ମୁଖ୍ୟ ଖବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦଲାଲ ସନ୍ଦେହରେ ଯୁବକ ଅଟକ Angul OnlineAugust 15, 2024August 15, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆଜି ଜଣେ ଯୁବକକୁ ଦଲାଲ ସନ୍ଦେହରେ ସୁରକ୍ଷାକର୍ମୀ ଧରି ପୁଲିସ ର ଜିମା ଦେଇଛନ୍ତି। ସୂଚନା ଅନୁସାରେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦିନକୁ ଦିନ ଦଲାଲଙ୍କ କାର୍ଯ୍ୟ ବଢୁ ଥିବା ଅଭିଯୋଗ ହେଉଛି । କିଛି ଦିନ ହେଲା ଜଣେ ଯୁବକ ପ୍ରସୂତି ବିଭାଗକୁ ଯାଇ ବିଭିନ୍ନ ଲୋକଙ୍କ ସହ କଥା ବାର୍ତ୍ତା ହେଉଥିବା ସୁରକ୍ଷାକର୍ମୀ ଏବଂ ସୁରକ୍ଷାକର୍ମୀ ସୁପରଭାଇଜରଙ୍କ ନଜରରେ ଆସିଥିଲା । ଆଜି ଜଣେ ଯୁବକ ଜଣଙ୍କ ପ୍ରସୂତି ବିଭାଗ ଅଞ୍ଚଳରେ ବୁଲୁଥିବା ବେଳେ ସୁରକ୍ଷାକର୍ମୀ ସୁପରଭାଇଜରଙ୍କ ଲିପୁନ ଏବଂ ସୁଶିଲ ଯୁବକ ଜଣଙ୍କୁ ଧରି କଣ ପାଇଁ ଏହି ଅଞ୍ଚଳରେ ବୁଲୁଛ ବୋଲି ପଚାରି ଥିଲେ । ଯୁବକ ଜଣଙ୍କ ସାଙ୍ଗ ଠାରୁ ପଇସା ନେବାକୁ ଅପେକ୍ଷା କରିଛି ବୋଲି କହିଥିଲେ । ସୁରକ୍ଷାକର୍ମୀ ସୁପରଭାଇଜର ମାନେ ପୁଲିସ କୁ ଖବର ଦେବାକୁ କହିବାରୁ ଯୁବକ ଜଣଙ୍କ ଗର୍ଭବତୀ ମହିଳାଙ୍କୁ ଏକ ଘରୋଇ ନର୍ସିଂ ହୋମ୍ କୁ ନେବାପାଇଁ ପ୍ରବର୍ତ୍ତାଉ ଥିବା କଥା ମାନି ଯାଇଥିଲେ । ସୁରକ୍ଷାକର୍ମୀ ସୁପରଭାଇଜର ମାନେ ଯୁବକଙ୍କୁ ଚିକିତ୍ସାଳୟ ଫାଣ୍ଡି ଜିମାରେ ଦେଇଥିଲେ। ଯୁବକ ଜଣଙ୍କ ଟାଉନ୍ ଥାନା ଅନ୍ତର୍ଗତ ଶଙ୍କର ସିନେମା ରୋଡ ଅଞ୍ଚଳର ବୋଲି ଜଣା ପଡିଛି । Advertisement
ମହିଳାଙ୍କ ସହ ୪ ଚେନ ଲୁଟେରା ଗିରଫ ତାଳଚେର – ଅନୁଗୁଳ ତାଳଚେରର ଜନଗହଳିପୂର୍ଣ୍ଣ ସ୍ପଷ୍ଟ ଦିବାଲୋକରେ ପୁଲିସ୍କୁ ଚ୍ୟାଲେଞ୍ଜ ଦେଇ ଗୋଟିଏ ପରେ ଗୋଟିଏ ସ୍ଥାନରୁ ମହିଳାଙ୍କ ଠାରୁ ସୁନାଚେନ୍ ଝାମ୍ପିନେଇ ଆଖି ପିଛୁଳାକେ…
ଶ୍ରୀ ମେଟାଲିକ୍ ଆଇରନ କମ୍ପାନୀରେ ଦୁର୍ଘଟଣା – ଶ୍ରମିକଙ୍କ ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅଧୀନରେ ଥିବା ଶ୍ରୀ ମେଟାଲିକ୍ ଆଇରନ କମ୍ପାନୀ ଭିତରେ ମଙ୍ଗଳବାର ସକାଳେ ଏକ ଦୁର୍ଘଟଣା ଘଟିଥିଲା ।ସେହି…
ଠାକୁର ଘରୁ ଦବିଗଲା ୧୦ ଫୁଟ ମାଟି – ଭୟରେ ପରିବାର ଲୋକ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ପୁଣି ଦବିଲା ମାଟି । ତାଳଚେର ସହରର ୧୦ ନମ୍ବର ୱାର୍ଡ ପିତାମ୍ବର ଦାସ ନାମକ ଜଣେ ବ୍ୟକ୍ତିଙ୍କ ଠାକୁର…