ମୁଖ୍ୟ ଖବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦଲାଲ ସନ୍ଦେହରେ ଯୁବକ ଅଟକ Angul OnlineAugust 15, 2024August 15, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆଜି ଜଣେ ଯୁବକକୁ ଦଲାଲ ସନ୍ଦେହରେ ସୁରକ୍ଷାକର୍ମୀ ଧରି ପୁଲିସ ର ଜିମା ଦେଇଛନ୍ତି। ସୂଚନା ଅନୁସାରେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦିନକୁ ଦିନ ଦଲାଲଙ୍କ କାର୍ଯ୍ୟ ବଢୁ ଥିବା ଅଭିଯୋଗ ହେଉଛି । କିଛି ଦିନ ହେଲା ଜଣେ ଯୁବକ ପ୍ରସୂତି ବିଭାଗକୁ ଯାଇ ବିଭିନ୍ନ ଲୋକଙ୍କ ସହ କଥା ବାର୍ତ୍ତା ହେଉଥିବା ସୁରକ୍ଷାକର୍ମୀ ଏବଂ ସୁରକ୍ଷାକର୍ମୀ ସୁପରଭାଇଜରଙ୍କ ନଜରରେ ଆସିଥିଲା । ଆଜି ଜଣେ ଯୁବକ ଜଣଙ୍କ ପ୍ରସୂତି ବିଭାଗ ଅଞ୍ଚଳରେ ବୁଲୁଥିବା ବେଳେ ସୁରକ୍ଷାକର୍ମୀ ସୁପରଭାଇଜରଙ୍କ ଲିପୁନ ଏବଂ ସୁଶିଲ ଯୁବକ ଜଣଙ୍କୁ ଧରି କଣ ପାଇଁ ଏହି ଅଞ୍ଚଳରେ ବୁଲୁଛ ବୋଲି ପଚାରି ଥିଲେ । ଯୁବକ ଜଣଙ୍କ ସାଙ୍ଗ ଠାରୁ ପଇସା ନେବାକୁ ଅପେକ୍ଷା କରିଛି ବୋଲି କହିଥିଲେ । ସୁରକ୍ଷାକର୍ମୀ ସୁପରଭାଇଜର ମାନେ ପୁଲିସ କୁ ଖବର ଦେବାକୁ କହିବାରୁ ଯୁବକ ଜଣଙ୍କ ଗର୍ଭବତୀ ମହିଳାଙ୍କୁ ଏକ ଘରୋଇ ନର୍ସିଂ ହୋମ୍ କୁ ନେବାପାଇଁ ପ୍ରବର୍ତ୍ତାଉ ଥିବା କଥା ମାନି ଯାଇଥିଲେ । ସୁରକ୍ଷାକର୍ମୀ ସୁପରଭାଇଜର ମାନେ ଯୁବକଙ୍କୁ ଚିକିତ୍ସାଳୟ ଫାଣ୍ଡି ଜିମାରେ ଦେଇଥିଲେ। ଯୁବକ ଜଣଙ୍କ ଟାଉନ୍ ଥାନା ଅନ୍ତର୍ଗତ ଶଙ୍କର ସିନେମା ରୋଡ ଅଞ୍ଚଳର ବୋଲି ଜଣା ପଡିଛି । Advertisement
ପୋଲ ଉପରେ ବସିଥିଲେ – ଟ୍ରକ ଧକ୍କା ଦେବାରୁ ପୋଲ ତଳେ ପଡି ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଭୁବନେଶ୍ଵରୀ କୋଇଲା ଖଣି କୋଲକରିଡର ରାସ୍ତାରେ ଜଣଙ୍କୁ ଧକ୍କା ଦେଇ ପୋଲ ଉପରେ ଝୁଲି ରହିଲା ଟ୍ରକ । ଧକ୍କା…
ଦୂର୍ଗା ପଡିଆରୁ ହଟିବାକୁ ଟେଣ୍ଟ ହାଉସକୁ ନିର୍ଦେଶ ଅନୁଗୁଳ – ଅନୁଗୁଳ ଅମଲାପଡ଼ା ଦୁର୍ଗାପୂଜା ପଡ଼ିଆକୁ କବଜା କରିଥିବା ବେହେରା ଟେଣ୍ଟ୍ ହାଉସ୍କୁ ହାଇକୋର୍ଟଙ୍କ ଛାଟ ପଡିଛି । ତୁରନ୍ତ ଜବରଦଖଲରୁ ହଟି ନିଜ ଜିନିଷ…
ଭୟାବହ ଅଗ୍ନିକାଣ୍ଡ – ଗୋରୁ , ମେଣ୍ଢା ଜୀବନ୍ତ ଦଗ୍ଧ , ଲକ୍ଷାଧିକ ମୂଲ୍ୟର ସମ୍ପତ୍ତି ନଷ୍ଟ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଖାଲଗାଁରେ ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ଯାଇଛି । ଏଥିରେ ଦୁଇଟି ପରିବାରର ୬ ଟି…