ଅପରାଧ ଶୀତଲ ପ୍ଲାଜାରେ ଦୋକାନୀକୁ ଆକ୍ରମଣ କରିଥିବା ଯୁବକ ଗିରଫ Angul OnlineSeptember 10, 2024September 10, 2024 ଅନୁଗୁଳ – ଅନୁଗୁଳ ସହର ଶୀତଲ ପ୍ଲାଜାରେ ଗତକାଲି ଦୋକାନରେ କାଣ୍ଟିନ ଧଳ ନାମକ ଜଣେ ଯୁବକ ବସିଥିବା ବେଳେ ପିଣ୍ଟୁ କୁମାର ସାହୁ ନାମକ ଜଣେ ଯୁବକ ହଠାତ ଆସି ଭୁଜାଲିରେ ଆକ୍ରମଣ କରିଥିଲା । ଯାହା ଫଳରେ କାଣ୍ଟିନ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଏହି ଘଟଣାରେ ଅନୁଗୁଳ ପୁଲିସ ପିଣ୍ଟୁକୁ ଗିରଫ କରିଛି । ଅନୁଗୁଳ ଥାନା ଅଧିକାରୀ ଧୀରେଶ କମାର ଦାସ ଦେଇଥିବା ସୂଚନା ଅନୁସାରେ ପିଣ୍ଟୁର ଘର ମୂଷାପାପୁଲି ହୋଇଥିବା ବେଳେ ସେ ଶୀତଲ ପ୍ଲାଜାରେ ଏକ ମୋବାଇଲ ମରାମତି ଦୋକାନ ଦେଇଛି । ସେହି ନିକଟରେ ହେମସୁରପଡା ନାଖରାସାହିର କାଣ୍ଟିନ ଧଳା ମଧ୍ୟ ମୋବାଇଲ ମରାମତି ଦୋକାନ ଦେଇଛନ୍ତି । ଉଭୟଙ୍କ ମଧ୍ୟରେ ବ୍ଯବସାୟିକ ଶତ୍ରୁତା ଥିଲା । ତେବେ କିଛି ଦିନ ତଳେ ପିଣ୍ଟୁ ଦୋକାନ ଦେଇଥିବା ଘରର ମାଲିକ ପିଣ୍ଟୁକୁ ଦୋକାନ ଛାଡିବାକୁ କହିଥିଲେ । ତେବେ ଏହା ପଛରେ କାଣ୍ଟିନ ହାତ ଅଛି ବୋଲି ପିଣ୍ଟୁ ଭାବି ନେଇଥିଲା । ଆଉ ଏଥିପାଇଁ କାଣ୍ଟିନକୁ ମାରିଦେବା ପାଇଁ ଏକ ଚାପଡାରେ କାଣ୍ଟିନକୁ ଆକ୍ରମଣ କରିଥିଲା । ପୁଲିସ ଏହି ଘଟଣାରେ ପିଣ୍ଟୁକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ତା ନିକଟରୁ ଏକ ମୋଟରସାଇକେଲ , ଚାପଡା ଓ ଏକ ମୋବାଇଲ ଫୋନ ଜବତ କରିଛି । Advertisement
ଘର ଗ୍ରୀଲ ତାଡି ଲୁଟିନେଲେ ଟଙ୍କା ଓ ସୁନା ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବାଘମରା ଠାରେ ଘରେ କେହି ନଥିବାର ସୁଯୋଗ ନେଇ ସୁନା ଗହଣା ଓ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ । ଘର…
୮ ଗ୍ରାମରୁ ଉର୍ଦ୍ଧ ବ୍ରାଉନ ସୁଗାର ସହ ଦୁଇ ବ୍ରାଉନସୁଗାର ବେପାରୀ ଗିରଫ ବଅଁରପାଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନାର ନାଲକୋ ଆଲୁମିନିୟମ ପାର୍କ ଅଞ୍ଚଳରୁ ଦୁଇ ବ୍ରାଉନସୁଗାର ବେପାରୀ କାବୁ କରିବାରେ ସଫଳତା ପାଇଚି ବଅଁରପାଳ ପୁଲିସ ।…
ଏଟିମ ଭାଙ୍ଗି ଟଙ୍କା ଲୁଟ ଉଦ୍ୟମ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲାକୁ ପୁଣି ଥରେ ଏଟିଏମ ଲୁଟେରାଙ୍କ ଲୋଲୁପ ଦୃଷ୍ଟି ପଡିଛି । ଗତ ଦୁଇ ବର୍ଷ ତଳେ ବାରମ୍ବାର ଏଟିଏମ ଭାଙ୍ଗି ଲୁଟ…