ଅପରାଧ ମଦ ପିଇବାକୁ ବଟି ନ ଦେବାରୁ ଯୁବକଙ୍କୁ ଛୁରୀ ଭୂଷି ହତ୍ୟା Angul OnlineSeptember 15, 2024September 15, 2024 ଆଠମଲ୍ଲିକ – କରମା ପୂଜାରେ ଏକ ଅଘଟଣ ଘଟି ଯାଇଛି । ସୂଚନା ଅନୁସାରେ କିଶୋରନଗର ଅଞ୍ଚଳର ବରଷା ମିର୍ଦ୍ଧା (୨୫) ଏବଂ ଅନୁଗୁଳ ଅଞ୍ଚଳର ବାପୁନ ବେହେରା ଆଠମଲ୍ଲିକ ସହରକୁ କରମା ପୂଜା ଦେଖି ଯାଇଥିଲେ । ଉଭୟ ଆଠମଲ୍ଲିକ ଗାନ୍ଧୀ ଛକ ନିକଟରେ ଥିବା ବିଦେଶୀ ମଦ ଦୋକାନ ରେ ସନ୍ଧ୍ୟା ପ୍ରାୟ ୭.୩୦ ବେଳକୁ ଅଟକି ଥିଲେ । ବାପୁନଙ୍କ ଅଭିଯୋଗ ଅନୁଯାଇ ଉଭୟ ମଦ କିଣିବାକୁ ଟଙ୍କା ଦେଇ ନିକଟସ୍ଥ ଏକ ଜଳଖିଆ ଦୋକାନରେ ବସିଥିଲେ। ସେଠାରେ ପୂର୍ବରୁ ଉପସ୍ଥିତ ଥିବା କିଛି ଯୁବକ ତାକୁ ଟଙ୍କା ମାଗିଥିଲେ । ଟଙ୍କା ମଗାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ସହ ମାରପିଟ ହୋଇଥିଲା । ମଦ କିଣିବାକୁ ଯାଇଥିବା ବରଷା ଆସିବା ପରେ ଝଗଡ଼ା ଉଗ୍ର ରୂପ ନେଇଥିଲା । ଅପର ପକ୍ଷର ଜଣେ ଯୁବକ ପାଖରେ ରଖିଥିବା ଛୁରୀରେ ବରଷାଙ୍କ ପେଟ କୁ ଭୂଷି ଦେଇଥିଲେ । ପ୍ରାଣ ବିକଳରେ ସେ ଦୌଡ଼ି ପଳାଇ ଯାଉଥିବା ବେଳେ ସେମାନଙ୍କ ମଧ୍ୟରୁ ଅନ୍ୟ ଜଣେ ଯୁବକ ଏକ ଖାଲି ମଦ ବୋତଲ ମୁଣ୍ଡରେ ପିଟି ଦେଇଥିଲେ । ଯାହା ଫଳରେ ବରଷା ରକ୍ତ ଜୁଡୁବୁଡୁ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ପଟେ ଆଠମଲ୍ଲିକ ପୁଲିସ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛି । Advertisement
ନିର୍ବାଚନ ପୂର୍ବରୁ ହିଂସା – ପୌରଧ୍ୟକ୍ଷ ପ୍ରାର୍ଥୀଙ୍କୁ ଆକ୍ରମଣ ଅଭିଯୋଗ adv ଅନୁଗୁଳ – ନିର୍ବାଚନର ଠିକ ପୂର୍ବ ଦିନରେ ଅନୁଗୁଳ ପୌରାଞ୍ଚଳରେ ନିର୍ବାଚନୀ ହିଂସା ଦେଖା ଦେଇଛି । ସୂଚନା ଅନୁସାରେ , ଅନୁଗୁଳ ଶିମିଳିପଡ଼ାର ସ୍ଵାଧିନ…
ଅମଲାପଡାରୁ ୧୨ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ ଅନୁଗୁଳ – ପୂଜା ବଜାର ସରଗରମ ହେବା ପୂର୍ବରୁ ଅନୁଗୁଳ ଅବକାରୀ ବିଭାଗକୁ ଏକ ବଡ ସଫଳତା ମିଳିଛି । ଅନୁଗୁଳ ବଜାର ଭିତରୁ ୧୨୦ ଗ୍ରାମ…
ବିଧବା ମହିଳା ସହ ପ୍ରେମିକ ହଟହଟା ଅନୁଗୋଳ – ପରକୀୟା ପ୍ରୀତିରୁ ହଟହଟା ହେଲେ ବିଧବା ମହିଳା । କଙ୍ଗାରୁ କୋର୍ଟରେ ଦଣ୍ଡିତ ହେଲେ ବିଧବା ମହିଳା ଓ ପ୍ରେମିକ । ବିଧବା ମହିଳା…