ମୁଖ୍ୟ ଖବର ଦୁର୍ଘଟଣାରେ ସ୍ତ୍ରୀ ମୃତ, ଅଳ୍ପକେ ବର୍ତ୍ତିଲେ ସ୍ୱାମୀ ଓ ପୁଅ Angul OnlineMay 1, 2021May 1, 2021 ପାଳଲହଡା – ଅନୁଗୁଳ ଜିଲ୍ଲା ଖମାର ଥାନା ସାମ୍ନାରେ ଏକ ମୋଟରସାଇକେଲକୁ ଧକ୍କା ଦେବାଫଳରେ ଘଟଣା ସ୍ଥଳରେ ସ୍ତ୍ରୀଙ୍କର ମୃତ ହୋଇଥିବା ବେଳେ ଅଳ୍ପକେ ସ୍ୱାମୀ ଏବଂ ତାଙ୍କର ୬ ବର୍ଷର ପୁଅ ବର୍ତ୍ତୀ ଯାଇଛନ୍ତି । ସୂଚନା ଅନୁସାରେ ବତୀସୁଆଁ ଗ୍ରାମର ଜୋତ୍ସନାରାଣୀ ସାହୁ ତାଙ୍କ ସ୍ଵାମୀ ଓ ପୁଅ ସହିତ ଗତକାଲି ତାଳଚେର ଅଞ୍ଚଳକୁ ଏକ ବିବାହ ଉତ୍ସବରେ ଯୋଗଦେଇ ଯାଇଥିବା ବେଳେ ଆଜି ନିଜ ଘର ପାଳଲହଡା ବତୀସୁଆଁ ଗ୍ରାମକୁ ଫେରୁଥିଲେ । ଖମାର ଥାନା ସାମ୍ନାରେ ସେମାନଙ୍କୁ ପଛରୁ ଏକ ଟ୍ରକ ଧକ୍କା ଦେଇଥିଲା । ଫଳ ରେ ମୋଟରସାଇକେଲର ପଛରେ ବସିଥିବା ଜୋତ୍ସନାରାଣୀଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ସ୍ୱାମୀ ଏବଂ ପୁଅ ମଧ୍ୟ ଆହତ ହୋଇଥିଲେ । ଘଟଣାକୁ ନେଇ କ୍ଷତିପୂରଣ ଦାବିରେ ମୃତକ ପରିବାର ଓ ସ୍ଥାନୀୟ ଲୋକ ଜାତୀୟ ରାଜପଥ ୧୪୯ କୁ ଅବରୋଧ କରିଥିଲେ । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ଯାରେ ଗାଡିମୋଟର ଅଟକି ରହିଥିଲା । ମୃତକ ପରିବାରକୁ ରେଡକ୍ରସ ତରଫରୁ ୧୦ ହଜାର ଟଙ୍କା ସହାୟତା ଯୋଗାଇ ଦେବାକୁ ପାଳଲହଡା ଉପଜିଲ୍ଲାପାଳ ପ୍ରତିଶୃତି ଦେବା ପରେ ଉତ୍ତେଜନା ହ୍ରାସ ପାଇଥିଲା । ଅନ୍ୟପଟେ ଦୃଘଟଣା ଗ୍ରସ୍ତ ଟ୍ରକ ଏବଂ ମୋଟରସାଇକେଲକୁ ଖମାର ପୁଲିସ ଜବତ କରିବା ସହ ଘଟଣାର ତଦନ୍ତ କରୁଛି । Advertisement
ଟ୍ରେନରେ ଚଢିବା ବେଳେ ଗୋଡ଼ ଖସି ଜଣେ ମୃତ ଅନୁଗୋଳ – ଟ୍ରେନରେ ଚଢିବା ବେଳେ ଗୋଡ଼ ଖସି ଯିବାରୁ ଟ୍ରେନ ଚକ ତଳେ ପଡି ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଘଟଣା ଅନୁଗୋଳ ଜିଲ୍ଲା…
ତାଳଚେର ମେଡିକାଲ କଲେଜ ପାଇଁ ଅଧିକ୍ଷକ ନିଯୁକ୍ତି ହେଲେ ଅନୁଗୁଳ -(ଅନୁଗୁଳ ଅନଲାଇନ୍)-୧୨/୧୦- ଅନୁଗୁଳ ଜିଲ୍ଲା ତାଳଚେର ପବିତ୍ର ମୋହନ ମେଡିକାଲ ଖୋଲିବା ନେଇ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଏକ ପ୍ରକାର ଘଟିଛି । ରାଜ୍ଯ…
୪୯ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରା ପଡିଲେ ଜିଲ୍ଳା ମଙ୍ଗଳ ଅଧିକାରିଣୀ ଅନୁଗୁଳ – ଭିଜିଲାନ୍ସ ଜାଲରେ ଅନୁଗୁଳ ଜିଲ୍ଲା ମଙ୍ଗଳ ଅଧିକାରୀ । ନିଜର ସହାୟିକା ତଥା ରୋଷେୟାଙ୍କ ଠାରୁ ୪୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…