ମୁଖ୍ୟ ଖବର ବେଆଇନ କୋଇଲା ଖାତରେ ପଡ଼ି ଯୁବକ ମୃତ Angul OnlineMarch 13, 2021March 13, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାହାଳସାହି ଗ୍ରାମରେ ଏକ ବେଆଇନ କୋଇଲା ଖାତରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ସେହି ଗ୍ରାମର ଲବଣି ଭୁତିଆ ବୋଲି ଜଣାପଡିଛି । ସୂଚନା ଅନୁସାରେ ବାହାଳସାହିର ଜଣେ ବ୍ୟକ୍ତି ନିଜ ଜାଗାରେ ବେଆଇନ ଭାବେ ଏକ କୋଇଲା ଖଣି କରି ବାହାରକୁ କୋଇଲା ଚାଲାଣ କରୁଥିବା ବେଳ ସେହି ଚୋରା କୋଇଲା ଖାତରେ ଲବଣି ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ । ତେବେ ଲବଣି ଆଜି ଭୋର ୫ଟା ସମୟରେ ଖାତ ଭିତରେ କାମ ସାରି ସାଇକେଲରେ କିଛି କୋଇଲା ଲୋଡ କରି ଆଣୁଥିବା ସମୟରେ ସାଇକେଲ ସହିତ ୫୦ ଫୁଟ କୋଇଲା ଖାତ ତଳକୁ ଖସି ପଡିଥିଲେ । ସେଠାରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଲବଣିଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ତେବେ ସେଠାରେ ଡାକ୍ତର ଲବଣିଙ୍କୁ ମୃତ ଘୋଷଣା କରିଥିଲେ । ବେଆଇନ କୋଇଲା ଉତ୍ତୋଳନ କାର୍ଯ୍ୟ ଯୋଗୁଁ ମୃତକଙ୍କ ପରିବାର ବେଆଇନ କୋଇଲା ଖାତ ମାଲିକଙ୍କ ମଧ୍ୟରେ ସଲାସୁତୁରା ପରେ ଘଟଣାକୁ ଦଫାରଫା କରି ମୃତଦେହ ପୋଡ଼ି ଦିଆଯାଇଛି । ଘଟଣାରେ ଅଭିଯୋଗ ନ ଥିବାରୁ ଛେଣ୍ଡିପଦା ଥାନାରେ କୌଣସି ମାମଲା ରୁଜୁ କରାଯାଇନାହିଁ । Advertisement
ନକଲି ଖାତାରେ ଭତ୍ତା – କିଏ ଦେଲା , କାହିଁକି ଦେଲା ତାକୁ ନେଇ ପ୍ରଶ୍ନ ପାଳଲହଡ଼ା – ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକ୍ ଝାରବେଡ଼ା ପଞ୍ଚାୟତ ଝାରବେଡ଼ା ଗାଁର ଘନଶ୍ୟାମ ନାଏକ(୬୨) । ତାଙ୍କୁ ୬ ମାସର ଭତ୍ତା ମିଳିଥିବାବେଳେ ୯ ମାସ…
ବଦଳିଲେ ୯ ଥାନାର ଅଧିକାରୀ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଇନ୍ସପେକ୍ଟର ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ଏଥିରେ ୯ଟି ଥାନାର ଭାରପ୍ରାପ୍ତ ଅଧିକାରୀ ବଦଳି ହୋଇଛନ୍ତି । ଏହି…
ପୋଲ ତଳକୁ ଖସି ପଡିଲା ଟ୍ରକ – ଜଣେ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ବହ୍ଲର ଛକ ନିକଟରେ ଜଣଙ୍କୁ ଧକ୍କା ଦେଇ ପୋଲ ଉପରୁ ନାଳକୁ ଏକ କୋଇଲା ବୋଝେଇ ଟ୍ରକ ଓଲଟିପଡିବା ଫଳରେ…