ଅପରାଧ ମଦ କାଉଣ୍ଟର ମ୍ୟାନେଜରଙ୍କୁ ହାଣିଲେ ଦୁର୍ବୃତ୍ତ Angul OnlineSeptember 29, 2021September 29, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଡ଼କେରା ବିଦେଶୀ ମଦ କାଉଣ୍ଟର ମ୍ୟାନେଜରଙ୍କୁ ଭୁଜାଲିରେ ହାଣିଲେ ଦୁର୍ବୁତ୍ତ । ଗତକାଲି (ମଙ୍ଗଳବାର) ସନ୍ଧ୍ୟାରେ ଏକ ମୋଟରସାଇକେଲରେ ଦୁଇ ଜଣ ଆସି ଅଚାନକ ମ୍ୟାନେଜରଙ୍କୁ ହାଣି ପଳାଇ ଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଗୁରୁତର ମ୍ୟାନେଜରଙ୍କ ନାମ ରମାଶିସ ପ୍ରସାଦ । ପୂର୍ବ ଶତ୍ରୁତା କାରଣରୁ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି । ଖବର ପାଇ ବନ୍ତଳା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । Advertisement
ଭେଣ୍ଡିଂ ଜୋନରୁ ବ୍ରାଉନସୁଗାର ଜବତ , ଚାରି ଗିରଫ ଅନୁଗୁଳ – ପାର୍ବଣ ବେଳେ ଆକ୍ଟିଭ ମୋଡରେ ଅନୁଗୁଳ ଜିଲ୍ଲା ପୁଲିସ । ମୁଖ୍ଯତଃ ବ୍ରାଉନସୁଗାର ବେପାରୀ ଓ ବେପାର ଉପରେ ଏହି ସମୟରେ ପୁଲିସ କଡା…
ରାସ୍ତା କଡରେ ପଡିଛି ଦୁଇ ଶିଶୁଙ୍କ ମୃତଦେହ ଅନୁଗୁଳ – ଅନୁଗୁଳ ଜିଲ୍ଲା ମହିଧରପୁର ରାସ୍ତା କଡରୁ ଦୁଇଟି ନବଜାତକ ଶିଶୁଙ୍କ ମୃତଦେହ ଉଦ୍ଧାର ହୋଇଛି । ରାସ୍ତା କଡରେ ଏହି ନବାଜାତକଙ୍କ ମୃତଦେହ ଗୁଡିକ…
ଟଙ୍କା ପାଇଁ ମା’କୁ ହତ୍ୟା କଲା ପୁଅ ଅନୁଗୁଳ – ଟଙ୍କା ଆଗରେ ତୁଚ୍ଛ ହୋଇଛି ସମ୍ପର୍କ । ମା‘କୁ ପିଟି ପିଟି ହତ୍ୟା କରିଛି ପିଶାଚ ପୁଅ । ଏଭଳି ଅଭାବନୀୟ ଘଟଣା ଅନୁଗୁଳ…