ମୁଖ୍ୟ ଖବର ସଡକ ଦୁର୍ଘଟଣାରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ମୃତ Angul OnlineMay 28, 2024May 28, 2024 ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୧୪୯ ବତିସୁଆଁ ଛକ ନିକଟ ରେ ଆଜି ଅପରାହ୍ନ ୫ଟା ସମୟରେ ଏକ ଟ୍ରକ , କାରକୁ ଧକ୍କା ଦେବା ଫଳ ରେ ଘଟଣIସ୍ଥଳରେ କାର ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସ୍ଥାନୀୟ ଖମାର ଅଞ୍ଚଳର ପ୍ରସନ୍ନ ପ୍ରଧାନ । ସେ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଭାବେ କାର୍ଯ୍ୟରତ ଥିବା ଜଣା ପଡିଛି । ନିଜ କାର୍ଯ୍ୟାସ୍ଥଳରୁ ଘରକୁ ଫେରିବା ବେଳେ ଦୃଘଟଣାର ଶିକାର ହୋଇଥିଲେ । ଘଟଣାସ୍ଥଳରେ ପାଲଲହଡା ପୂଲିସ ପହଞ୍ଚି ମୃତଦେହକୁ ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ପରେ ଟ୍ରକ ଟି ମଧ୍ୟ ଓଲଟି ପଡିଛି । Advertisement
ସଡ଼କ ଦୁର୍ଘଟଣାରେ ଅନୁଗୁଳର ଜଣେ ପୁଲିସ ଏ.ଏସ୍.ଆଇ.ଙ୍କ ମୃତ୍ୟୁ ଅନୁଗୁଳ – ଅନୁଗୁଳ ସଦର ଥାନାରେ କାର୍ଯ୍ୟରତ ଜଣେ ପୁଲିସ ଏ.ଏସ୍.ଆଇ.ଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ମୃତକ ଏ.ଏସ୍.ଆଇ. ଜଣଙ୍କ ହେଲେ କଙ୍କଡାହାଡ଼ ଥାନା…
୧୫ ଘଣ୍ଟା ପଡି ରହିଲା ମୃତଦେହ – ପର ହେଲେ ପରିବାର , ସତ୍କାର କଲା ପ୍ରଶାସନ ଅନୁଗୁଳ – କରୋନାର ଭୟାବହତା ମଣିଷ ମନରୁ ମାନବିକତା ମାରିବାକୁ ବସିଲାଣି । ଏହି ରୋଗ ପାଇଁ କେଉଁଠି ବାପ ଶବ ପୁଅ ଛୁଇଁନି ତ ଆଉ…
ବ୍ୟାଙ୍କରେ ଜାଲି କାଗଜ ଦେଇ ଟଙ୍କା ଠକେଇ ଅଭିଯୋଗରେ ବାପ , ପୁଅ ଓ ବୋହୂ ଗିରଫ ଅନୁଗୁଳ – ବ୍ୟାଙ୍କକୁ ଜାଲ କାଗଜପତ୍ର ଦେଇ ୧୦ ଲକ୍ଷ ଟଙ୍କାର ଋଣ ନେବା ଅଭିଯୋଗରେ ଅନୁଗୁଳ ପୁଲିସ୍ ଆଜି ୩ ଜଣଙ୍କୁ ଗିରଫ କରିଛି ।…