ଅପରାଧ ମଦ ପିଇବାକୁ ବଟି ନ ଦେବାରୁ ଯୁବକଙ୍କୁ ଛୁରୀ ଭୂଷି ହତ୍ୟା Angul OnlineSeptember 15, 2024September 15, 2024 ଆଠମଲ୍ଲିକ – କରମା ପୂଜାରେ ଏକ ଅଘଟଣ ଘଟି ଯାଇଛି । ସୂଚନା ଅନୁସାରେ କିଶୋରନଗର ଅଞ୍ଚଳର ବରଷା ମିର୍ଦ୍ଧା (୨୫) ଏବଂ ଅନୁଗୁଳ ଅଞ୍ଚଳର ବାପୁନ ବେହେରା ଆଠମଲ୍ଲିକ ସହରକୁ କରମା ପୂଜା ଦେଖି ଯାଇଥିଲେ । ଉଭୟ ଆଠମଲ୍ଲିକ ଗାନ୍ଧୀ ଛକ ନିକଟରେ ଥିବା ବିଦେଶୀ ମଦ ଦୋକାନ ରେ ସନ୍ଧ୍ୟା ପ୍ରାୟ ୭.୩୦ ବେଳକୁ ଅଟକି ଥିଲେ । ବାପୁନଙ୍କ ଅଭିଯୋଗ ଅନୁଯାଇ ଉଭୟ ମଦ କିଣିବାକୁ ଟଙ୍କା ଦେଇ ନିକଟସ୍ଥ ଏକ ଜଳଖିଆ ଦୋକାନରେ ବସିଥିଲେ। ସେଠାରେ ପୂର୍ବରୁ ଉପସ୍ଥିତ ଥିବା କିଛି ଯୁବକ ତାକୁ ଟଙ୍କା ମାଗିଥିଲେ । ଟଙ୍କା ମଗାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ସହ ମାରପିଟ ହୋଇଥିଲା । ମଦ କିଣିବାକୁ ଯାଇଥିବା ବରଷା ଆସିବା ପରେ ଝଗଡ଼ା ଉଗ୍ର ରୂପ ନେଇଥିଲା । ଅପର ପକ୍ଷର ଜଣେ ଯୁବକ ପାଖରେ ରଖିଥିବା ଛୁରୀରେ ବରଷାଙ୍କ ପେଟ କୁ ଭୂଷି ଦେଇଥିଲେ । ପ୍ରାଣ ବିକଳରେ ସେ ଦୌଡ଼ି ପଳାଇ ଯାଉଥିବା ବେଳେ ସେମାନଙ୍କ ମଧ୍ୟରୁ ଅନ୍ୟ ଜଣେ ଯୁବକ ଏକ ଖାଲି ମଦ ବୋତଲ ମୁଣ୍ଡରେ ପିଟି ଦେଇଥିଲେ । ଯାହା ଫଳରେ ବରଷା ରକ୍ତ ଜୁଡୁବୁଡୁ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ପଟେ ଆଠମଲ୍ଲିକ ପୁଲିସ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛି । Advertisement
ଜେଲରୁ ଫେରାର ଜଣେ କଏଦୀ ଧରା ପଡିଲା ପାଲଲହଡା – ଗତ କାଲି ରାତି ପାଳଲହଡା ଉପଖଣ୍ଡ କାରାଗାରରୁ ଦୁଇ ଜଣ କଏଦୀ ଫେରାର ହୋଇ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଧରିବାରେ ସଫଳ…
କାର ସହ ୫୨ କେଜି ଗଞ୍ଜେଇ ଜବତ-୪ ଜଣ ଯୁବକ ଗିରଫ ପାଲଲହଡା – ଗଞ୍ଜେଇ ଚୋରାଚାଳଣ ବେଳେ ପୁଲିସ ଦୁଇଟି କାର ସହ ୫୨ କେଜି ଗଞ୍ଜେଇ ଜବତ । ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ୪ ଜଣ…
ନାବାଳିକା ଦୁଷ୍କର୍ମକାରୀ କୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ଅନୁଗୋଳ – ସୋମବାର ଦିନ ମାନ୍ୟବର ଆଡହକ ଆଡିସନାଲ ଜିଲ୍ଲା ଓ ସେସନ୍ ଜଜ୍ ଫାଷ୍ଟଟ୍ରାକ ସ୍ପେସାଲ୍ କୋର୍ଟ ଜଜ ଜଣେ ନାବାଳିକା ଦୁଷ୍କର୍ମ କାରୀକୁ ୨୦ବର୍ଷ…