ଅପରାଧମୁଖ୍ୟ ଖବର ଯୁବକଙ୍କୁ ଜିଅନ୍ତା ଜାଳିଦେଲେ – ପୋଲିସର ତଦନ୍ତ Angul OnlineJanuary 12, 2021January 12, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଏକ ବୀଭତ୍ସ, ଅମାନୁଷିକ ଓ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟି ଯାଇଛି । ଗାଁ ଦାଣ୍ଡରେ ସମ୍ପର୍କୀୟମାନେ ଯୁବକଙ୍କୁ ଜିଅନ୍ତା ଜାଳିଦେଲେ । ଏହି ବର୍ବରକାଣ୍ଡ ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ କଦଳିମୁଣ୍ଡା ଗାଁର କେନ୍ଦୁସାହିରେ ଘଟିଛି । ମୃତକଙ୍କ ନାଁ ରାଜକିଶୋର ପ୍ରଧାନ । ଘଟଣାସ୍ଥଳରେ ହଣ୍ଡପା ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ଖୋଳତାଡ କରୁଛି । ସୂଚନା ମୃତ ରାଜ କିଶୋର ପ୍ରଧାନ ଆଜି ସକାଳୁ ମଦ୍ୟପାନ କରି ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଥିଲେ । ଆଉ ଏଥିରେ ଅତିଷ୍ଠ ହୋଇ କେହି ତାଙ୍କୁ ଏଭଳି ବିଭତ୍ସ ହତ୍ୟା କରିଥିବା ସନ୍ଦେହ କରା ଯାଉଛି । ତେବେ ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । Advertisement
ଛିନତାଇ ଅଭିଯୋଗରେ ୨ ନାବାଳକ ସମେତ ୪ ଗିରଫ ଅନୁଗୁଳ – ଅନୁଗୁଳ ସଦରଥାନା ଅନ୍ତର୍ଗତ ଅନୁଗୁଳ ବନ୍ତଳା ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଦୁଇଟି ଲୁଟପାଟ ହୋଇଥିବା ବେଳେ ଏହି ଘଟଣାରେ ୨ ନାବାଳକଙ୍କ ସମେତ…
ଗଞ୍ଜେଇ ସହ କାର ଜବତ,ଚାଳକ ଫେରାର ଛେଣ୍ଡିପଦା – ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଛେଣ୍ଡିପଦା-ବୁଢ଼ାପାଳ ରାସ୍ତାର ଚାରବାଟିଆ ଛକ ଠାରୁ ରବିବାର ବିଳମ୍ବିତ ରାତ୍ରୀରେ ଏକ କାରରେ ଚୋରାରେ ଗଞ୍ଜେଇ ଚାଲାଣ…
ସ୍ୱାମୀକୁ ହତ୍ୟା କରିଥିବା ସ୍ତ୍ରୀ ଓ ସ୍ତ୍ରୀର ପ୍ରେମିକକୁ ଆଜୀବନ କାରାଦଣ୍ଡ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳର ଏକ ହତ୍ୟା ମାମଲାର ଶୁଣାଣି କରି ଅତିରିକ୍ତ ଜିଲ୍ଲା ଦୌରାଜଜ ସ୍ବାମୀହନ୍ତା ସ୍ତ୍ରୀ ଓ ତା ପ୍ରେମିକକୁ ଆଜୀବନ…