ଅପରାଧମୁଖ୍ୟ ଖବର ଭିଜିଲାନ୍ସ ଜାଲରେ ଆର ଆଇ Angul OnlineMarch 17, 2022March 17, 2022 ଅନୁଗୁଳ – ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଜଣେ ଆରଆଇ ବାବୁ ଧରା ପଡିଛନ୍ତି । ବାବୁ ଜଣଙ୍କ ହେଲେ ଅନୁଗୁଳ ତହସିଲ ଅନ୍ତର୍ଗତ ବନ୍ତଳା ଆର ଆଇ ଜଗବନ୍ଧୁ ନାଏକ । ସୂଚନା ଅନୁସାରେ ବନ୍ତଳା ଅଞ୍ଚଳର ସୁବାଷ ସାହୁ ଜମି ପଟ୍ଟା କରିବାକୁ ଆର ଆଇ ଜଗବନ୍ଧୁ ନାଏକଙ୍କ ପାଖକୁ ଯାଇଥିଲେ । ଆର ଆଇ ଲାଞ୍ଚ ମାଗିବାରୁ ସୁବାଷ ଅନୁଗୁଳ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ଆଜି ମଧ୍ୟାହ୍ନ ସମୟରେ ଆର ଆଇ ସୁବାଷଙ୍କ ପାଖରୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଧରିଥିଲା । ଆର ଆଇ ଏହି ଟଙ୍କାକୁ ଜଣେ ସ୍ଥାନୀୟ ଲୋକ ନପନ ସାହୁଙ୍କ ମାଧ୍ୟମରେ ଅଭିଯୋଗ କାରୀ ସୁବାଷ ପାଖରୁ ଆଣିବାକୁ କହିଥିଲେ । ଘଟଣା ସ୍ଥଳରେ ନପନକୁ ମଧ୍ୟ ଭିଜିଲାନ୍ସ କାବୁ କରିଥିଲା । Advertisement
ତୀର ମାଡରେ ଯୁବକ ଗୁରୁତର ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା କଙ୍କରେଇ ଗାଁରେ ଜଣେ ଯୁବକଙ୍କୁ ତୀର ମାଡ ହୋଇଥିବା ବେଳେ ତୀର ଲାଗିଥିବା ଅବସ୍ଥାରେ ସେ ଆସି…
ବାଲ୍ୟ ବିବାହକରି ଯୁବକ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ପ୍ରେମ ବିବାହ କରିବା ଅଭିଯୋଗରେ ବୁଧବାର ପୁଲିସ ଗିରଫ କରିଛି । ସୂଚନା ଅନୁସାରେ…
୨୫ ଗ୍ରାମ ବ୍ରାଉନସୁଗାର ଜବତ , ଜଣେ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗକୁ ବ୍ରାଉନସୁଗାର ନେଇ ପୁଣି ଏକ ସଫଳତା ମିଳିଛି । ତାଳଚେର ଅଞ୍ଚଳରୁ ୨୫ ଗ୍ରାମ ବାଉନସୁଗାର ଜବତ କରିବା…