ସମସ୍ୟା ହଟୁ ନାହିଁ ଶୁଖିଲା ଗଛ – ରାସ୍ତା ପାଲଟିଛି ଖୋଲା ବାର Angul OnlineJune 6, 2022June 6, 2022 ଅନୁଗୁଳ – କାଳବୈଶାଖୀ ପ୍ରଭାବରେ ଗଛ ଭାଙ୍ଗି ପଡିଲା । ଏହା ଭିତରେ ୧୫ ଦିନ ବିତି ଗଲାଣି , ହେଲେ ରାସ୍ତା ଉପରେ ପଡି ରାହିଛି ଶୁଖିଲା ଗଛ । ଫଳରେ ଯିବା ଆସିବା ରାସ୍ତା ଅବରୋଧ ହୋଇ ପଡିଛି । ଯାହା କି ଏବେ ମଦୁଆଙ୍କୁ ବେଶ ସୁହାଇଛି । ରାସ୍ତା ଏବେ ମଦୁଆଙ୍କ ଖୋଲା ବାର ପାଲଟିଥିବା ବେଳେ ସ୍ଥାନୀୟ ଲୋକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ସୂଚନା ଅନୁସାରେ ଗତ ମେ ମାସ ୮ ତାରିଖରେ ଅନୁଗୁଳରେ କାଳବୈଶାଖୀ ପ୍ରଭାବରେ ବର୍ଷା ଘଡଘଡି ସାଙ୍ଗକୁ ବହୁତ ଜୋରରେ ପବନ ବୋହିଥିଲା । ପବନ ଯୋଗୁଁ ସହରର ବିଭିନ୍ନ ସ୍ଥାନରେ ଗଛ ପତ୍ର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଅମଲାପଡା ଜୟଦୁର୍ଗା କ୍ଲବ ପଛ ପାଖରେ ଯାଇଥିବା ରାସ୍ତା ଉପରେ ଏକ ବିରାଟ ବଡ ଶିମିଳି ଗଛ ଭାଙ୍ଗି ପଡିଥିଲା । ଫଳରେ ପାଖରେ ଥିବା ବନ ବିଭାଗ କ୍ଵାଟରର ଏକ ପାଚେରି ସାମାନ୍ୟ ଭାଙ୍ଗି ପଡିଥିବା ବେଳେ ବିଦ୍ୟୁତ ତାର ଛିଣ୍ଡି ପଡିଥିଲା । ତା ପରଦିନ ବିଦ୍ୟୁତ ବିଭାଗ ପହଞ୍ଚି ମରାମତି କରିଥିଲା । କିନ୍ତୁ ଭାଙ୍ଗି ପଡିଥିବା ଗଛତି ଆଜି ଯାଏ ସେହିଭଳି ପଡି ରହିଛି । ଯାହା ଫଳରେ ସେହି ରାସ୍ତା ଦେଇ ଯିବା ଆସିବା ବାଧାପ୍ରାପ୍ତ ରହିଛି । କିନ୍ତୁ ଭାଙ୍ଗି ପଡିଥିବା ଗଛକୁ କଟା ଯାଉ ନାହିଁ କି ରାସ୍ତାରେ ଯିବା ଆସିବା ହୋଇ ପାରୁ ନାହିଁ । ଯାହା ଏବେ ମଦୁଆଙ୍କୁ ବେଶ ସୁହାଉଛି । ରାସ୍ତା ଉପରେ ବସି ଆଡ୍ଡା ଜମାଉଛନ୍ତି ମଦ୍ୟପ । ଦିନ ହେଉ କି ରାତି , ସବୁ ସମୟରେ ଆରମରେ ବସି ସେହି ରାସ୍ତା ଉପରେ ବସି ମଦ ପିଉଛନ୍ତି ବିଭିନ୍ନ ଲୋକ । ରାସ୍ତାରେ ଖାଲି ମଦ ବୋତଲ ଗଡୁଛି । ଦିନ ରାତି ସେହି ରାସ୍ତାରେ ମଦ୍ୟପଙ୍କ ଆଡ୍ଡାସ୍ଥଳୀ ଜମୁ ଥିବାରୁ ସ୍ଥାନୀୟ ଲୋକଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି । ତୁରନ୍ତ ସେହି ଗଛ ରାସ୍ତାରୁ ଉଠାଇବା ସହ ପୁଲିସ ପେଟ୍ରୋଲିଂ ବ୍ୟବସ୍ଥା କରିବାକୁ ଦାବି ହୋଇଛି । Advertisement
କ୍ଷତିଗ୍ରସ୍ତ ପ୍ରଜାଙ୍କର ଆନ୍ଦୋଳନ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ସମଲ ବ୍ୟାରେଜ ବ୍ରାହ୍ମଣୀ କ୍ଷତିଗ୍ରସ୍ତ ବାସଚ୍ୟୁତ ପ୍ରଜାସଙ୍ଘ ପକ୍ଷରୁ ବିଭିନ୍ନ ଦାବି ନେଇ ରେଙ୍ଗାଳୀ ଜଳ ସେଚନ ପ୍ରକଳ୍ପର ଭୁ-ଅର୍ଜନ…
ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ରୋଗୀ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ସଦରମହକୁମା ଠାରୁ ମାତ୍ର ୪ କିମି ଦୂର ଏକ ଗାଁ କୁ ରାସ୍ତା ନଥିବାରୁ ଦେଢ କିଲୋମିଟର ରୋଗୀଙ୍କୁ…
ବିଡ଼ିଓଙ୍କ ମନମୁଖୀ କାର୍ଯ୍ୟ ପାଇଁ ବ୍ଲକ୍ କାର୍ଯ୍ୟାଳୟ ତାଲା ପକାଇଲେ ଜନ ପ୍ରତିନିଧି କଣିହାଁ – ଜନ ପ୍ରତିନିଧି ମାନଙ୍କୁ ଗୁରୁତ୍ୱ ଦେଉ ନାହାଁନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ । ଜନ ପ୍ରତିନିଧି ମାନେ ଦେଉଥିବା ପ୍ରସ୍ତାବ ଓ ସାଧାରଣ ଲୋକଙ୍କ…