ମୁଖ୍ୟ ଖବର ୧୨ ଫୁଟ ଅହିରାଜ ଉଦ୍ଧାର Angul OnlineSeptember 29, 2021September 29, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଗଡତରାସ ଗ୍ରାମରୁ ଆଜି ଏକ ୧୨ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର କରା ଯାଇଛି । ଗଡତରାସ ଗ୍ରାମ ଶିବ ମନ୍ଦିର ନିକଟ ଏକ ଜଳାଶୟ ପାଖରେ ଏକ ବଡ ସାପକୁ କିଛି ଗ୍ରାମବାସୀ ଦେଖି ଭୟଭୀତ ହୋଇଯାଇଥିଲେ । ତୁରନ୍ତ ଗ୍ରାମ ସଭାପତି ସୁବର୍ଣ୍ଣୀ ପ୍ରଧାନ ଏ ସଂମ୍ପର୍କରେ ଅନୁଗୁଳର ସର୍ପମିତ୍ର ଆଦିତ୍ୟ ବେହେରାଙ୍କୁ ଜଣାଇଥିଲେ । ଖବର ପାଇ ଶ୍ରୀ ବେହେରାଙ୍କ ସହ ସର୍ପଉଦ୍ଧାରକାରୀ ଶିବାନୀ ଶଙ୍କର ଦେହୁରୀ ଓ ବିଜୁ ଭୋଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସଫଳତାର ସହ ସାପଟିକୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ସାପଟିକୁ ବନ୍ତଳା ବନାଞ୍ଚଳ କାର୍ଯ୍ୟାଳୟକୁ ଅଣାଯାଇଥିଲା । ପରେ ବନାଞ୍ଚଳ ଅଧିକାରୀ ମାଧବଚନ୍ଦ୍ର ନାଏକଙ୍କ ନିର୍ଦ୍ଦେଶକ୍ରମେ ବନପାଳ ଗୁଲସନ ବେହେରାଙ୍କ ଉପସ୍ଥିତିରେ ଅହିରାଜକୁ ନିକଟସ୍ଥ ସୁରକ୍ଷିତ ପ୍ରାକୃତିକ ଆବାସସ୍ଥଳୀରେ ଛାଡି ଦିଆଯାଇଥିଲା । ଗତ ଦୁଇ ବର୍ଷ ମଧ୍ୟରେ ଗଡ଼ତରାସ ଗ୍ରାମରୁ ୩ ଟି ଅହିରାଜ ସାପ ଉଦ୍ଧାର ହୋଇଥିବା ସର୍ପମିତ୍ର ଆଦିତ୍ୟଙ୍କଠାରୁ ଜଣାଯାଇଛି । Advertisement
ମା ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ସମାପନ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରାତ୍ସୋବ ଓ ୧୮ତମ ଲୋକ ମହୋତ୍ସବ ଗୋପାଳ ପ୍ରସାଦ ସ୍ଥିତ ହିଙ୍ଗୁଳା ପୀଠ…
ବଜ୍ରାଘାତରେ ଦୁଇ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଆଜି ବ୍ରଜପାତ ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ବନ୍ତଳା ଥାନା ଗୋପାଳପୁର ଗାଁର ଗନ୍ଧର୍ବ ବେହେରା…
ହୋ ହାଲ୍ଲା ଭିତରେ ସରିଲା କୋଇଲା ଖଣି ପାଇଁ ଜନ ଶୁଣାଣି ଅନୁଗୁଳ – ଅନଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ଖନନ ହେବାକୁ ଯାଉଛି ବୈତରଣୀ ୱେଷ୍ଟ ଓପନ କାଷ୍ଟ କୋଇଲା ଖଣି । ଏହି ଖଣି ଖନନ ପାଇଁ…