ଅପରାଧ ଶୋଇଥିବା ବେଳେ ଘରେ ଲଗେଇଦେଲେ ନିଆଁ Angul OnlineJuly 27, 2021July 27, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଥାନା ସାନକେରେଜାଙ୍ଗ ଗାଁର ଯୋଗେଶ୍ୱର ଘଡେଇଙ୍କ ପରିବାର ଘରେ ଶୋଇଥିବା ବେଳେ , ବାହାରପଟୁ କୌଣସି ଦୁର୍ବୃତ୍ତ ବାହାରୁ କବାଟରେ ତାଲା ଦେବା ସହ ଘରେ ନିଆଁ ଲଗାଇ ମାରିବାକୁ ଉଦ୍ୟମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସୁଚନା ଅନୁସାରେ ସାନକେରେଜାଙ୍ଗ ଗ୍ରାମର ଯୋଗେଶ୍ୱର ଘଡେଇ , ତାଙ୍କ ସ୍ତ୍ରୀ , ୬ ବର୍ଷର ବଡପୁଅ ଓ ୩ ମାସର ସାନ ପୁଅକୁ ନେଇ ରବିବାର ରାତ୍ରୀରେ ଖାଇ ପିଇ ଘରେ ଶୋଇଥିଲେ । ବିଳମ୍ବିତ ରାତିରେ ଶୋଇଥିବା ବେଳେ କେହି ଦୁର୍ବୁତ୍ତ ତାଙ୍କ ଘରର କବାଟ ରେ ବହାରପଟୁ ତାଲା ପକାଇ ଦେଇ ଘରେ ନିଆଁ ଲଗାଇ ଦେଇ ଥିଲେ । ନିଆଁ ବଢିବା ବେଳେ ପରିବାର ଲୋକଙ୍କ ନିଦ ହଠାତ ଭାଙ୍ଗି ଯିବାରୁ କବାଟକୁ ଖୋଲି ବାହାରିବା ପାଇଁ ଚେଷ୍ଟା କରିଥିଲେ । ତେବେ କବାଟ ନ ଖୋଲିବାରୁ ଜୀବନ ବିକଳରେ ସ୍କାଇଲାଇଟ ତାଡି ପରିବାରର ସମସ୍ତ ସଦସ୍ୟ ବାହାରକୁ ବାହାରି ଆସିଥିଲେ । ବାହାରକୁ ବାହାରି ପାଟି କରିବାରୁ ଗ୍ରାମବାସୀ ଏକତ୍ରୀତ ହୋଇ କବାଟ ବାହରୁ ବନ୍ଦ ହୋଇ ବନ୍ଧା ହୋଇଥିବାର ଦେଖିଥିଲେ । କବାଟ ଖୋଲି ଘରେ ଲାଗିଥିବା ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ । ପରେ ନିକଟସ୍ଥ ଜିନ୍ଦଲ କମ୍ପାନୀର ଦମକଳ ବାହିନୀକୁ ଖବର ଦିଆଯାଇଥିଲା । ଦମକଳ ବାହିନୀର କର୍ମଚାରୀ ଘଟଣା ସ୍ଥଳରେ ପହଁଚି ଗ୍ରାମବାସୀଙ୍କ ସହଯୋଗରେ ନିଆଁକୁ ଲିଭାଇଥିଲେ । ତେବେ ଅଗ୍ନିକାଣ୍ଡରେ ସୌଭାଗ୍ୟକୁ କାହାର କିଛି କ୍ଷତି ହୋଇ ନଥିବା ବେଳେ ଘର ଭିତରେ ଥିବା ସମସ୍ତ ଜିନିଷପତ୍ର କିନ୍ତୁ ପୋଡି ପାଉଁଶ ହୋଇ ଯାଇଥିଲା । ତେବେ ଗାଁର କିଛି ଲୋକ ଏଭଳି କାଣ୍ଡ କରିଥିବା ଯୋଗେଶ୍ଵର ସନ୍ଦେହ କରିଥିଲେ । ଆଉ ଏଥିପାଇଁ ଗାଁ କମିତିରେ ଅଭିଯୋଗ କରିବା ସହ ଗ୍ରାମରେ ଏକ ବୈଠକ କରିଥିଲେ l ତେବେ ଏହି ବୈଠକରେ କୌଣସି ସମାଧନ ହୋଇ ପାରି ନଥିବାରୁ ଶେଷରେ ସେ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି l ଗ୍ରାମର କିଛି ବ୍ୟକ୍ତିଙ୍କ ସହ ଆଜକୁ ୬ମାସ ତଳେ ଯୋଗେଶ୍ଵରଙ୍କ ଯୁକ୍ତିତର୍କ ହୋଇ ବିବାଦ ହୋଇଥିଲା । ସେମାନେ ଏହି ଘର ପୋଡିରେ ସମ୍ପୃକ୍ତ ଥିବା ନେଇ ଯୋଗେଶ୍ୱର ସେମାନଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିବା ସହ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଛନ୍ତି । ଯୋଗେଶ୍ୱରଙ୍କ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ କରୁଥିବା ଜଣା ପଡିଛି । Advertisement
ସାମାନ୍ୟ ବଚସାରୁ ହତ୍ୟା ଅଭିଯୋଗ – ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଥାନା ରାଜକିଶୋରପଡ଼ାଠାରେ ସାମାନ୍ୟ ବଚସାରୁ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ରାଜକିଶୋର ପଡ଼ାର ପ୍ରସନ୍ନ କୁମାର…
ଚୋରା କୋଇଲା ଚାଲାଣ ବେଳେ ପୁଲିସ ଚଢ଼ଉ – ଟ୍ରକ୍ ଜବତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କଇଁଛପଦା ଗାଁ ନିକଟରୁ ବେଆଇନ କୋଇଲା ଚାଲାଣ କରୁଥିବା ଏକ ଟ୍ରକ୍ ଛେଣ୍ଡିପଦା ପୁଲିସ ଜବତ କରିଛି…
ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟରୁ ଚୋରି କରି ଦୁଇ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗଡସନ୍ତ୍ରୀ ଗ୍ରାମ ପଞ୍ଚାୟତରେ ନିର୍ମାଣ ହେଉଥିବା ଜାତୀୟ ରାଜପଥର ଲୁହା ରଡ଼ ଚୋରି ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ…