ମୁଖ୍ୟ ଖବର ନବାଳିକାକୁ ଅସଦାଚରଣ ଅଭିଯୋଗରେ ଡାକ୍ତର ଗିରଫ Angul OnlineNovember 8, 2022November 8, 2022 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ଜଣେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ପୁଲିସ ଜଣେ ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଡାକ୍ତର ଜଣଙ୍କ ହେଲେ ଘରୋଇ କ୍ଲିନିକର ଡାକ୍ତର ପବିତ୍ର ମୋହନ ପ୍ରଧାନ ବୋଲି ଜଣା ପଡ଼ିଛି । ସୂଚନା ଅନୁସାରେ ତାଳଚେର ଅଞ୍ଚଳର ଏକ ଦମ୍ପତ୍ତି ତାଙ୍କ ୧୩ ବର୍ଷୀୟ ଝିଅର ସ୍ୱାସ୍ଥ୍ୟ ଦେଖାଇବାକୁ ବାଘୁଆବୋଲସ୍ଥିତ ଡାକ୍ତର ପବିତ୍ର ମୋହନଙ୍କ କ୍ଲିନିକକୁ ଯାଇଥିଲେ । ତେବେ ସେଠାରେ ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା ବାହାନାରେ ନାବାଳିକାଙ୍କୁ ଅସଦାଚରଣ କରିଥିବା ପରିବାର ଲୋକ ତାଳଚେର ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରି ଡାକ୍ତରଙ୍କୁ ପୋକସୋ ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଡାକ୍ତର ମଧ୍ୟ ତାଙ୍କୁ ଉପରୋକ୍ତ ଦମ୍ପତ୍ତି ଗାଳିଗୁଲଜ କରି ଧମକାଇବା ଅଭିଯୋଗ ମଧ୍ୟ ଥାନାରେ ଅଭିଯୋଗ କରିଥିବା ଜଣା ପଡ଼ିଛି । ଏହି ଘଟଣା ଆଜି ସମଗ୍ର ତାଳଚେର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । Advertisement
ଭଡା ଘରେ ଚାଲିଥିଲା ବେଆଇନ ଅଲଟ୍ରାସାଉଣ୍ଡ – ପୁଲିସ ଓ ଜନସ୍ୱାସ୍ଥ୍ୟ ବିଭାଗର ଚଢ଼ାଉ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଦେଉଳବେଡା ଗାଁର ଏକ ଘରେ ପୁଲିସ ଓ ଜନ ସ୍ଵାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ଚଢ଼ାଉ କରାଯାଇଛି । ଗାଁର ଉକ୍ତ…
ହାତୀ ଦାନ୍ତ ଜବତ – ଦୁଇ ବେପାରୀ ଗିରଫ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଖେମଳା ପଞ୍ଚାୟତର ଶୁକଦେବପୁର ଗାଁ ଜଙ୍ଗଲ ନିକଟରୁ ଦୁଇ ଜଣ ହାତୀଦାନ୍ତ ବେପାରୀଙ୍କୁ ବନ ବିଭାଗ ଗିରଫ କରିଥିବା…
ହାତୀ ଛୁଆକୁ ଦିଆଗଲା ସାଲାଇନ ଅନୁଗୁଳ – ଅନୁଗୁଳ ଜିଲ୍ଲା ମହୀଧରପୁର ପାଳବନ୍ଧ ନିକଟରେ ଗୋଠଛଡ଼ା ହୋଇଥିବା ପ୍ରାୟ ଦେଢ଼ ବର୍ଷର ହାତୀଛୁଆ ଦେହରେ ଆଜି ସାଲାଇନ ଲାଗିଛି । ତାକୁ ଟ୍ରଙ୍କୁଲାଇଜ…