ଅପରାଧମୁଖ୍ୟ ଖବର ଗୁଟଖା ବିକୁଥିବା ଦୋକାନ ୫ ହଜାର ଟଙ୍କା ଜୋରିମାନା Angul OnlineJanuary 22, 2021January 22, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଜନ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ସହରର ବିଭିନ୍ନ ଦୋକାନରେ ଚଢାଉ କରା ଯାଇଥିଲା । ଅନୁଗୁଳ ବସଷ୍ଟାଣ୍ଡଠାରୁ ଆରମ୍ଭ କରି ଗାନ୍ଧୀ ମାର୍ଗ , ହସପିଟାଲ ଛକ ଓ ବଜାର ଛକର ୨୫ ଟି ଦୋକାନ ଉପରେ ଏହି ଚଢାଉ କରା ଯାଇଥିବା ବେଳେ ଗୁଟଖା ବିକ୍ରି କରୁଥିବା ଦୋକାନୀ ମାନଙ୍କୁ ଜୋରିମାନା କରା ଯାଇଥିଲା । ଏହି ୨୫ ଟି ଦୋକାନରୁ ୨୫ ହଜାର ଟଙ୍କା ଜୋରିମାନା ଆଦାୟ କରା ଯାଇଥିଲା । ଏହି ଚଢାଉ ବେଳେ ଖାଦ୍ୟ ଅନୁଗୁଳ ଜନସ୍ୱାସ୍ଥ୍ୟ ବିଭାଗର ଫୁଡ ଇନ୍ସିପେକ୍ଟର ହରପ୍ରିୟା ବେହେରା , ଅନୁଗୁଳ ଥାନା ସବ-ଇନ୍ସିପେକ୍ଟର ପୂର୍ଣ୍ଣ ଚନ୍ଦ୍ର ବେହେରା ସମେତ ୫ ଜଣିଆ ଟିମ ଏହି ଚଢାଉରେ ସାମିଲ ଥିଲେ । ଏହି ସବୁ ଦୋକାନରୁ ଜୋରିମାନା ଆଦାୟ କରିବା ସହ ଫୁଡ ଲାଇସେନ୍ସ କରିବାକୁ ତାଗିଦ କରାଯାଇଛି । Advertisement
ବିପୁଳ ପରିମାଣର ନକଲି ବିଦେଶୀ ମଦ ଠିପି ଓ ଲେବଲ ଜବତ ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠ ରାଣୀଗୁଡା ରେ ଅବକାରୀ ବିଭାଗ ଓ କଟକ ଫ୍ଲାଇଙ୍ଗ ସ୍କ୍ବାର୍ଡର ମିଳିତ ଚଢ଼ାଉ ବେଳେ ବିପୁଳ ପରିମାଣର ବିଦେଶୀ ମଦ…
ଟ୍ରେନରେ ମହାରାଷ୍ଟ୍ର ୫ ଲକ୍ଷ ଟଙ୍କାର ଗଞ୍ଜେଇ ନେବାବେଳେ ଗିରଫ କଲା ଅବକାରୀ ବିଭାଗ ଅନୁଗୁଳ – ଅନୁଗୁଳ ରେଲୱେ ଷ୍ଟେସନ ଠାରୁ ଆଜି ଦୁଇ ବସ୍ତା ଗଞ୍ଜେଇ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଧରିଛି ଅବକାରୀ ବିଭାଗ ଏବଂ ରେଲୱେ…
ସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବଙ୍ଗାଲିତଇଲା ଗାଁରେ ହତ୍ୟାକାଣ୍ଡ ଘଟିଯାଇଛି । ପାରିବାରିକ କଳହ ଯୋଗୁଁ ସ୍ୱାମୀ ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା କରିଛି ।…