ଅପରାଧ ବ୍ୟବସାୟୀଙ୍କ ଠାରୁ ଟଙ୍କା ଲୁଟିନେଲେ ଅଦୃଶ୍ୟ ଲୁଟେରା Angul OnlineOctober 12, 2022October 12, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି ଜଣେ ବ୍ୟବସାୟୀ ଅନଲାଇନ୍ ଠକେଇର ଶିକାର ହୋଇଛନ୍ତି । ଅନଲାଇନ୍ ଲୁଟେରା ତାଙ୍କ ଆକାଉଣ୍ଟରୁ ୮୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ପୁଲିସ୍ ସୂଚନା ଅନୁସାରେ , ଲୁଟ୍ର ଶିକାର ହୋଇଥିବା ଯୁବକ ହେଲେ ସେଖ ରଞ୍ଜନ ମହମ୍ମଦ । ତାଙ୍କ ଘର କଟକ ଜିଲ୍ଲାରେ ହୋଇଥିବା ବେଳେ ସେ ଅନୁଗୁଳରେ ବ୍ୟବସାୟ କରନ୍ତି । ଶେଖ ରଞ୍ଜନ ମହମ୍ମଦଙ୍କ ଭଣଜା ପରିବାର ସଦସାଉଦି ଆରବରେ ରହନ୍ତି । ଗତ ୫ ତାରିଖ ଦିନ ତାଙ୍କ ଭଣଜାଙ୍କ ଫେସବୁକ ମେସେଞ୍ଜରରେ ଏକ ମେସେଜ୍ ଆସିଥିଲା । ତାଙ୍କ ଝିଅର ଦେହ ଅସୁସ୍ଥ ଅଛି ଆଉ ଏଥିପାଇଁ ୮୦ ହଜାର ଟଙ୍କା ଦରକାର ବୋଲି ମେସେଜ୍ ଆସିଥିଲା । ଭଣଜାଙ୍କ ଅସୁବିଧାରେ ପଡ଼ିଥିବା ଭାବି ଶେଖ ରଞ୍ଜନ ମହମଦ ମେସେଞ୍ଜରରେ ଦେଇଥିବା ଫୋନ୍ ପେ ନମ୍ବରରେ ଟଙ୍କା ପଠାଇ ଦେଇଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଭଣଜା ସହ କଥା ହେବାରୁ ସେ ମେସେଜ୍ କରିନାହାନ୍ତି । ତାଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ ହୋଇଥିବା କହିଥିଲେ । ସାଇବର ଠକଙ୍କ ହାବୁଡ଼ରେ ପଡ଼ି ଠକାମିର ଶିକାର ହୋଇଥିବା ଜାଣିବା ପରେ ଶେଖ ରଞ୍ଜନ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ୍ ଏକ ମାମଲା ରୁକୁ କରି ତଦନ୍ତ କରୁଛି Advertisement
ପୁଅର ମୁଥ ମାଡରେ ମା’ର ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ନିଶା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ସାମାନ୍ୟ କିଛି ଟଙ୍କା ପାଇଁ ନିଜ ଜନ୍ମ…
ରାମଚଣ୍ଡୀ ମନ୍ଦିରରୁ ଟଙ୍କା ଓ ଅଳଙ୍କାର ଚୋରି ଅନୁଗୋଳ – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ରାମଚଣ୍ଡି ମନ୍ଦିରରୁ ବିଳମ୍ବିତ ରାତିରେ ଟଙ୍କା ସୁନା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏ…
ପାଞ୍ଚ ଲୁଟେରା ଗିରଫ – ୧୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଶାଳଗାଡ଼ିଆ ଛକ ନିକଟରେ ଜଣେ ଫାଇନାନ୍ସ କର୍ମଚାରୀ ପପୁନ ପୋଇଙ୍କ ଠାରୁ ଗତ ୧୧ ତାରିଖରେ ଦୁଇ…