ଆଞ୍ଚଳିକ ଲୋକାର୍ପଣ ହେଲା ଆଠ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ସଭାଘର Angul OnlineApril 27, 2022April 27, 2022 ଅନୁଗୁଳ – ବହୁ ପ୍ରତିକ୍ଷିତ ସଭାଘର ଆଜି ଆନୁଷ୍ଠାନିକ ଭାବେ ଅନୁଗୁଳ ବିଧାୟକ ତଥା ଓଡିଶା ବିଧାନ ସଭାର ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ଦ୍ଵାରା ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ ହୋଇଯାଇଛି । ସୂଚନା ଅନୁସାରେ , ଏହି ସଭାଗୃହ ଜିଲ୍ଲା ଖଣିଜ ପାଣ୍ଠିରୁ ୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇ ଗତ ୨୦୨୧ ନଭେମ୍ବର ମାସ ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁଗୁଳ ଜିଲ୍ଲା ଗସ୍ତରେ ଆସି ଏହାକୁ ଉଦଘାଟନ କରିଥିଲେ । ୩ ମହଲା ବିଶିଷ୍ଟ ଏହି ନୂତନ ସଭାଘରରେ ଅଡିଟୋରିୟମ , ବୈଠକ ପାଇଁ ଗୃହ , ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ ନିମନ୍ତେ ମଞ୍ଚ ଓ ଦର୍ଶକ ଗ୍ୟାଲେରି ରହିଛି । ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ସାସଂଦ ଶ୍ରୀ ମହେଶ ସାହୁ , ତାଳଚେର ବିଧାୟକ ଶ୍ରୀ ବ୍ରଜ କିଶୋର ପ୍ରଧାନ , ପାଳଲହଡା ବିଧାୟକ ଶ୍ରୀ ମୁକେଶ କୁମାର ପାଳ , ଆଠମଲ୍ଲିକ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ସାଏ , ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ , ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ ) ଶ୍ରୀ ରଜନୀକାନ୍ତ ସ୍ୱାଇଁ , ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ୱ ) ଶ୍ରୀ ସନ୍ତୋଷ କୁମାର ପ୍ରଧାନ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ , ବିଶିଷ୍ଟ ବ୍ୟକ୍ତି ଓ ବୃଦ୍ଧିଜିବୀ ମାନେ ଉପସ୍ଥିତ ଥିଲେ । Advertisement
ଦୁର୍ଘଟଣାରେ ମୋଟରସାଇକେଲ ଆରୋହି ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ପୁରୁଣାଗଡ ଗ୍ରାମର ଗୌଡସାହି ନିକଟରେ ମୋଟରସାଇକେଲ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ…
ଆରମ୍ଭ ହେଲା ରକ୍ଷକ କାର୍ଯ୍ୟକ୍ରମ – ଦୁର୍ଘଟଣା ଜନିତ ମୃତ୍ୟୁ ହାର କମାଇବା ଲକ୍ଷ୍ୟ ଅନୁଗୁଳ – ରାଜ୍ୟରେ ବଢ଼ୁଛି ସଡକ ଦୁର୍ଘଟଣା ଜନିତ ମୃତ୍ୟୁ । ଏହି ମୃତ୍ୟୁ ହାର କମାଇବା ପାଇଁ ଆରମ୍ଭ ହୋଇଛି ମିଶନ ରକ୍ଷକ । ଦୁର୍ଘଟଣାରେ…
ଶୌଚାଳୟ ପାଇଁ ଦାବି କଲେ ମହିଳା ଅନୁଗୁଳ – ଗାଁ ଲୋକଙ୍କ ପାଖରେ ନାହିଁ ଶୌଚାଳୟ । ବାହାରକୁ ଶୌଚ ହେବାକୁ ଯିବାକୁ ହେଲେ ମୃତ୍ୟୁ ସହ ଭେଟ କରିବାକୁ ପଡୁଛି । ଗାଁରେ…