ମୁଖ୍ୟ ଖବର ରାସ୍ତା କଡ଼ରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର Angul OnlineJanuary 20, 2021January 20, 2021 ପାଲଲହଡା – ଅନୁଗୁଳ ଜିଲ୍ଲା ଖମାର ଥାନା ମୁଣ୍ଡୁରୀବେଡା ରାସ୍ତା କଡ଼ରୁ ଏକ ଶିଶୁ ପୁତ୍ର ଉଦ୍ଧାର ହୋଇଥିଲା । ମୁଣ୍ଡୁରୀ ବେଡା ଗ୍ରାମର କିଛି ଆଦିବାସୀ ମହିଳା ଜଙ୍ଗଲକୁ କାଠ ଆଣିବା ପାଇଁ ଯାଇଥିବା ସମୟରେ ଶିଶୁ ପୁତ୍ରଟିଏ କାନ୍ଦି ବାର ଶୁଣିବାକୁ ପାଇଥିଲେ । ଖୋଜାଖୋଜି କରିବା ବେଳେ ଏକ ବୁଦା ମୂଳରେ ଶିଶୁପୁତ୍ରଟିଏ ପଡିଥିବା ଦେଖି ତାକୁ ଉଦ୍ଧାର କରି ଖମାର ଗୋଷ୍ଠୀ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରିଥିଲେ । ଶିଶୁପୁତ୍ରଟିର ସ୍ୱାସ୍ଥ୍ୟ ଭଲ ଥିବା ଜଣା ପଡିଛି । ତେବେ କିଏ ଓ କାହିଁକି ଏଭଳି ଶିଶୁପୁତ୍ରକୁ ଫୋପାଡି ଦେଇଥିଲା ତାହା ଜଣା ପଡି ନାହିଁ । କୌଣସି ଅବିବାହିତ ଝିଅ ଏପରି ଘଟଣା କରିଥାଇ ପରେ ବୋଲି ଚର୍ଚ୍ଚା ହେଉଛି । ଖମାର ପୁଲିସ ଘଟଣାର ଅନୁସନ୍ଧାନ ଚଳାଇଛି । Advertisement
ଦୁଇ ଛୁଆଙ୍କୁ ବିଷ ପିଆଇଦେଲା ବାପା ଅନୁଗୁଳ – ପାରିବାରିକ କଳହରୁ ଦୁଇ ଛୁଆକୁ ବିଷ ଦେଲା ବାପା । ଗୁରୁତର ଅବସ୍ଥାରେ ଦୁଇ ନବାଳକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଗ୍ରାମବାସୀ…
ବିବାହ ପରେ ପରେ କନ୍ୟା ଫେରାର କଣିହାଁ – ଅନୁଗୋଳ ଜିଲ୍ଲା କଣିହାଁ ଥାନା ଅଞ୍ଚଳରେ ବିବାହ ପରେ ବରକୁ ଛାଡି କନ୍ୟା ଅନ୍ୟ ଜଣଙ୍କ ସହିତ ଛୁ ମାରିଥିବା ଚର୍ଚ୍ଚା ବିଷୟ ପାଲଟିଛି…
ଅନୁଗୁଳ ଜିଲ୍ଲା ବିଜେପିର ନୂଆଁ ଟିମ ଅନୁଗୁଳ – ଅନୁଗୁଳ ଜିଲ୍ଲା ଭାରତୀୟ ଜନତା ପାର୍ଟି ଆଜି ନୂତନ ଜିଲ୍ଲା ପଦାଧିକାରୀ , ମୋର୍ଚ୍ଚା ସଭାପତି ଏବଂ ଜିଲ୍ଲା କାର୍ଯ୍ୟକାରିଣୀଙ୍କ ନାମ ଘୋଷଣା କରା…