ ବିଭାଗର ବିଭିନ୍ନ ଅଧିକାରୀ ବୃନ୍ଦ , ଯୁବ ନେତା ଅରୁଣାଭ ସିଂହ ଆଦି ଉପସ୍ଥିତ ଥିଲେ । Advertisement
ଶ୍ରୀଜୀଉଙ୍କ ପଦ୍ମମୁଖ ଦର୍ଶନ କଲେ ସାଂସଦ ଅନୁଗୁଳ – ପବିତ୍ର ଶୁକ୍ଳ ଦ୍ଵିତୀୟା ତିଥିରେ ଶ୍ରୀଜୀଉ ମାନଙ୍କର ପଦ୍ମମୁଖ ବେଶ ଅନୁଗୁଳ ସ୍ଥିତ ଶୈଳଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୋଇଯାଇଛି । ଏହି ପବିତ୍ର ବେଶ ଦର୍ଶନ…
ମହାଦ୍ୟାଳୟ କିରାଣୀଙ୍କର ସନ୍ଦେହଜନକ ମୃତ୍ୟୁ ଅନୁଗୁଳ – ଅନୁଗୁଳ ଥାନା ସରକାରୀ ସ୍ଵୟଂ ଶାସିତ ମହାଦ୍ୟାଳୟର ଜଣେ କିରାଣୀଙ୍କର ମୃତଦେହ ମହାବିଦ୍ୟାଳୟ ଫାଟକ ନିକଟରୁ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ହେଲେ…
ଛଟେଇ ପାଇଁ ପ୍ରତିବାଦ ଅନୁଗୁଳ – କୋଭିଡ କାର୍ଯ୍ୟରେ ନିୟୋଜିତ ଠିକା ପାରା ମେଡ଼ିକାଲ ଷ୍ଟାପଙ୍କୁ ଚାକିରୀରୁ ଛଟେଇ କରିଛି ଅନୁଗୁଳ ଜିଲ୍ଲା ପ୍ରଶାସନ । ଯାହାକୁ ନେଇ ଆଜି ଦେଖିବାକୁ…