ମୁଖ୍ୟ ଖବର ଅନୁଗୁଳ ଜିଲ୍ଲାର ପୁଅ ତଥା ଓଡ଼ିଆ ଆଇପିଏସ ଅଧିକାରୀ ହେଲେ ରାଜସ୍ଥାନ ଡିଜିପି Angul OnlineDecember 30, 2023December 30, 2023 ଅନୁଗୁଳ – ଅନୁଗୁଳ ଜିଲା ଛେଣ୍ଡିପଦା ବ୍ଳକ ଅନ୍ତର୍ଗତ କୋଶଳା ଗ୍ରାମର ପୁଅ ଉତ୍କଳ ରଞ୍ଜନ ସାହୁ ରାଜସ୍ଥାନ ରାଜ୍ୟର ଡିଜିପି ଭାବେ ଅବସ୍ଥାପିତ ହୋଇଛନ୍ତି । ଏନେଇ ଓଡିଶା ସମେତ ସାରା ଦେଶରୁ ତାଙ୍କର ଅବଦାନ ପାଇଁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି । ସେ ୧୯୬୪ ମସିହା ଜୁନ ୨୦ତାରିଖରେ କୋଶଳା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ପ୍ରଥମେ କୋଶଳା ଉଚ୍ଚବିଦ୍ୟାଳୟରେ ଶିକ୍ଷା ଲାଭ କରି ରେଭେନସା ମହାବିଦ୍ୟାଳୟରେ ଭୂତତ୍ୱ ବିଜ୍ଞାନରେ ଅନର୍ସରେ ଟପ୍ପର ହୋଇ ଧାନବାଦରେ ଭୂତତ୍ୱ ବିଜ୍ଞାନରେ ଏମଟେକରେ ମଧ୍ୟ ଟପ୍ପର ହୋଇଥିଲେ । ସେ ୧୯୮୮ ବ୍ୟଚର ରାଜସ୍ଥାନ କ୍ୟାଡରର ଆଇପିଏସ ଅଧିକାରୀ ଭାବେ ୧୯୯୧ ମସିହାରେ ଯୋଧପୁର ଇଷ୍ଟରେ ସହକାରୀ ଏସପି ଭାବେ କାର୍ଯ୍ୟ କରିଥିଲେ । ପରେ ଉତ୍କଳ ଅକ୍ଟୋବର ୨୭ ,୨୦୨୨ ରେ ରାଜସ୍ଥାନ ପାଇଁ ମହାନିର୍ଦ୍ଦେଶକ (ଡିଜିପି) ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ଏହାପରେ ହନୁମାନଗଡ, ସିକାର, ବନସ୍ୱାରା, ଶ୍ରୀଗଙ୍ଗନଗର, ଭିଲୱାରା ସମେତ ରାଜସ୍ଥାନର ଅନେକ ଜିଲ୍ଲାରେ ପୁଲିସ ମୁଖ୍ୟ ଭାବେ କାର୍ଯ୍ୟ ତୁଲାଇଛନ୍ତି l ବର୍ତ୍ତମାନ ସେ ରାଜସ୍ଥାନ ହୋମଗାର୍ଡର ମହାନୀର୍ଦ୍ଦେଶକ ଭାବରେ କାର୍ଯ୍ଯରତ । ୨୦୦୫ମସିହାରେ ପୁଲିସ ମେଡାଲ ଏବଂ ୨୦୧୭ ମସିହାରେ ରାଷ୍ଟ୍ରପତିଙ୍କ ଠାରୁ ପୁଲିସ ମେଡାଲ ପାଇଥିଲେ । ତେଣୁ କୋଶଳା ଗ୍ରାମ ସମେତ ଛେଣ୍ଡିପଦା ବ୍ଳକର ସମସ୍ତ ଜନସାଧାରଣଙ୍କ ଠାରେ ଖୁସିର ଲହରୀ ଖେଳିଯିବା ସହ ଶୁଭେଛା ଜଣାଯାଇଛି । Advertisement
ଚାକିରି ନାଁରେ ଠକେଇ , ସ୍ଵାମୀ-ସ୍ତ୍ରୀ ମିଶି କରିଥିଲେ ଠକେଇ ଅନୁଗୁଳ – ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ପୁଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଅନୁଗୁଳ ରାଜକିଶୋରପଡ଼ା ରଞ୍ଜନ କୁମାର…
ଦିନରେ ପୁରୁଷ ରାତିରେ ମହିଳା କଲେ ରାସ୍ତା ଅବରୋଧ ଅନୁଗୁଳ – ଗାଁ ଦେଇ ଯାଇଥିବା ମୁଖ୍ୟ ସଡକରେ ଅନବରତ ଭାରିଯାନ ଚଳାଚଳ ଫଳରେ ଦୁର୍ଘଟଣା ଘଟୁଛି । ଏଥିପାଇଁ ନୋ ଏଣ୍ଟ୍ରି ଲାଗୁ କରିବା ଦାବିରେ…
ଜଳିଗଲା ଚଳନ୍ତା ବସ ଅନୁଗୁଳ – ହୁତୁହୁତୁ ହୋଇ ଜଳିଗଲା ବସ । ସୌଭାଗ୍ୟ ବଶତଃ ଏଥିରେ ଯାତ୍ରୀ କେହି ନଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର ଓ ଖଳାସୀ…