ମୁଖ୍ୟ ଖବର ଛାତରୁ ପଡି ଯୁବକ ମୃତ Angul OnlineApril 11, 2022April 11, 2022 ଅନୁଗୁଳ – ଅନୁଗୁଳ ସହର ଶିକ୍ଷକପଡାରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଛାତରୁ ପଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ହଣ୍ଡପା ଅଞ୍ଚଳର ପ୍ରତାପ ସାହୁ ବୋଲି ଜଣା ପଡିଛି । ସେ ଶିକ୍ଷକପଡାସ୍ଥିତ ସ୍କୁଲ ନିକଟରେ ଭଡାରେ ରହୁଥିଲେ । ଗତକାଲି ରାତିରେ ସାମାନ୍ୟ ଗୁଳୁଗୁଳି ଥିବା ବେଳେ ସେ ବିଳମ୍ବିତ ରାତିରେ ଛାତ ଉପରେ ବୁଲୁଥିଲେ । ତେବେ ଆଜି ସକାଳେ ତାଙ୍କ ମୃତ ଦେହ ତଳେ ପଡିଥିବା ପଡୋଶୀ ଦେଖି ପୁଲିସକୁ ସୂଚନା ଦେଇଥିଲେ । ଖବର ପାଇ ଅନୁଗୁଳ ପୁଲିସ ଘଟଣା ସ୍ଥଳରେ ପହଞ୍ଛି ମୃତଦେହ ଜବତ କରି ତଦନ୍ତ କରୁଛି । ତେବେ ଅସାବଧାନତା ଯୋଗୁଁ ସେ ଛାତ ଉପରୁ ପଡି ଯିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରା ଯାଉଛି । ତଦନ୍ତ ପରେ ମୃତ୍ୟୁର କାରଣ ଜଣା ପଡିବ ବୋଲି ପୁଲିସ କହିଛି । Advertisement
ବସ ଧକ୍କାରେ ଜଣେ ମୃତ ବଅଁରପାଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ସନ୍ତ୍ରୀ ଛକ ନିକଟରେ ଆଜି(ମଙ୍ଗଳବାର) ଏକ ବସ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ…
ଆସନ୍ତାକାଲି ଠାରୁ ତାଳଚେରରେ ଅର୍ଥନୈତିକ ଅବରୋଧ ଡାକରା ତାଳଚେର – ଆସନ୍ତାକାଲି ( ୨୪ ତାରିଖ ) ଠାରୁ ଅନିର୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଅବରୋଧ ଡାକରା ଦିଆ ଯାଇଛି । ୫ ଦଫା…
ଝୁଲନ୍ତା ମୃତଦେହ ତଳେ ଜଗି ରହିଛି ପୋଷା କୁକୁର – ପାଖ ମଡାଇ ଦେଉନି କାହାକୁ ଅନୁଗୁଳ – ଝୁଲି ରହିଛି ବୃଦ୍ଧଙ୍କ ମୃତଦେହ । ମୃତଦେହ ତଳେ ଜଗି ରହିଛି ମୃତକଙ୍କ ପୋଷା କୁକୁର । ମୃତ ଦେହ ପାଖ ଭର୍ତ୍ତି କରି…