ବ୍ଲକ ଆଗରେ ସମିତିସଭ୍ୟଙ୍କ ଧାରଣା

ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକରେ ସମିତିସଭ୍ୟଙ୍କୁ ସବୁ କ୍ଷେତ୍ରରେ ଉପେକ୍ଷା କରାଯାଉଅଛି । ଏଭଳି ଅଭିଯୋଗ କରି କିଛି ସମିତିସଭ୍ୟ ଆଜି ବିଡିଓଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଇଥିଲେ । ଶ୍ରମନଙ୍କ ଅଭିଯୋଗ ହେଲା ଯେ , ସମିଟିସଭ୍ୟ ମାନଙ୍କୁ ସବୁ କ୍ଷେତ୍ରରେ ଉପେକ୍ଷା କରାଯାଉଛି । ସେମାନେ କିଛି ଅଭିଯୋଗ କିମ୍ବା ସମସ୍ୟା ନେଇ ବ୍ଲକ ଅଧିକାରୀ ମାନଙ୍କୁ କହିଲେ କେହି କର୍ଣ୍ଣପାତ କରୁ ନାହାନ୍ତି । ବାରମ୍ବାର ଏପରି ହେଉଥିବାରୁ ଆଜି(ମଙ୍ଗଳବାର) ପୂର୍ବାହ୍ନରେ ବିଡିଓଙ୍କ ଅଫିସ ପ୍ରକୋଷ୍ଠ ସମ୍ମୁଖରେ ସମିତି ସଭ୍ୟ ଆନୁକୂଲ୍ୟ ବେହେରା, ବାବୁଲା ନାୟକ, ମମତା ମେହେର, ଧନେଶ୍ବର ସାହୁ, ଲବ ପ୍ରଧାନ, ଦ୍ରୌପଦୀ ନାଏକ, ସାବିତ୍ରୀ ନାଏକ, ଉର୍ମିଳା ସେଠୀ, ସସ୍ମିତା ସାହୁ ପ୍ରମୁଖ ଧାରଣାରେ ବସିଥିଲେ । ବ୍ଲକକୁ ଆସୁଥିବା ସମିତି ଅନୁଦାନ ସଭ୍ୟଙ୍କୁ ଜଣାଇବା, ବକେୟା ସମିତି ବୈଠକର ଭତ୍ତା ପ୍ରଦାନ କରିବା, ସମିତି ଅନୁଦାନର କାର୍ଯ୍ୟ ଗୁଡ଼ିକର ବିଲ ଶୀଘ୍ର କରାଯିବା , ପଞ୍ଚାୟତ ଗସ୍ତ ସମ୍ପର୍କରେ ବିଡିଓ, ସ‌ହକାରୀ ନିର୍ବାହୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ସମିତିସଭ୍ୟଙ୍କୁ ଜଣାଇବା ଆଦି ଦାବି କରି ସେମାନେ ଏଭଳି ଧାରଣା ଦେଇଥିଲେ ।

Advertisement

Leave a Reply

Your email address will not be published. Required fields are marked *