ମୁଖ୍ୟ ଖବର ଆସପଣ୍ଡ ପୋଖରୀରେ ବୁଡିଗଲେ ଯୁବକ Angul OnlineJuly 2, 2021July 2, 2021 କଣିହାଁ – ଅନୁଗୁଳ ଜିଲ୍ଲା ତାଳଚେର କଣିହାଁ ଥାନା ଏନଟିପିସି ଆସପଣ୍ଡ ପୋଖରୀରେ ବୁଡି ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି । ପୋଖରୀକୁ ଶୌଚ ହେବାକୁ ଯାଇ ଆସପଣ୍ଡ ପୋଖରୀରେ ସେ ବୁଡ଼ି ଯାଇଛନ୍ତି । ସୂଚନା ଅନୁସାରେ କଣିହାଁ ଥାନା ଅନ୍ତର୍ଗତ ଡେରଙ୍ଗ ଗ୍ରାମର ଶ୍ରୀକାନ୍ତ ନାଏକ ଏନଟିପିସି ଆସପଣ୍ଡ ପୋଖରୀକୁ ଶୌଚ କରିବାକୁ ଯାଇଥିବା ବେଳେ ତାଙ୍କର ଗୋଡ଼ ଖସିଯାଇଥିଲା । ଆସପଣ୍ଡ ପୋଖରି ଭିତରେ ଏନଟିପିସି ରିଟନ ପାଇପ ପାଣିର ବେଗ କ୍ଷିପ୍ର ଥିବା ହେତୁ ତାଙ୍କୁ ପାଣି ଭିତରକୁ ଟାଣି ନେଇଥିଲା । ତେବେ ଖବର ପାଇ କଣିହାଁ ପୁଲିସ୍ ସହ ତାଳଚେର ଅଗ୍ନିଶମ ବିଭାଗ ପହଁଞ୍ଚି ନିଖୋଜ ଥିବା ବ୍ୟକ୍ତିକୁ ଖୋଜା ଖୋଜି ଜାରି ରଖିଥିବା ବେଳେ ବର୍ତ୍ତମାନ ସୁଦ୍ଧା ତାଙ୍କୁ ଠାବ କରା ଯାଇ ପାରି ନାହିଁ । Advertisement
ବନ ବିଭାଗ ଅଧିକାରୀଙ୍କ ଗାଡି ଧକ୍କାରେ ଯୁବକ ମୃତ – ଉତ୍ତେଜନା ଅନୁଗୁଳ – ରେଞ୍ଜ୍ ଅଧିକାରୀଙ୍କ ଗାଡି ଧକ୍କାରେ ୱାଚର ମୃତ। ପୁରୁଣାକୋଟ ଥାନା ପୁରୁଣାକୋଟ ଗୋପାଳପୁର ଗାଁର ସମ୍ବିତ ଦାସ ତରଭା ଛକ ନିକଟରେ ପେଟ୍ରୋଲିଂ କରୁଥିବା…
ମୁଖ୍ୟ ଚିକିତ୍ସାଳୟ ଉପର ମହଲାରୁ ପଡି ରୋଗୀ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଛାତରୁ ଡେଇଁ ରୋଗୀ ମୃତ । ତେବେ ଏହା ଆତ୍ମହତ୍ୟା ନା ଦୁର୍ଘଟଣା ସ୍ପଷ୍ଟ ହୋଇ ପାରି ନାହିଁ…
ଅନ୍ଧବିଶ୍ୱାସର କରୁଣ ଚିତ୍ର – ଗୁଣି ଗାରେଡି ସନ୍ଦେହରେ ୩ ଜଣଙ୍କୁ ହତ୍ୟା !! ପାଲଲହଡା – ବିଜ୍ଞାନ ଯୁଗରେ ମଧ୍ୟ ଲୋକ ଅନ୍ଧବିଶ୍ଵାସର ବଶବର୍ତ୍ତୀ ହୋଇ ଅନୁଗୁଳ ଜିଲ୍ଲାରେ ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି । ଗୁଣିଗାରେଡି ସନ୍ଦେହରେ ତିନି…