ଆଞ୍ଚଳିକ ଆମ ହସପିଟାଲ ଦାବିରେ ବୈଠକ ବର୍ଜନ କଲେ ଜିଲ୍ଲା-ପରିଷଦ Angul OnlineMay 10, 2023May 10, 2023 ଅନୁଗୋଳ – ରାଜ୍ୟ ସରକାର ୧୪୭ ଟି ନିର୍ବାଚନ ମଣ୍ଡଳୀରେ ଗୋଟିଏ ଲେଖାଏଁ ଡାକ୍ତରଖାନାକୁ ମୋ ହସପିଟାଲ ଯୋଜନାରେ ସାମିଲ କରିଛନ୍ତି । ତେବେ ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀରେ ବ୍ୟତିକ୍ରମ ହୋଇଥିବା ଅଭିଯୋଗ ହୋଇଛି । ସବୁ ନିର୍ବାଚନ ମଣ୍ଡଳୀରେ ସଦରମହାକୁମାର ଡାକ୍ତରଖାନାକୁ ମୋ ହସପିଟାଲରେ ସାମିଲ କରାଯାଇଥିବା ବେଳେ ଛେଣ୍ଡିପଦାର କୋଶଳା ଡାକ୍ତରଖାନାକୁ ଏଥିରେ ସାମିଲ କରାଯାଇଛି । ଆମ ହସପିଟାଲ ପାଇଁ ଯେଉଁ ମାପଦଣ୍ଡ ରହିଛି ତାହା ଛେଣ୍ଡିପଦା CHC ରେ ସବୁ ଯୋଗ୍ୟତା ଥିବା ବେଳେ ଏହାକୁ ଆମ ହସପିଟାଲ ଯୋଜନାରେ ସାମିଲ ନ କରିବା ଯୋଗୁଁ ଗତ ୨୧ ଦିନ ହେଲା ଆନ୍ଦୋଳନ କରା ଯାଉଛି । ଆନ୍ଦୋଳନକାରୀଙ୍କର ତହସିଲଦାର , ଜିଲ୍ଲାପାଳ ସହ ବାରମ୍ବାର ଆଲୋଚନା କରାଯାଇଥିବା ସତ୍ୱେ କୌଣସି ସୁଫଳ ମିଳି ପାରି ନାହିଁ । ଏହି ଆନ୍ଦୋଳନରେ ଛେଣ୍ଡିପଦା ୧୫ ନମ୍ବର ଜୋନର ଜିଲ୍ଲା ପରିଷଦ ଯଶୋବନ୍ତ ବେହେରା ମଧ୍ୟ ପ୍ରତ୍ୟକ୍ଷ ଭାବେ ସାମିଲ ରହି ଆନ୍ଦୋଳନ ଚଳାଇ ଆସିଛନ୍ତି । ଏପରିସ୍ଥଳେ ଆଜି ଅନୁଗୋଳ ଠାରେ ୫୫ ତମ ଜିଲ୍ଲା ପରିଷଦ ବୈଠକକୁ ଯଶୋବନ୍ତ ବର୍ଜନ କରିଛନ୍ତି । ଛେଣ୍ଡିପଦା ଡାକ୍ତରଖାନା ଉପରେ ଅନେକ ଲୋକ ନିର୍ଭର କରୁଥିବା ବେଳେ ଛେଣ୍ଡିପଦା ବାସୀଙ୍କୁ ଜିଲ୍ଲା ପ୍ରଶାସନ ଅବହେଳା ପ୍ରଦର୍ଶନ କରୁଥିବା ଦର୍ଶାଇ ସେ ଏହି ବୈଠକକୁ ବର୍ଜନ କରିଥିବା କହିଛନ୍ତି । Advertisement
କୂଅରେ ପଡ଼ି ବୃଦ୍ଧ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଅଙ୍ଗାରବନ୍ଧ କୁମ୍ଭାରସାହି ଗାଁରେ ଆଜି ଜଣେ ବୃଦ୍ଧ କୂଅରେ ଖସି ପଡ଼ି ପ୍ରାଣ ହରାଇଛନ୍ତି । ସୂଚନା ଅନୁସାରେ, କୁମ୍ଭାରସାହି ଗ୍ରାମର…
ଆସନ୍ତାକାଲି ଠାରୁ ତାଳଚେରରେ ଅର୍ଥନୈତିକ ଅବରୋଧ ଡାକରା ତାଳଚେର – ଆସନ୍ତାକାଲି ( ୨୪ ତାରିଖ ) ଠାରୁ ଅନିର୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଅବରୋଧ ଡାକରା ଦିଆ ଯାଇଛି । ୫ ଦଫା…
ଶହୀଦ ଯବାନଙ୍କ ଉଦ୍ଦେଶ୍ୟର ସ୍ମୃତିଚାରଣ ଅନୁଗୁଳ – ଅମଲାପଡାସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନ ପରିସରରେ ବୁଧବାର ତାମିଲନାଡୁ କୁନ୍ନୁର ନିକଟରେ ଘଟିଥିବା ବାୟୁସେନା ବିମାନ ଦୁର୍ଘଟଣାରେ ନିହତ ଶହୀଦଙ୍କ ସ୍ମୃତିରେ ଏକ ଶୋକସଭା…