ଅପରାଧ ତାଲା ଭାଙ୍ଗି ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ Angul OnlineJuly 7, 2022July 7, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ତାଳବେଡା ଗ୍ରାମରେ ଭଡାରେ ରହୁଥିବା ଆଦିତ୍ୟ ଦାସଙ୍କ ଘରେ ଦୁର୍ବୃତ୍ତ କଳାକନା ବୁଲାଇଛନ୍ତି । ସୂଚନା ଅନୁଯାୟୀ ଗତକାଲି ଆଦିତ୍ୟ ଦାସଙ୍କ ପରିବାର କୌଣସି ସ୍ବାସ୍ଥ୍ୟଗତ କାରଣରୁ ହସ୍ପିଟାଲ ଯାଇଥିବା ବେଳେ ଏହାର ସୁଯୋଗ ନେଇ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ତାଙ୍କ ଘର ତାଲା ଭାଙ୍ଗି ଘରେ ପଶିବା ସହ ଆଲମାରୀ ଭାଙ୍ଗି ସୁନା ଓ ଆଠ ହଜାର ଟଙ୍କା ନେବା ସହ ଘରେ ଲାଗିଥିବା ଏକ ଏଲ.ଇ.ଡି ଟିଭିକୁ ନେଇ ପଳାଇଯାଇଛନ୍ତି । ସକାଳେ ଘର ମାଲିକ ଭଡାରେ ରହୁଥିବା ଆଦିତ୍ୟଙ୍କୁ ଫୋନ କରି ଏ ବିଷୟରେ ଜଣାଇବା ପରେ ଆଦିତ୍ୟ ତାଳଚେର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ତାଳଚେର ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । Advertisement
ପୁଣି ବନ୍ଧୁକ ଓ ଖଣ୍ଡା ମୁନରେ ଲୁଟ – ପୁଲିସ ପାଇଁ କଡା ଚାଲେଞ୍ଜ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ଡ଼କାୟତଙ୍କ ଆତଙ୍କରାଜ। ପୁଲିସକୁ ଖୋଲା ଚାଲେଞ୍ଜ ଦେବା ଭଳି ପୁଣି ଖଣ୍ଡା ଏବଂ ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ…
ପୁଲିସ କବଜାରେ ମୋଟରସାଇକେଲ ଚୋରି ଗ୍ୟାଙ୍ଗ ଅନୁଗୁଳ – ଅନୁଗୁଳ ପୁଲିସ କବଜାରେ ମୋଟରସାଇକେଲ ଲୁଟେରା । ଅନେକ ଦିନ ହେଲା ଅନୁଗୁଳ ସହରର ବିଭିନ୍ନ ସ୍ଥାନରୁ ମୋଟରସାଇକେଲ ଚୋରି ଅଭିଯୋଗ ହେଉଥିବା ବେଳେ…
ସମ୍ପତ୍ତି ପାଇଁ ଭାଇକୁ ମରଣାନ୍ତକ ଆକ୍ରମଣ ଅନୁଗୁଳ – ସମ୍ପତ୍ତି ବିବାଦକୁ ନେଇ ମରଣାନ୍ତକ ଆକ୍ରମଣ । ଜଣେ ଭାଇର ଆକ୍ରମଣରେ ଆଉ ଜଣେ ଭାଇ ଗୁରୁତର ଥିବା ବେଳେ ଅବସ୍ଥା ଗୁରୁତର ହେବାରୁ…