ମୁଖ୍ୟ ଖବର କାର ଧକ୍କାରେ ବର୍ଷିଆନ ସାହିତ୍ୟିକଙ୍କ ମୃତ୍ୟୁ Angul OnlineSeptember 29, 2021September 29, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ ଖମାର କଲେଜ ନିକଟରେ ଏକ କାର ଧକ୍କାରେ ସାଇକେଲରେ ଯାଉଥିବା ଜଣେ ବର୍ଷିଆନ ସାହିତ୍ୟିକଙ୍କ ମୃତ୍ୟୁ ହୋଇଛି । ନୂଆପଡା ଗାଁର ବର୍ଷିଆନ ସାହିତ୍ୟିକ ତ୍ରିଲୋଚନ ପ୍ରଧାନ ସାଇକଲ ଯୋଗେ ଆସନ୍ତା ଗାନ୍ଧୀ ଜୟନ୍ତୀ ଅବସରରେ ଏକ ସାହିତ୍ୟ ସମାବେଶ କରିବା ପାଇଁ କଲେଜ ଅଧ୍ୟକ୍ଷଙ୍କୁ ଭେଟିବାକୁ ଯାଉଥିଲେ । ତେବେ କଲେଜ ସମ୍ମୁଖ ରାସ୍ତାରେ ଏକ ଦ୍ରୁତଗାମୀ କାର ତାଙ୍କୁ ଧକ୍କା ଦେଇଥିଲା । ଗୁରୁତର ତ୍ରିଲୋଚନଙ୍କୁ ସଙ୍ଗେସଙ୍ଗେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିଲା । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ୭୫ ବର୍ଷୀୟ ସ୍ଵର୍ଗତ ପ୍ରଧାନ ଜଣେ ଅବସରପ୍ରାପ୍ତ ଶିକ୍ଷକ , ବର୍ଷିଆନ କବି ତଥା ସାହିତ୍ୟିକ ଭାବେ ସମଗ୍ର ଜିଲ୍ଲାରେ ବେଶ ପରିଚିତ ଥିଲେ । ତାଙ୍କର କାରଗିଲ ବୀର ପୁସ୍ତକକୁ ନେଇ ସେ ଚର୍ଚ୍ଚାରେ ଥିଲେ । ଜଗତଜ୍ଜନନୀ ସାହିତ୍ୟ ସଂସଦର ସେ ସଭାପତି ମଧ୍ୟ ଥିଲେ । ତାଙ୍କ ବିୟୋଗରେ ସାହିତ୍ୟ ଜଗତ ସମେତ ଖମାର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । Advertisement
ପତ୍ନୀହନ୍ତାକୁ ଆଜୀବନ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପାତ୍ରପଡା ଗାଁର ଜଣେ ପତ୍ନୀହନ୍ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ମିଳିଛି । ସୂଚନା ଅନୁସାରେ ୨୦୦୩ ମସିହାରେ ପାତ୍ରପଡା ଗାଁର…
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ନାମରେ ଧମକ ଦେଇ ଅଧିକ୍ଷଣ ଯନ୍ତ୍ରୀଙ୍କ ଠାରୁ ଠକିନେଲେ ଟଙ୍କା ଅନୁଗୁଳ – ହେଲୋ …. ‘ମୁଁ ସିଏମ ଅଫିସରୁ କହୁଥିଲି, ଦୁଇ ଲକ୍ଷ ଟଙ୍କା ନଦେଲେ ମାଲକାନଗିରି ପଠାଇଦେବି’। ଜଣେ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଏଭଳି ଢଙ୍ଗରେ ଧମକ…
ଅନୁଗୁଳ ମୋ ଖେଳର ଏନ୍ତୁଡିଶାଳ – ପ୍ରମୋଦ ଭଗତ ନାଲକୋନଗର – ଟୋକିଓ ପାରା ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଥିବା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ନାଲକୋ ନଗର…