ବାଣିଜ୍ୟ ଅନୁଗୁଳ ଶପିଂ ଫେଷ୍ଟିଭାଲ ଉଦଘାଟିତ Angul OnlineOctober 11, 2022October 11, 2022 ଅନୁଗୁଳ – ଅନୁଗୁଳ ବିଜୁ ମୈଦାନ ପରିସରରେ ୫ମ ଅନୁଗୁଳ ଶପିଂ ଫେଷ୍ଟିଭାଲ ଉଦଘାଟିତ ହୋଇଯାଇଛି । ଆଜିର ଉଦଘାଟନୀ ଉତ୍ସବରେ ଅନୁଗୁଳ ଓକିଲ ସଂଘର ସଭାପତି ଦିଲିପ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କେନ୍ଦ୍ରିୟ ପୂଜା କମିଟିର ସମ୍ପାଦକ ଦିଲିପ ସାହୁ , ଓଷ୍ଟାର ଅନୁଗୁଳ ଶାଖା ପୂର୍ବତନ ସଭାପତି ସରୋଜ ପାଣିଗ୍ରାହୀ ଓ ପତଞ୍ଜଳି ଯୋଗ ସମିତିର ସଭାପତି ଅଭୟ ରାୟ ଓ ସମାଜସେବୀ ପର୍ଶୁରାମ ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କୋଭିଡ ମହାମାରୀ କାରଣରୁ ଦୀର୍ଘ ଦୁଇ ବର୍ଷ ହେବ ବିଭିନ୍ନ ସାମୁହିକ କାର୍ଯ୍ୟକ୍ରମ ଉପରେ ରୋକ ଲଗାଯାଇଥିବା ବେଳେ ଚଳିତ ବର୍ଷ ଏହାକୁ ଅନୁମତି ମିଳିଛି । ପାର୍ବଣ ଋତୁ ସାଙ୍ଗକୁ ଅକ୍ଟୋବର ୧୧ ତାରିଖ ଠାରୁ ଏହି ଶପିଂ ଫେଷ୍ଟିଭାଲ ଆରମ୍ଭ ହୋଇ ୧୯ ତାରିଖ ପର୍ଯ୍ୟନ୍ତ ଚାଲୁରହିବ । ମେଳାକୁ ସିଗନେଚର୍ ଥ୍ରି ଗ୍ରୁପର ମୁଖ୍ୟ ସଞ୍ଜୟ କୁମାର ସାହୁ ପରିଚାଳନା କରୁଥିବା ବେଳେ ଏହି ମେଳାରେ ୮୦ ଗୋଟି ଷ୍ଟଲ୍ ପଡିଅଛି । ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ପ୍ରକାରର ଘରକରଣା,ବୈଦ୍ୟୁତିକ ସାମଗ୍ରୀ ତଥା ନିତ୍ୟ ବ୍ୟବହାର୍ଯ୍ୟ ଆବଶ୍ୟକୀୟ ସାମଗ୍ରୀର ଷ୍ଟଲ ମାନ ଖୋଲା ହୋଇଛି । ମେଳାକୁ ବୁଲି ଆସିବା ଲୋକ ନିଜ ମନ ପସନ୍ଦର ସାମଗ୍ରୀ କିଣିବା ସାଙ୍ଗକୁ ଦୋଳି, ମୀନାବଜାର ଓ ଫୁଡ୍ କୋର୍ଟ ବୁଲିବାକୁ ମଜ୍ଜା ନେଇ ପାରିବେ । Advertisement
କେନ୍ଦ୍ର କୋଇଲା ସଚିବ ଏବଂ କୋଲ ଇଣ୍ଡିଆ ଅଧ୍ୟକ୍ଷଙ୍କ ଜିନ୍ଦଲ ଷ୍ଟିଲ ପ୍ଲାଣ୍ଟ ପରିଦର୍ଶନ ଅନୁଗୁଳ – କେନ୍ଦ୍ର କୋଇଲା ସଚିବ ଶ୍ରୀଯୁକ୍ତ ଅମ୍ରିତ ଲାଲ ମୀନା ଏବଂ କୋଲ ଇଣ୍ଡିଆ ଲିମିଟେଡ଼ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରମୋଦ ଅଗ୍ରୱାଲ ଜିନ୍ଦଲ ଷ୍ଟିଲ ଆଣ୍ଡ…
ଗରିବ ଓ ନିଃସହାୟଙ୍କ ପାଇଁ ଦକ୍ଷାୟଣୀ ହେଲଥ କେୟାରରେ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ଅନୁଗୁଳ – ଅନୁଗୁଳ ସହର ଗାନ୍ଧିମାର୍ଗ ଅମଲାପଡା ନିକଟରେ ଅତ୍ୟାଧୁନିକ ଦକ୍ଷାୟଣୀ ହେଲଥ କେୟାର ଉଦଘାଟିତ ହୋଇ ଯାଇଛି । ଡା. ଦିଭେନ୍ଦୁ ପ୍ରସାଦ ସାହୁ ଓ…
କୋଭିଡ-୧୯ ସମୟରେ ସହାୟତା ପାଇଁ ଜେଏସ୍ପିଏଲ୍କୁ ମହତ୍ମା ସମ୍ମାନ -୨୦୨୦ ଭୁବନେଶ୍ବର – କୋଭିଡ-୧୯ ମହାମାରୀ ମୁକାବିଲାରେ ସ୍ଥାନୀୟ ପ୍ରଶାସନ ଓ ଲୋକ ମାନଙ୍କୁ ସହାୟତା କାର୍ଯ୍ୟ ନିମନ୍ତେ ଭାରତର ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାରଲିଃ…