ଆଞ୍ଚଳିକ କୋଭିଡ ନିୟମ ଉଲ୍ଲଂଘନ କରି ସିଲ୍ ହେଲା ଟେକ୍ସଟାଇଲ Angul OnlineMay 19, 2021May 19, 2021 ତାଳଚେର – କୋଭିଡ ନିୟମ ଉଲ୍ଲଂଘନ କରିବା ଯୋଗୁଁ ତାଳଚେର ନୁଆଁ ବଜାରସ୍ଥିତ ଜଗନ୍ନାଥ ଟେକ୍ସଟାଇଲକୁ ଆଜି ପ୍ରଶାସନ ସିଲ୍ କରିଛି । ଏହି ଦୋକାନ କୋଭିଡ ନିୟମ ଉଲ୍ଲଂଘନ କରି ଲକଡାଉନ ସମୟରେ ଖୋଲିଥିବା ବେଳେ ଦୋକାନ ଭିତରେ ୩୦ରୁ ଉର୍ଦ୍ଧ୍ବ ଲୋକ ଦୋକାନ ଭିତରେ ରଖି ବିକ୍ରି କରୁଥିଲା । ଖବର ପାଇ ପ୍ରଶାସନ ସେଠାରେ ପହଞ୍ଚି ଲୋକଙ୍କୁ ଦୋକାନ ବାହାରକୁ ପଠାଇବା ସହ ଅନିର୍ଦିଷ୍ଟ କାଳ ପାଇଁ ଟେକ୍ସଟାଇଲଟିକୁ ସିଲ କରିଛି । ପୂର୍ବରୁ ଏହି ଟେକ୍ସଟାଇଲଟି କୋଭିଡ ନିୟମ ଉଲ୍ଲଙ୍ଘନ କରି ଫାଇନ ଦେଇଥିବା ବେଳେ ଆଜି ଦୋକାନ ଭିତରେ ପୁଣି ଭିଡ଼ ଜମାଇଥିବାରୁ ଏହାକୁ ସିଲ କରାଯାଇଛି । Advertisement
ରେଙ୍ଗାଳି ଜଳଭଣ୍ଡାରରୁ ଛଡାଗଲା ପ୍ରଥମ ବନ୍ୟାଜଳ କଣିହାଁ – ଅନୁଗୁଳ ଜିଲ୍ଲାରେ ଥିବା ଓଡ଼ିଶାର ଦ୍ବିତୀୟ ବୃହତ୍ତମ ଜଳଭଣ୍ଡାର ରେଙ୍ଗାଳି ଜଳଭଣ୍ଡାର ଉପର ମୁଣ୍ଡରେ ବର୍ଷା ଯୋଗୁଁ ବ୍ରାହ୍ମଣୀ ନଦୀର ରେଙ୍ଗାଲି ଜଳଭଣ୍ଡାରରେ ଜଳସ୍ତର…
ପୌରପାଳିକା କାର୍ଯ୍ୟାଳୟ ଆଗରେ ଧାରଣା ଅନୁଗୁଳ – ଅନୁଗୁଳ ପୌରାଞ୍ଚଳର ୧୧ ନମ୍ବର ୱାର୍ଡରେ ବାସ କରୁଥିବା ୨୨ ପରିବାର ଆଜି ପୌରପାଳିକା କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ୧୧ ନମ୍ବର…
ଟ୍ରକ ମାଲିକ ସଂଘ ନିର୍ବାଚନ – ସଭାପତି ଭାବେ ଅମ୍ବିକା ଓ ଅକ୍ଷୟ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ଅନୁଗୁଳ- ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘର ନିର୍ବାଚନର ଫଳାଫଳ ଘୋଷଣା ହୋଇ ଯାଇଛି । ରବିବାର ଦିନ ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘର କାର୍ଯ୍ୟାଳୟ…