ରାଜନୀତି ଅନୁଗୁଳରେ କଂଗ୍ରେସ ପକ୍ଷରୁ ୟଙ୍ଗ ଇଣ୍ଡିଆ ବୋଲ କାର୍ଯ୍ୟକ୍ରମ ଶୁଭାରମ୍ଭ Angul OnlineApril 26, 2022April 26, 2022 ଅନୁଗୁଳ – ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ୟଙ୍ଗ ଇଣ୍ଡିଆ ବୋଲ କାର୍ଯ୍ୟକ୍ରମ ନେଇ ଏକ ସାମ୍ବାଦିକ ସମ୍ମିଳନୀ ମଙ୍ଗଳବାର ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଥିଲା । ଗତକାଲି ଏହି କ୍ୟାମ୍ପେନ କାର୍ଯ୍ୟକ୍ରମ ଭୁବନେଶ୍ଵରରେ ଶୁଭାରମ୍ଭ କରା ଯାଇଥିବା ବେଳେ ଆଜି ଅନୁଗୁଳ ଜିଲ୍ଲାରେ ଆରମ୍ଭ କରା ଯାଇଛି । ସମଗ୍ର ଭାରତ ବର୍ଷର ଯୁବ ପ୍ରତିଭା ମାନଙ୍କ ଖୋଜ କରି କଂଗ୍ରେସର ବିଚାରଧାରାକୁ ଆଗକୁ ନେବାକୁ ଏହି କ୍ୟାମ୍ପେନ ଜରିଆରେ ଚେଷ୍ଟା କରାଯିବ । ଆଜିର କାର୍ଯ୍ୟକ୍ରମ ବେଳେ ଯୁବ କଂଗ୍ରେସ ରାଜ୍ୟ ସଭାପତି ସ୍ମୃତି ରଂଜନ ଲେଙ୍କା, ଯୁବ କଂଗ୍ରେସ ରାଷ୍ଟ୍ରୀୟ ପ୍ରବକ୍ତା ଶ୍ରୀମତୀ ନମ୍ରତା ସୋନି ରାଜ୍ୟ ଉପସଭାପତି ବିମଳ ବେହେରା, ଓବିସି ସେଲ ସଭାପତି ଜିତେନ୍ଦ୍ର ସାହୁ, ଜିଲ୍ଲା ସଭାପତି ଲୁଟୁ ରଂଜନ ଥାପା ସମ୍ପାଦକ ରାକେଶ ମିଶ୍ର, ଆଶୁତୋଷ ଲେଙ୍କା, ପ୍ରବୋଧ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ୟଙ୍ଗ ଇଣ୍ଡିଆ ବୋଲ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ପଞ୍ଜିକରଣ ଉପରେ ଆଲୋକପାତ କରିଥିଲେ । ରାଜ୍ୟ ସଭାପତି ଶ୍ରୀ ଲେଙ୍କା ଅନୁଗୁଳ ଜିଲ୍ଲାରେ ଥିବା ଖଣି ଖଦାନ ଏବଂ ଶିଳ୍ପ ଭରପୁର ରହିଛି । ସେହି ଅନୁପାତରେ ସେହି ଶିଲ୍ପା ସଂସ୍ଥା ଗୁଡିକରେ ସ୍ଥାନୀୟ ଯୁବକମାନଙ୍କୁ ନିଯୁକ୍ତି ମିଳି ନାହିଁ । ଏହା ସହ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ୱର୍ ଜାତୀୟ ରାଜପଥର ଦୂରବସ୍ଥା ନେଇ କ୍ଷୋଭ ପ୍ରକାଶ କରିବା ସହ ଏଥିପାଇଁ ସରକାରଙ୍କୁ ଦାୟୀ କରିଥିଲେ । ଏହାର ତୁରନ୍ତ ସମାଧାନ ନହେଲେ ଆଗାମୀ ଦିନରେ ଯୁବ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାଇ ଦେଇଥିଲେ । ସେହିଭଳି ରାଷ୍ଟ୍ରୀୟ ପ୍ରବକ୍ତା ଶ୍ରୀମତୀ ନମ୍ରତା ସୋନି ଙ୍କ କହିବା କଥା ଵହି କାର୍ଯ୍ୟକ୍ରମ ଜରିଆରେ ଭାରତର ଯୁବପିଢି ଦେଶର , ରାଜ୍ୟର ତଥା ଆଞ୍ଚଳିକ ସ୍ତରର ବିଭିନ୍ନ ସମସ୍ୟାକୁ ଲୋକଲୋଚନ କୁ ଆଣି ପାରିବେ । ଏହି ଯୁବପିଢି ଲୋକଙ୍କ କଥା ନିଜ ହୃଦୟରୁ ନିଜ ସ୍ଵରରେ କହିବେ । Advertisement
ଭୋଟ୍ ବର୍ଜନ ପାଇଁ ଶପଥ ନେଲେ ଗୋପିବଲ୍ଲଭପୁର ଗ୍ରାମବାସୀ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବରପଦା ଗ୍ରାମ ପଞ୍ଚାୟତର ଗୋପୀବଲ୍ଲଭପୁର ଗ୍ରାମର ଶତାଧିକ ଗ୍ରାମବାସୀ ଭୋଟ ବର୍ଜନ ନିମନ୍ତେ ଗ୍ରାମ୍ୟ ଦେବୀଙ୍କ ନିକଟରେ ଶପଥ…
ବିଜେଡିର ବିକ୍ଷୋଭ ଓ ପ୍ରତିବାଦ – ରାଷ୍ଟ୍ରପତିଙ୍କ ଉଦ୍ୟେଶରେ ଦାବିପତ୍ର ଅନୁଗୋଳ – ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ଗରିବ ପରିବାରଙ୍କୁ ମୁଣ୍ଡପିଛା ୫ କେଜି ଚାଉଳ ଯୋଗାଣରୁ ବଞ୍ଚିତ କରାଯାଇଥିବା ନିଷ୍ପତ୍ତି ବିରୋଧରେ ଅନୁଗୋଳ…
ବିଜେଡି ଓ ବିଜେପି ଉପରେ ବର୍ଷିଲେ କଂଗ୍ରେସ ମୁଖପାତ୍ର ଜଗଦାନନ୍ଦ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବରିଷ୍ଠ ସମ୍ବାଦିକ ଜଗଦାନନ୍ଦ ପ୍ରଧାନ ସାମ୍ବାଦିକତା କ୍ଷେତ୍ରରେ ପ୍ରାୟ ୪୦ ବର୍ଷ ହେଲା କାମ କରି ଆସୁଥିବା ବେଳେ ଗତ କିଛିଦିନ…