ଆଞ୍ଚଳିକ ବଜ୍ରପାତରେ ଯୁବକ ମୃତ Angul OnlineAugust 31, 2021August 31, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ମାଛକୁଟା ଗାଁରେ ମଙ୍ଗଳବାର ବଜ୍ରପାତରେ ଜଣେ ଯୁବକଙ୍କର ମୃତ ହୋଇଛି । ମୃତକ ଜଣକ ହେଲେ ମାଛକୁଟା ବିଜୟ ସାହୁଙ୍କ ପୁଅ ୨୧ ବର୍ଷୀୟ ଲୋଚନ ସାହୁ ବୋଲି ଜଣାପଡିଛି । ସୂଚନା ଅନୁସାରେ ବିଜୟ ସାହୁ ଗାଁ ପାଖରେ ଥିବା ବିଲକୁ ହଳ କରିବାକୁ ଯାଇଥିବା ବେଳେ ପୁଅ ଲୋଟନ ସକାଳ ସାଢେ ୮ଟା ବେଳେ ବାପାଙ୍କ ପାଇଁ ଖାଇବା ନେଇ ଦେଇଥିଲେ । ବାପା ବିଲରେ କାର୍ଯ୍ୟ କରୁଥିବା ଦେଖି ଲୋଟନ ବିଲ ହୁଡାରେ ବସି ବାପାଙ୍କୁ ଅପେକ୍ଷା କରିଥିଲା । ସେହି ସମୟରେ ହଠାତ ବର୍ଷା ସହିତ ବଜ୍ରପାତ ହୋଇଥିଲା । ଫଳରେ ବଜ୍ରପାତରେ ଲୋଟନ ଗୁରୁତର ହେବା ସହ ହୋଇ ଅଚେତ ହୋଇ ପଡିଯାଇଥିଲେ । ଏହା ଦେଖି ପରିବାର ଓ ସମ୍ପର୍କିୟ ଲୋକମାନେ ତାଙ୍କୁ ତୁରନ୍ତ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଛେଣ୍ଡିପଦା ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । Advertisement
ମେଡ଼ିକାଲ କଲେଜର ପରିଚାଳନା ରାଜ୍ୟ ସରକାର ନିଅନ୍ତୁ – କାଳନ୍ଦୀ ତାଳଚେର – ଓଡ଼ିଶା ଲୋକଙ୍କୁ ଉତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ମହାନଦୀ କୋଲ ଫିଇଲ୍ଡ(ଏମସିଏଲ) ଦ୍ୱାରା ପ୍ରତିଷ୍ଠିତ ସ୍ଥାନୀୟ ତାଳଚେର ମେଡ଼ିକାଲ…
ରାବଣ ପୋଡିର ଅଫୁଟା ବାଣ ଫୁଟି ନାବଳକ ଗୁରୁତର ତାଳଚେର – ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶନିବାର ବିଭିନ୍ନ ସ୍ଥାନରେ ରାବଣ ପୋଡି ଉତ୍ସବ ପାଳନ କରା ଯାଇଥିଲା । ତାଳଚେର ସାଉଥବଲଣ୍ଡା ଠାରେ ମଧ୍ୟ…
ବାର ଲକ୍ଷ ଲୋକ ଖାଇବେ ଏହି ବଟିକା ଅନୁଗୁଳ – ଅନୁଗୁଳ ଜିଲ୍ଲାରୁ ଫାଇଲେରିଆ ରୋଗର ସମ୍ପୂର୍ଣ୍ଣ ନିରାକରଣ ପାଇଁ ଆସନ୍ତା ଫେବୃଆରୀ ୨୫ ତାରିଖରୁ ମାର୍ଚ୍ଚ ୬ ଯାଏ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ…