ରାଜନୀତି ନ୍ୟାୟ ପାଉନି ଅନୁସୂଚିତ ବର୍ଗ – ସମୀର ମହାନ୍ତି Angul OnlineSeptember 19, 2022September 19, 2022 ଅନୁଗୁଳ – ଦେଶର ୨ ହଜାରରୁ ଅଧିକ ଅନୁସୂଚିତ ବହୁଳ ଗାଁଙ୍କୁ ‘ପ୍ରଧାନମନ୍ତ୍ରୀ ଆଦର୍ଶ ଗାଁ’ ଭାବେ ବିକଶିତ କରିବାକୁ ମୋଦୀ ସରକାର ସଂକଳ୍ପ ନେଇଛନ୍ତି । ଅନୁସୂଚିତ ବର୍ଗଙ୍କ ବିକାଶ ପାଇଁ ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି କେନ୍ଦ୍ର ସରକାର । ସରକାରଙ୍କ ଏହି ଜନକଲ୍ୟାଣ ଯୋଜନାର ଠିକ୍ ଭାବେ ପ୍ରଚାର କରି ହିତାଧିକାରୀଙ୍କ ନିକଟରେ ଏହାର ବାର୍ତ୍ତା ପହଞ୍ଚାଇବାକୁ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି । ଶ୍ରୀ ମହାନ୍ତି ରବିବାର ଦିନ ଅନୁଗୁଳଠାରେ ଅନୁଷ୍ଠିତ ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେ କହିଥିଲେ ଯେ ରାଜ୍ୟରେ ଅନସୂଚିତ ବର୍ଗ ଲୋକଙ୍କ ପ୍ରତି ଆକ୍ରମଣ ବଢି ଚାଲିଛି । ଏହାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ। ଆଗାମୀ ଦିନରେ ବିଜେଡିର ଦଳିତ ବିରୋଧୀ ମନୋଭାବ ବିରୋଧରେ ରାଜରାସ୍ତାରେ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ମହାନ୍ତି କହିଥିଲେ । ରାଜ୍ୟ ଅନୁସୂଚିତ ଜାତି ରାଜ୍ୟ ସଭାପତି ତଥା ପୂର୍ବତନ ସାଂସଦ ବିଭୁପ୍ରସାଦ ତରାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିର ଦୁଇଦିନ ଧରି ଚାଲିବ । ଆସନ୍ତାକାଲି ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲାଲ୍ ସିଂହ ଆର୍ଯ୍ୟ ଶିବିରରେ ଯୋଗଦେବେ । ଅନ୍ୟମାନଙ୍କ ମଧ୍ୟରେ ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲୀପ ମଲ୍ଲିକ, କଳ୍ପନା ମଲ୍ଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ପ୍ରଧାନ, ଅଗସ୍ତି ବେହେରା, ଅନୁଗୁଳ ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ ପ୍ରମୁଖଙ୍କ ସମେତ ସମସ୍ତ ପଦାଧିକାରୀ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯୋଗ ଦେଇଥିଲେ । Advertisement
ବିଜେଡି ଓ ବିଜେପି ଉପରେ ବର୍ଷିଲେ କଂଗ୍ରେସ ମୁଖପାତ୍ର ଜଗଦାନନ୍ଦ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବରିଷ୍ଠ ସମ୍ବାଦିକ ଜଗଦାନନ୍ଦ ପ୍ରଧାନ ସାମ୍ବାଦିକତା କ୍ଷେତ୍ରରେ ପ୍ରାୟ ୪୦ ବର୍ଷ ହେଲା କାମ କରି ଆସୁଥିବା ବେଳେ ଗତ କିଛିଦିନ…
ସରପଞ୍ଚଙ୍କ ବିରୁଦ୍ଧରେ ଆସିଲା ଅନାସ୍ଥା ପ୍ରସ୍ତାବ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଘଣ୍ଟପଡା ସରପଞ୍ଚଙ୍କ ବିରୁଦ୍ଧରେ ଆସିଲା ଅନାସ୍ଥା ପ୍ରସ୍ତାବ । ପଞ୍ଚାୟତର ୧୬ ଜଣ ୱାର୍ଡ ମେମ୍ବର ସରପଞ୍ଚ ସସ୍ମିତା ବିଶ୍ୱାଳଙ୍କ…
କାଲି ଅନୁଗୁଳ ଆଜି ତାଳଚେର ବନ୍ଦ – ଅତ୍ୟନ୍ତ ହାସ୍ୟାସ୍ପଦ କହିଲା ବିଜେପି ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଥର୍ମାଲ ପାୱାର ଷ୍ଟେସନ (ଟିଟିପିଏସ) ବନ୍ଦ ପ୍ରତିବାଦରେ ଆଜି ତାଳଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସାଂସଦ ମହେଶ ସାହୁଙ୍କ ନେତୃତ୍ବରେ…