ମୁଖ୍ୟ ଖବର ପ୍ରେମିକାକୁ ଦେଖା କରିବାକୁ ଯାଇଥିଲେ , ଖୁଣ୍ଟରେ ବାନ୍ଧିଦେଲେ ମହିଳା Angul OnlineJune 24, 2021June 24, 2021 ଛେଣ୍ଡିପଦା – ବିବାହିତା ମହିଳାଙ୍କୁ ପ୍ରେମ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି । ବିବାହିତ ପ୍ରେମିକାଙ୍କୁ ଦେଖା କରିବାକୁ ଯାଇ ସମ୍ପୃକ୍ତ ଯୁବକଙ୍କୁ ଖୁଣ୍ଟରେ ବନ୍ଧା ହେବା ସହ ମାଡ ଖାଇବାକୁ ପଡିଛି । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଖମାର ଗ୍ରାମରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଖମାର ଗ୍ରାମର ଜଣେ ବିବାହିତ ଯୁବକ ଗ୍ରାମ ନିକଟସ୍ଥ ଜଣେ ବିବାହିତା ମହିଳାଙ୍କୁ ୫ ବର୍ଷ ହେବ ପ୍ରେମ କରି ଆସୁଥିଲେ । ବିବାହିତା ଯୁବତୀଙ୍କ ସ୍ୱାମୀ ଘରେ ନଥିବା ବେଳେ ପ୍ରେମିକ ଜଣକ ପ୍ରେମିକାଙ୍କ ଘରକୁ ଅବାଧରେ ଯାତାୟତ କରନ୍ତି । ସବୁଦିନ ଭଳି ବୁଧବାର ବିଳମ୍ବିତ ରାତିରେ ପ୍ରେମିକ ଜଣଙ୍କ ପ୍ରେମିକାଙ୍କୁ ଦେଖା କରିବାକୁ ଯାଇଥିଲେ । ତେବେ ଗ୍ରାମର କିଛି ମହିଳା ଏହା ଦେଖି ପ୍ରେମିକକୁ କାବୁ କରି ଗାଁ ମଝିରେ ଥିବା ରାହାସ ଭାଡି ଖୁଣ୍ଟରେ ବାନ୍ଧି ଦେଇଥିଲେ । ଘଟଣା ଗାଁରେ ପ୍ରଚାରି ଯିବା ପରେ ପ୍ରେମିକକୁ ଦେଖିବା ପାଇଁ ପ୍ରବଳ ଭିଡ ହେବା ସହିତ ଉତେଜନା ପରିସ୍ଥିତି ଦେଖା ଦେଇଥିଲା । ଏପରିକି ଯୁବକଙ୍କୁ କିଛି ଲୋକ ମାଡ ମଧ୍ୟ ମାରିଥିଲେ । ଗାଁର କିଛି ଯୁବକ ଘଟଣା ସମ୍ପର୍କରେ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଆସୁଥିବା ଖବର ପାଇ ଗ୍ରାମବାସୀ ସମ୍ପୃକ୍ତ ଯୁବକକୁ ଖୁଣ୍ଟରୁ ଖୋଲି ଦେଇଥିଲେ । ଛେଣ୍ଡିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରେମିକକୁ ଉଦ୍ଧାର କରିବା ସହ ଥାନାକୁ ଆଣିଥିଲେ । ତେବେ ଏ ନେଇ ବର୍ତ୍ତମାନ ସୁଦ୍ଧା କୈାଣସି ଅଭିଯୋଗ ହୋଇ ନଥିବା ଥାନା ଅଧିକାରୀ ସୁଶାନ୍ତ କୁମାର ସିଂ ପ୍ରକାଶ କରିଛନ୍ତି । Advertisement
ହାତୀ ଆକ୍ରମଣରେ ୨ ମୃତ ଜଣେ ଗୁରୁତର – ଦୁଇ ଥର ଆନ୍ଦୋଳନରେ ବସିଲେ ଲୋକ ଅନୁଗୁଳ – ଅନୁଗୁଳ ଜିଲ୍ଲା ପାତେଳି ଗ୍ରାମରେ ଆଜି ଏକ ଅଘଟଣ ଘଟିଛି । ଦନ୍ତାହାତୀ ଆକ୍ରମଣରେ ଆଜି ସକାଳୁ ଦୁଇ ଦୁଇଟି ଜୀବନ ଯାଇଥିବା ବେଳେ…
ଗରାଖଙ୍କୁ ହାଇରାଣ କରି ବ୍ୟାଙ୍କ୍ ଗଣିଲା ଜୋରିମନା ଅନୁଗୁଳ – ଜଣେ ବୃଦ୍ଧାଙ୍କ ଆକାଉଣ୍ଟକୁ ଫ୍ରିଜ କରିବା ଆଉ ତାଙ୍କୁ ଟଙ୍କା ନଦେବା ଫଳରେ ବ୍ୟାଙ୍କକୁ ଜୋରିମନା ଗଣିବାକୁ ପଡିଛି । ଅନୁଗୁଳ ଜିଲ୍ଲା ଖାଉଟି…
ଜାଲି ପିଇଟି ଶିକ୍ଷକଙ୍କ ସଂଖ୍ୟା ବଢୁଛି – ଉଚ୍ଚ ସ୍ତରୀୟ ତଦନ୍ତ ଆବଶ୍ୟକ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ନକଲି ପିଇଟି ଶିକ୍ଷକଙ୍କ ସଂଖ୍ୟା କେବଳ ଯେ ୧୦ ତା ନୁହେଁ । ଏହାର ସଂଖ୍ୟା ଅଧିକ ରହିଛି । ଗତକାଲି…