ଅପରାଧ ଶୀତଲ ପ୍ଲାଜାରେ ଦୋକାନୀକୁ ଆକ୍ରମଣ କରିଥିବା ଯୁବକ ଗିରଫ Angul OnlineSeptember 10, 2024September 10, 2024 ଅନୁଗୁଳ – ଅନୁଗୁଳ ସହର ଶୀତଲ ପ୍ଲାଜାରେ ଗତକାଲି ଦୋକାନରେ କାଣ୍ଟିନ ଧଳ ନାମକ ଜଣେ ଯୁବକ ବସିଥିବା ବେଳେ ପିଣ୍ଟୁ କୁମାର ସାହୁ ନାମକ ଜଣେ ଯୁବକ ହଠାତ ଆସି ଭୁଜାଲିରେ ଆକ୍ରମଣ କରିଥିଲା । ଯାହା ଫଳରେ କାଣ୍ଟିନ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଏହି ଘଟଣାରେ ଅନୁଗୁଳ ପୁଲିସ ପିଣ୍ଟୁକୁ ଗିରଫ କରିଛି । ଅନୁଗୁଳ ଥାନା ଅଧିକାରୀ ଧୀରେଶ କମାର ଦାସ ଦେଇଥିବା ସୂଚନା ଅନୁସାରେ ପିଣ୍ଟୁର ଘର ମୂଷାପାପୁଲି ହୋଇଥିବା ବେଳେ ସେ ଶୀତଲ ପ୍ଲାଜାରେ ଏକ ମୋବାଇଲ ମରାମତି ଦୋକାନ ଦେଇଛି । ସେହି ନିକଟରେ ହେମସୁରପଡା ନାଖରାସାହିର କାଣ୍ଟିନ ଧଳା ମଧ୍ୟ ମୋବାଇଲ ମରାମତି ଦୋକାନ ଦେଇଛନ୍ତି । ଉଭୟଙ୍କ ମଧ୍ୟରେ ବ୍ଯବସାୟିକ ଶତ୍ରୁତା ଥିଲା । ତେବେ କିଛି ଦିନ ତଳେ ପିଣ୍ଟୁ ଦୋକାନ ଦେଇଥିବା ଘରର ମାଲିକ ପିଣ୍ଟୁକୁ ଦୋକାନ ଛାଡିବାକୁ କହିଥିଲେ । ତେବେ ଏହା ପଛରେ କାଣ୍ଟିନ ହାତ ଅଛି ବୋଲି ପିଣ୍ଟୁ ଭାବି ନେଇଥିଲା । ଆଉ ଏଥିପାଇଁ କାଣ୍ଟିନକୁ ମାରିଦେବା ପାଇଁ ଏକ ଚାପଡାରେ କାଣ୍ଟିନକୁ ଆକ୍ରମଣ କରିଥିଲା । ପୁଲିସ ଏହି ଘଟଣାରେ ପିଣ୍ଟୁକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ତା ନିକଟରୁ ଏକ ମୋଟରସାଇକେଲ , ଚାପଡା ଓ ଏକ ମୋବାଇଲ ଫୋନ ଜବତ କରିଛି । Advertisement
ଜାତୀୟ ପତାକାକୁ ଅସମ୍ମାନ – ଛିଣ୍ଡା ପତାକା ବନ୍ଧା ହୋଇଛି ଖୁଣ୍ଟରେ ଅନୁଗୁଳ – ଅନୁଗୁଳ ରେଳ ଷ୍ଟେସନ ଠାରେ ଲାଗିଥିବା ବିଶାଳ ଜାତୀୟ ପତାକାକୁ ଅସମ୍ମାନ । ଜାତୀୟ ପତାକା ଛିଣ୍ଡା ଅବସ୍ଥାରେ ଥିବା ବେଳେ ଖୁଣ୍ଟର ତଳ…
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା – ଶବକୁ ଝଡାଫୁଙ୍କା କଲା ଗୁଣିଆ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଶବକୁ ଝଡାଫୁଙ୍କା କଲା ଗୁଣିଆ । ସାପ କାମୁଡିଥିବା ଜଣେ ମହିଳାଙ୍କ ମୃତ୍ୟୁ ହେବା ପରେ ଗୁଣିଆ…
ଲାଞ୍ଚ ନେବା ବେଳେ ପୁଲିସ ଏ.ଏସ୍.ଆଇ.କୁ ଗିରଫ କଲା ଭିଜିଲାନସ ଅନୁଗୋଳ – ଭିଜିଲାନ୍ସ ଜାଲରେ ପୁଣି ଜଣେ ପୁଲିସ ବାବୁ । ଅନୁଗୋଳ ଜିଲ୍ଲା କିଆକଟା ଥାନା ଏ.ଏସ୍.ଆଇ. ନବୀନ କୁମାର ଶତପଥୀ ବୌଦ୍ଧ ବସଷ୍ଟାଣ୍ଡ…