ଭଲ ଖବରମୁଖ୍ୟ ଖବର ମଣିଷପଣିଆ ଦେଖାଇଲେ ଆରଟିଓ Angul OnlineJanuary 21, 2021January 21, 2021 ଜରପଡା – ରାସ୍ତାକଡ଼ରେ ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିଥିବା ଜଣେ ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରି ମାନବିକତାର ପରିଚୟ ଦେଇଛନ୍ତି ଦେବଗଡ଼ ଆରଟିଓ । ନିଜ ବ୍ୟସ୍ତ ଯାତ୍ରା ଭିତରେ ମଧ୍ୟ ଅଟକି ଯାଇ ନିଜ ଗାଡ଼ିରେ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ପହଞ୍ଚାଇଲେ । ସୂଚନା ଅନୁସାରେ ଦେବଗଡ଼ ଜିଲ୍ଲା ଆରଟିଓ ଅନୁଗୋଳ ଜିଲ୍ଲା ଛେଣ୍ତିପଦା- ଜରପଡା ପୂର୍ତ୍ତ ବିଭାଗ ରାସ୍ତାରେ ଦେବଗଡ ଅଭିମୁଖେ ସପରିବାର ଯାଉଥିଲେ । ତେବେ ଶୂନୁଭୁଇଁ ନିକଟରେ ଏକ ମୋଟରସାଇକେଲ ଦୁର୍ଘଟଣାଗ୍ରସ୍ତ ହୋଇ ଲିପୁନ ପ୍ରଧାନ ନାମକ ଜଣେ ଯୁବକ ଗୁରୁତର ଅବସ୍ଥାରେ ରାସ୍ତାରେ ପଡିରହିଥିଲେ । ଏହା ଦେଖି ସେ ନିଜ ଗାଡି ଅଟକାଇବା ସହ ଗୁରୁତର ଯୁବକଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ । ଭୁବନେଶ୍ୱରରୁ ଦେବଗଡ ଅଭିମୁଖେ ନିଜ ପରିବାର ସହ ଆରଟିଓ ପ୍ରଶାନ୍ତ କୁମାର ପରିଡ଼ା ଯାଉଥିବା ବେଳେ ନିଜ କାମ କଥା ଭୁଲି କିଛି ଲୋକଙ୍କୁ ଅଟକାଇଥିଲେ । କିଛି ସମୟର ପ୍ରୟାସ ପରେ ଘଟଣା ସ୍ଥଳରେ ପହଞ୍ଚିଥିବା ଆଇନଜୀବୀ ନଗେନ ନନ୍ଦଙ୍କ ସହଯୋଗରେ ଯୁବକ ଜଣଙ୍କୁ ନିଜ ଗାଡ଼ିରେ ଧରି ଛେଣ୍ତିପଦା ମେଡିକାଲରେ ଭର୍ତ୍ତି କରିଥିଲେ । ଏଥି ସହିତ ଡାକ୍ତର ସହ ଆଲୋଚନା କରି ଗୁରୁତର ଯୁବକଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ବୁଝାସୁଝା କରି ଯୁବକଙ୍କ ପରିବାର ଲୋକଙ୍କୁ ଜଣାଇ ଥିଲେ । ଯୁବକଙ୍କ ଅବସ୍ଥା ଭଲ ଥିବା ଜାଣିବା ପରେ ନିଜ କର୍ମକ୍ଷେତ୍ର ଅଭିମୁଖେ ବାହାରି ଯାଇଥଲେ । ସମାଜରେ ଲୋକଙ୍କ ଭିତରେ ମାନବିକତା ହଜି ଯାଉଥିବା ବେଳେ ଆରଟିଓ ଙ୍କ ଏଭଳି ଉଦାରତା ଓ ମାନବିକତାକୁ ସବୁ ମହଲରେ ପ୍ରଶଂସା କରା ଯାଇଛି । Advertisement
ଚାରୋଟି ଭ୍ରାମ୍ୟମାଣ ଫ୍ରିଜର ପ୍ରଦାନ କଲେ ବିଧାୟକ ବ୍ରଜ କିଶୋର ଅନୁଗୁଳ – ଅନୁଗୁଳ ଜିଲ୍ଲାର ଡାକ୍ତରଖାନାରେ ମୃତ୍ୟୁବରଣ କରୁଥିବା ଲୋକ ହେଉ କିମ୍ବା ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ଶବ ସଂରକ୍ଷଣ କରିବା ଏବେ ଆହୁରି ସୁବ୍ୟବସ୍ଥିତ…
ବାଉଁଶରେ ଚିତ୍ର ଆଙ୍କି ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅନୁଗୁଳ – ଗଲୱାନ ଘାଟିରେ ଗତ ବର୍ଷ ଜୁନ ମାସର ୧୫ ତାରିଖରେ ୨୦ ଯବାନ ସହିଦ ହୋଇଥିଲେ । ସେହି ସହିଦ ମାନଙ୍କୁ ଏକ ନିଆରା…
ଜିଲ୍ଲାରେ ୧୪ ନୂଆଁ ଡାକ୍ତରଙ୍କୁ ମିଳିଲା ନିଯୁକ୍ତି ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ନିଯୁକ୍ତ ହେବେ ୧୪ ଜଣ ନୂଆଁ ଡାକ୍ତର । ସ୍ବାସ୍ଥ୍ୟ ସେବାରେ ଅଧିକ ଉନ୍ନତି ପାଇଁ ରାଜ୍ୟ ସରକାର ଗତ ଶୁକ୍ରବାର…